ପାଣିରେ ଭାସୁଛି କଟାଧାନ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଶୁକ୍ର ଓ ଶନିବାର ୨ଦିନ ହେଲା ଲାଗି ରହିଛି । ଏହାର ପ୍ରଭାବରେ କଟା ଯାଇଥିବା ଧାନ ଜମିରେ ଜମା ହୋଇଥିବା ବର୍ଷା ପାଣିରେ ଭାସୁଛି । ପୁଣି ଜମିରେ ଥିବା ଧାନ ଫସଲ ମାଟିରେ ପଡି ନଷ୍ଟ ହେବା ଆରମ୍ଭ ହୋଇଛି । ଖାଲୁଆ ଜମିରେ ବେଶି ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ଚାଷୀମାନେ କହିଛନ୍ତି । ଅନ୍ୟପକ୍ଷେ ଖଣ୍ଡପଡ଼ା ବ୍ଲକରେ ସର୍ବାଧିକ ବର୍ଷା ହୋଇଛି ।

୧୩ ତାରିଖ ଶନିବାର ଭାପୁର ବ୍ଲକରେ ୪୫.୧ ମିମି, ଦଶପଲ୍ଲା ବ୍ଲକରେ ୪୫.୮ ମିମି, ଗଣିଆରେ ୪୬ ମିମି, ଖଣ୍ଡପଡା ବ୍ଲକରେ ୯୧.୪ ମିମି, ନୟାଗଡ଼ ବ୍ଲକରେ ୮୫.୦ ମିମି, ନୂଆଗଁା ବ୍ଲକରେ ୬୫.୦ ମିମି, ଓଡ଼ଗଁା ବ୍ଲକରେ ୬୬.୪ ମିମି, ରଣପୁର ବ୍ଲକରେ ୫୩.୪ ମିିମି ବର୍ଷା ହୋଇଛି । ସେହିପରି ଶୁକ୍ରବାର ଭାପୁର ବ୍ଲକରେ ୩.୨ ମିମି, ନୟାଗଡ଼ ବ୍ଲକରେ ୨.୦ମିମି, ରଣପୁର ବ୍ଲକରେ ୧୦.୨ ମିମି ଅନୁରୂପ ଭାବେ ବର୍ଷା ହୋଇଛି । ଏନେଇ ନୟାଗଡ଼ ବ୍ଲକ ଗମ୍ଭାଡି ସାମନ୍ତରାପୁର ଗଁାର ଚାଷୀ ବିଜୟ ବେହେରା କୁହନ୍ତି, ମୁଁ ୩ ମାଣ ଜମିରେ ଧାନ ଫସଲ କରିଥିଲି। ବର୍ଷା ଆସିବା ପୂର୍ବରୁ ଅଢ଼େଇ ମାଣ ଜମିରୁ ଧାନ କାଟି ଦେଇଥିଲି । ବର୍ଷା ପରେ ଜମିରେ କଟା ଯାଇଥିବା ଧାନ ଭାସୁଛି । ଏଭଳିସ୍ଥଳେ କଟା ଯାଇଥିବା ଧାନକୁ ବର୍ଷାରେ ଭିଜି ପରିବାର ଲୋକେ ଏକାଠି ହୋଇ ରାସ୍ତା ଉପରକୁ ଆଣିଛୁ । ଖରା ହେଲେ ଏହାକୁ ଶୁଖାଯିବ । ଖରା ନ ହେଲେ ଆହୁରି ଅଧିକ କ୍ଷତି ହେବ। କୁମ୍ଭାରିଆ ଗଁାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କୁହନ୍ତି, ମୁଁ ୮ମାଣ ଜମିରେ ଫସଲ କରିଥିଲି । ମୋର ଭଲ ଧାନ ହୋଇଥିଲା। ବର୍ଷା ପୂର୍ବରୁ ୬ମାଣ ଜମିର ଫସଲ କାଟି ଦେଇଥିଲି । ବର୍ଷା ଯୋଗୁ କଟା ଧାନ ଜମିରେ ଭାସୁଛି । ମୁଁ ଏକୁଟିଆ ଲୋକ, ପାଣିରେ ଭାସୁଥିବା ଧାନକୁ ମଧ୍ୟ ସଂଗ୍ରହ କରି ପାରୁ ନାହିଁ କହି ସେ ଦୁଃଖ ପ୍ରକାଶ କରିଥିଲେ । ଲୋକ ଲଗାଇ ବୋହିବା ସମ୍ଭବ ହେଉ ନାହିଁ। ବର୍ଷା ସମୟରେ ଶ୍ରମିକ ମିଳୁ ନାହାନ୍ତି ବୋଲି କହିଛନ୍ତି । କେନ୍ଦୁଢ଼ିପିର ଯୋଗେନ୍ଦ୍ର ନାୟକ କୁହନ୍ତି, ମୋର ୪ ମାଣ ଧାନ ପାଣିରେ ବୁଡି ରହିଛି। ପ୍ରାୟ ୨ମାଣ ଜମିର ଧାନ କାଦୁଅରେ ରହିଛି । ଏ ବର୍ଷ ପାଣି ଓ କାଦୁଅରୁ ଧାନ ସଂଗ୍ରହ କରିବାକୁ ପଡିବ । ଅମଳ କମିବା ସହ ଧାନର ମାନ କମିଯିବ ବୋଲି ସେ କହିଛନ୍ତି । ଗଣିଆର ସୁଦାମ ପ୍ରଧାନ, ନୂଆଗଁାର ହୀନ ନାୟକ, ଦଶପଲ୍ଲାର କୁଞ୍ଜ ବେହେରା, ଫତେଗଡ଼ର ରାମଚନ୍ଦ୍ର ସ୍ବାଇଁ କୁହନ୍ତି, ଧାନ ଅମଳ ସମୟରେ ବର୍ଷା ଧାନ ଫସଲକୁ ନଷ୍ଟ କରିବ । ବେଶି କ୍ଷତି ଖାଲୁଆ ଜମିରେ ହେବ । ଉଚ୍ଚା ଜମିରେ ପାଣି ଗଡ଼ି ଯାଇଛି। ଏବେ ବର୍ଷାରେ ଚାଷୀ ବିଲକୁ ଯାଇ ହୁଡା ହାଣି ଜଳ ନିଷ୍କାସନ କରିବାରେ ଲାଗି ପଡିଛି । ତେବେ ଧାନ ଫସଲ ଭଲ ହେବ ବୋଲି ଯାହା କୁହାଯାଉଥିଲା ଏହି ଲଗାଣ ବର୍ଷା ସେହି ଆଶାକୁ ଧୂଳିସାତ୍‌ କରିଛି ବୋଲି ଚାଷୀମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri