ଅଦିନିଆ ବର୍ଷା ଉଜାଡିଲା ମକାଚାଷୀଙ୍କ ସ୍ବପ୍ନ

କୋକସରା, ୨।୧୧(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅଦିନିଆ ବର୍ଷା ଉଜାଡିଦେଲା ଚାଷୀଙ୍କ ସ୍ବପ୍ନ। ବର୍ଷାରେ ଶହଶହ ଏକର ଧାନ ଫସଲ କ୍ଷତିହୋଇ ଗଜା ହୋଇଯିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଚାଷୀ। ହେଲେ ବ୍ଲକର ମକା ଚାଷୀ ବି ଏଥିରୁ ବାଦ୍‌ ପଡିନାହାନ୍ତି। ଅଦିନିଆ ବର୍ଷା ଯୋଗୁ ଶତାଧିକ ଏକର ଚାଷ ଜମିର ମକା ବି ନଷ୍ଟ ହୋଇଯାଇଛି। ସତେ ଯେମିତି ଚାଷୀ ପିଛା ଗୋଡାଇଛି ସମସ୍ୟା। ଧାରକରଜ କରି ଚାଷୀମାନେ ଶହଶହ ଏକର ଚାଷ ଜମିରେ ମକା ଚାଷ କରିଥିଲେ। ଆଶାବାନ୍ଧି ଥିଲେ, ଏଥିରୁ ଦ୍ୱି ପଇସା ପାଇ ନିଜ ପରିବାର ପ୍ରତିପୋଷଣ କରିବା ସହ ଋଣ କରଜ ସୁଝିବେ। ହେଲେ ଶେଷରେ ଲଘୁଚାପ ଜନିତ ବର୍ଷା ଦାଉ ସାଜିଲା। ମଣ୍ଡି ବ୍ୟବସ୍ଥା ନ ଥିବାରୁ ଦଲାଲ ହିଁ ଏକମାତ୍ର ଭରସା। କୋକସରା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତରେ ଜଳସେଚନ ଥିବା ବେଳେ ଅଧିକାଂଶ ପଞ୍ଚାୟତରେ ଜଳ ସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଧାନ ଚାଷ କରି ମରୁଡି ସମ୍ମୁଖିନ ହୋଇ ହତାଶ ହେବାରୁ ଶେଷରେ ମକା ଚାଷକୁ ଆପଣାଇ ମକା ଚାଷ କରିଛନ୍ତି। ହେଲେ ଗତ କିଛି ଦିନ ତଳର ଅଦିନିଆ ବର୍ଷା ମକା ଚାଷକୁ ମଧ୍ୟ ନଷ୍ଟ କରି ଦେଇଛି। ବର୍ଷା ପାଣି ଯୋଗୁ ମକାଗୁଡିକ କଳାପଡି ନଷ୍ଟ ହୋଇଛି। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୋକସରା ବ୍ଲକରେ ଚଳିତ ବର୍ଷ ୫୭୬ ହେକ୍ଟର ଜମିରେ ମକା ଚାଷ କରାଯାଇଛି। ସେଥିମଧ୍ୟରୁ କୋତୋମୁଣ୍ଡା, ସାନପୋଡାଗୁଡା, ଭଏଁସାଲପଡା, କୁଲେରଗୁଡା, ଡାଲଗୁମା ଆଦି ଗ୍ରାମର ଚାଷୀମାନେ ମକା ଅମଳ କରି ମଞ୍ଜି ଛଡେଇବା ପାଇଁ ଖୋଲା ଆକାଶ ତଳେ ରଖିଥିଲେ। ହେଲେ ଲଘୁଚାପଜନିତ ବର୍ଷା ଭିଜି ମକାକୁ ନଷ୍ଟ କରିଦେଇଛି। କିଭଳି ମକା ବିକ୍ରି କରିବେ ସେ ନେଇ ଏବେ ଚିନ୍ତାରେ ଚାଷୀ। ବ୍ଲକର ମକା ଚାଷୀଙ୍କ ପାଇଁ ମକା ସୁଖାଇବା ପାଇଁ କୌଣସି ଫଡର ବ୍ୟବସ୍ଥା ନ ଥିବା ଓ ମଣ୍ଡିର ବ୍ୟବସ୍ଥା ନ ଥିବାରୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମକା ମଣ୍ଡି ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରୁଥିଲେ ହେଁ ସରକାରଙ୍କ ପକ୍ଷରୁ ମଣ୍ଡିର ବ୍ୟବସ୍ଥା କରୁ ନ ଥିବାରୁ ଚାଷୀମାନେ ହତାଶ ହୋଇ କିଏ ବିଜୁ ଏକ୍ସପ୍ରେସ ୱେରେ ତମ୍ବୁ ପକାଇ ଦଲାଲଙ୍କୁ ଅପେକ୍ଷା କରୁଛନ୍ତି ତ କିଏ ନିଜ ବିଲରେ ଖୋଲା ଆକାଶ ତଳେ ରଖି ବିକ୍ରି କରିବା ପାଇଁ ଅନାଇ ବସିଛନ୍ତି। ସେହିପରି ଡାଲଗୁମା ପଞ୍ଚାୟତ ୩୦ ଚାଷୀ ପ୍ରାୟ ୩୦ ଏକର ଜମିରେ ମକା ଚାଷ କରିଥିଲେ। ହେଲେ ଲଘୁଜନିତ ଲଗାଣ ବର୍ଷା ଓ ପବନରେ ମକା ସବୁ ତଳେ ପଡି ଗଜା ହୋଇ ନଷ୍ଟ ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। କିଏ ଘରୋଇ ଋଣ କରିଛି ତ କିଏ ସରକାରୀ, ବେସରକାରୀ ସଂସ୍ଥା ଠାରୁ ଋଣ କରିଛି। ଏପରି ସ୍ଥଳେ ମକା ବିକ୍ରି ଯିବା ଅସମ୍ଭବ ହୋଇପଡିଛି। ଏବେ ଚାଷୀ ମୁଣ୍ଡରେ ହାତମାରି ଜଗି ରହି ସରକାରୀ ସହାୟତା ଅପେକ୍ଷାକୁ ଜଗି ବସିଛି। ଏନେଇ କୋକସରା ବ୍ଲକ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀଙ୍କୁ ପଚାରିବାରୁ କାଁଭାଁ ଚାଷୀଙ୍କ ମକା ଚାଷରେ ଫଙ୍ଗସ ହୋଇ କଳାପଡି ଯାଇଛି। ହେଲେ ବିଶେଷକ୍ଷତି ହୋଇ ନ ଥିବାବେଳେ ମକା ଚାଷ ଇନସୁରେବୁଲ ନୁହେଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଡିସିପି, କହିଲେ…

କଟକ,୮।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ଖିଲାରୀ ରିଷିକେଶ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିସିପି କହିଛନ୍ତି, ଚନ୍ଦ୍ରିକା ବ୍ରିଜ ନିକଟକୁ…

ବିଦ୍ରୋହ ଆଗରେ ହାରିଯିବେ କି ଦିଦି? ଭାଜପା ମନ୍ତ୍ରୀଙ୍କୁ ଭେଟି ବଡ଼ ପ୍ଲାନ କଲେ TMC ଏମପି, ନିଦ….

କୋଲକାତା, ୮ା୬: ପଶ୍ଚିମବଙ୍ଗରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଏବେ ଭୁଶୁଡ଼ିବା ପରି ମନେ ହେଉଛି ।…

ଓପିଏସସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିଲେ ପରୀକ୍ଷାର୍ଥୀ; ପ୍ୟାଣ୍ଟରେ ଫୋନ, କାନରେ ଇୟରବଡ ଲଗାଇ…

କଟକ,୮ା୬(ପ୍ରଭୁ କଲ୍ୟାଣ ପାଲ୍): ଓପିଏସସି ପରୀକ୍ଷାରେ କପି କରିବାର ନିଆରା ଅନ୍ଦାଜ ।ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ । ଫିଲ୍ମ ଷ୍ଟାଇଲ୍‌ରେ କପି…

ଆଗକୁ ପଞ୍ଚାୟତ ନିର୍ବାଚନ: ଏବେଠୁ ଅଣ୍ଟାଭିଡ଼ିଲାଣି ଭାଜପା ଯୁବମୋର୍ଚ୍ଚା

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ସୋମବାର ସରାପଶି ଲକ୍ଷ୍ମୀ ମଣ୍ଡପ ପରିସରରେ ଭାଜପା ପାଟଣା ମଣ୍ଡଳ ଯୁବମୋର୍ଚ୍ଚାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବୃଦ୍ଧ ମୃତ, ୩ ଗୁରୁତର

ଆଳି, ୮।୬ (ବନମାଳୀ ସେନାପତି): କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ନିଆଳ ହାଟ ଛକ ନିକଟରେ ରବିବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ…

କନ୍‌ଷ୍ଟେବଲ ପୋଡ଼ିହେବା ଘଟଣାର ନୂଆଁମୋଡ଼

ବ୍ରହ୍ମପୁର,୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ସୁନ୍ଦରନଗର ପୋଲିସ କଲୋନିରେ କନ୍‌ଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ହେବା ଘଟଣାରେ ତାଙ୍କ କନ୍‌ଷ୍ଟେବଲ ସ୍ତ୍ରୀ…

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ହଷ୍ଟେଲରୁ ପୁରୁଷ ବନ୍ଧୁ ବାହାରକୁ ଡାକି ନେଇ ହୋଟେଲରେ କଲେ ବଳତ୍କାର : ବାନ୍ଧିଲା ପୋଲିସ…

ଭୁବନେଶ୍ୱର, ୮।୬: ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳତ୍କାର  କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri