ଲଘୁଚାପଜନିତ ବର୍ଷା: ଜଳ ନିଷ୍କାସନ ଚିନ୍ତା ଘାରିଛି

ନାଉଗାଁ,୬।୭(ସ୍ବ.ପ୍ର): ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଅପରିଷ୍କାର ପାଣି ରାସ୍ତାରେ ମାଡି ସଂକ୍ରମଣ ବୃଦ୍ଧି କରେ। ଏହି ସମସ୍ୟା ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଲାଗି ରହିଛି। ବିଭିନ୍ନ ସମୟରେ ଏନେଇ ଜନ ଅସନ୍ତୋଷ ସୃଷ୍ଟି ହେଉଛି। ଜିଲାସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଜଗତ୍‌ସିଂହପୁର ସହରର ପରିମଳ ଓ ଡ୍ରେନ୍‌ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଉଛି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ରାଜ୍ୟ ସରକାର ଏ ଦିଗରେ ବିଶେଷ ଧ୍ୟାନ ଦେଇ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ସୋମବାରଠାରୁ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି । ଏହି ବର୍ଷାରେ ସହର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସହର ଦେଇ ଯାଇଥିବା ନାଗପୁର ଓ ପାଣିସାଳିଆ ଡ୍ରେନେଜ୍‌ର ଏକାଧିକ ସ୍ଥାନରେ ପ୍ରତିବନ୍ଧକ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ବିଶେଷକରି ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ବସ୍‌ଷ୍ଟାଣ୍ଡ, ଥାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ପାଣି ଜମି ରହିଛି। ବଡ ବଜାର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଡ୍ରେନ୍‌ ସମସ୍ୟା ଯୋଗୁ ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବ ନାହିଁ । ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ କିମ୍ବା ଡ୍ରେନ୍‌ରେ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜିଲା ପ୍ରଶାସନକୁ ଚିଠି କରିଥାନ୍ତି। ଡ୍ରେନ୍‌ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମି ରହୁଛି ସେଗୁଡିକ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କରିବା କଥା ।
ଏ ସମ୍ପର୍କରେ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଜଗତ୍‌ସିଂହପୁର ସହରରେ ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନ୍‌ ଯାଇଛି। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ରହିଛି । ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡ଼ିିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ ବୋଲି କୁହାଯାଉଥିବା ବେଳେ ସେଥିରୁ ଅଧିକାଂଶ ଜବରଦଖଲ ହୋଇଯାଇଛି। ଏବେ ଓସାର ମାତ୍ର ୫ରୁ୬ ଫୁଟ ଭିତରେ ରହୁଥିବା ସୂଚନା ମିଳିଛି । ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କିଲୋମିଟର ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହାଁଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲରେ ରହିଛି । ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ର କମ୍‌ ସ୍ଥାନ ଜବରଦଖଲ ହୋଇଥିଲେ ସୁଦ୍ଧା ଆପାତତଃ ଭଲ ସ୍ଥିତିରେ ଅଛି। ଏହିସବୁ ଡ୍ରେନ୍‌ ଦୀର୍ଘ ବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ସେ ନୂଆ କରି ଦାୟିତ୍ୱ ନେଇଛନ୍ତି। ତଥାପି ଉପରୋକ୍ତ ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କରାଯାଉଛି। ତେବେ ଡ୍ରେନ୍‌ ସଫା ଉପରେ ପ୍ରାଥମିକତା ଦିଆଯାଇଥିବା ସେ କହିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri