ଆଠମଲ୍ଲିକରେ ଝଡ଼ତୋଫାନ

ଆଠମଲ୍ଲିକ,୧୨।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଙ୍ଗଳବାର ଅଦିନିଆ ବର୍ଷା ସହ ପ୍ରବଳ ପବନ ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ତୋଫାନ ଯୋଗୁ ବଇଣ୍ଡା-ଆଠମଲ୍ଲିକ-କିଆକଟା ୬୨ ନମ୍ବର ରାଜ୍ୟ ରାଜପଥର ଯଦୁପୁରଠାରେ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିପଡ଼ିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବରପାଇ ପ୍ରଶାସନ ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ହଟାଯିବା କାର୍ଯ୍ୟ ଜାରି ରହିଛି। ଶୈବପୀଠ ଦେଉଳଝରି ପରିସରରେ ଥିବା ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ଗଛଗୁଡିକ ଉପୁଡି ମନ୍ଦିର ସମ୍ମୁଖ କଂକ୍ରିଟ ରାସ୍ତା ଅବରୋଧ ହୋଇଛି। ଉପଜିଲାପାଳ ଲଳିତ ମୋହନ ବେହେରା ତୁରନ୍ତ ରାସ୍ତାରୁ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ହଟାଇବାକୁ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସେହିପରି ପ୍ରବଳ କୁଆପଥର ମାଡ଼ ଯୋଗୁ ବହୁ ଆଜବେଷ୍ଟସ୍‌ ଘର କ୍ଷତିଗ୍ରସ୍ତ ହୋଇଛି। ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଗଣତନ୍ତ୍ରର ଜଗୁଆଳି

ବାଲେଶ୍ୱର,୧୮।୮(ମାନସ ବିଶ୍ୱାଳ): ଗଣତନ୍ତ୍ରର ମୁଖ୍ୟ ସ୍ତମ୍ଭ ହେଉଛି ଗଣମାଧ୍ୟମ ଓ ଯୁବପିଢ଼ି। ‘ଧରିତ୍ରୀ’ ଖବରକାଗଜ ରାଜ୍ୟର ଏକ ଶକ୍ତିଶାଳୀ ସ୍ବର ଭାବେ ପ୍ରତିପାଦିତ ହୋଇଛି। ସଭ୍ୟତା...

ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ...

ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି।...

ଶ୍ରୀମନ୍ଦିର ରତ୍ନବେଦି ଫଟୋ ଭାଇରାଲ୍‌

ପୁରୀ ଅଫିସ,୩୦।୫: ପୁରୀରେ କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ଏଥର ଶ୍ରୀମନ୍ଦିରର ଗର୍ଭ ଗୃହ ରତ୍ନତ୍ସିଂହାସନ ଫଟୋ ଭାଇରାଲ...

ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ବରୀ,୧୪|୮(ସ୍ବ.ପ୍ର.)- ଯାଜପୁର ଜିଲା ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ମଙ୍ଗଳବାର ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା...

ବ୍ଲକସ୍ତରୀୟ ଜନଶୁଣାଣି ଶିବିର: ୩୮ ପରିବାର କଲେ ଶହେ ଦିନର କାମ

ବିଜେପୁର, ୩।୧ (ଡି.ଏନ.ଏ): ବରଗଡ ଜିଲା ବିଜେପୁର ବ୍ଲକ ସଭା କକ୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶୁକ୍ରବାର...

ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ...

ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ...

Advertisement
Archives

Model This Week