ବନ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଲା ଝଡ଼ବର୍ଷା

ମାଲକାନଗିରି,୧୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଥିଲା। ଏପରି କି ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡୁଥିଲା। ଜଙ୍ଗଲ ନିଆଁକୁ ଲିଭାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରୁଥିଲେ ବିରୋଧୀ। ଏଭଳିସ୍ଥିତିରେ ମାଲକାନଗିରି ଜିଲାରେ ଗୁରୁବାର କାଳବୈଶାଖୀ ବର୍ଷା ଯୋଗୁ ନିଆଁ ଆୟତ୍ତ ହୋଇଥିବା ସୂଚନା ମିଳିଛି। ପ୍ରାୟତଃ ଜିଲାର ଜଙ୍ଗଲ ନିଆଁ ଲିଭି ଯାଇଥିବାରୁ ବନ କର୍ମଚାରୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି।

ଏହି ସମ୍ପର୍କରେ ମାଲକାନଗିରି ଡିଏଫଓ ପ୍ରତାପ କତାପାଲ୍ଲୀ କହିଛନ୍ତି, ମାଲକାନଗିରି ଜିଲାରେ ୨୩୩୬.୧୭ ବର୍ଗ କି.ମି. ଜଙ୍ଗଲ ଥିବା ବେଳେ ସାଟେଲାଇଟ ଦ୍ୱାରା ଯେଉଁ ଅଞ୍ଚଳରେ ନିଆଁ ଲାଗିଥିବା ଦର୍ଶାଯାଇଛି ସେଥିମଧ୍ୟରୁ ୫୦ ପ୍ରତିଶତ କୃଷି ଅଞ୍ଚଳ ହୋଇଥିବା ବେଳେ ଅବଶିଷ୍ଟ ଜଙ୍ଗଲ ଅଞ୍ଚଳ ରହିଛି। ଜଙ୍ଗଲ ନିଆଁକୁ ରୋକିବା ପାଇଁ ଚଳିତ ବର୍ଷ ମାଲକାନଗିରି ଜିଲା ବନଖଣ୍ଡ ପକ୍ଷରୁ ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏପରି କି ଜିଲାର ବିଭିନ୍ନ ଅଞ୍ଚଳରେ ୬୫୦ଟି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।

ଏପରିକି ବନ କର୍ମଚାରୀ ଓ ସ୍କ୍ବାଡ ବଭିନ୍ନ ଅଞ୍ଚଳରେ ନିଯୁକ୍ତି ହୋଇ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅନ୍ୟପକ୍ଷେ ଜଙ୍ଗଳରେ ନିଆଁ ଲାଗାଇ ଥିବା ଅଭିଯୋଗରେ ବନ ବିଭାଗ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଶିକାରୀ ଏବଂ ବଣଭୋଜି ପାଇଁ ଜଙ୍ଗଲ ମଧ୍ୟକୁ ଯାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖା ଯାଇଛି। ବନ ସଂରକ୍ଷଣ ସମିତିକୁ ମଧ୍ୟ ଜଙ୍ଗଲ ନିଆଁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଳ ବୈଶାଖୀ ବର୍ଷା ପରେ ପୁଣି ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗକୁ ସହଯୋଗ କରିବାକୁ ଡିଏଫଓ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼...

ଭାରସାମ୍ୟ ହରାଇ ୧୦ ଫୁଟ୍‌ ତଳକୁ ଖସିଲା ବାଇକ୍‌

ପୋଲସରା,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ସୁନାରିବୁଗୁଡା ହଜ ନିକଟରେ ଶୁକ୍ରବାର ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ...

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା...

ଏମ୍‌ସିସିକୁ ବିରୋଧ, ଫେରିଲା ପୌରପାଳିକା

ଅନୁଗୋଳ ଅଫିସ, ୧୧।୧୨-ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ...

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ...

ଫିକା ପଡ଼ିଲା ମକର

କେନ୍ଦୁଝର/ପାଟଣା, ୧୫ା୧ (ସ୍ବ.ପ୍ର.) କୋଭିଡ୍‌ କଟକଣା ଓ ଅଦିନିଆ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଅନ୍ୟତମ ପ୍ରମୁଖ ପର୍ବ ମକର ଫିକା ପଡ଼ିଯାଇଛି। ବିଭିନ୍ନ ପୀଠ...

ବିଶ୍ୱ ଏଡ୍‌ସ ଦିବସ: କୋରାପୁଟରେ ଚଳିତବର୍ଷ ଏଡ୍‌ସ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭

କୋରାପୁଟ,୧।୧୨(ସ୍ବ.ପ୍ର.): ଚଳିତବର୍ଷ  ଜିଲାରେ ୫୧ହଜାର ୮୬୬ଜଣ ରକ୍ତ ପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୩୦ ଜଣଙ୍କ ରକ୍ତରେ ଏଚ୍‌ଆଇଭି ଭୂତାଣୁ ରହିଥିଲା। ଅନ୍ୟପକ୍ଷରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା...

୨ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଜଣଙ୍କ ଜୀବନ

ବାରିପଦା ଅଫିସ,୧୯ା୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ଉଦଳା ରାସ୍ତାର ଉତ୍ତରପାଳ ଛକ ନିକଟରେ ବୁଧବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର...

Advertisement
Archives

Model This Week