ଖର୍ଚ୍ଚ କମାଇବ ରେଲ୍‌ଓ୍ବେ

Dillip Cherian

କୋଭିଡ୍‌-୧୯ ମହାମାରୀ ଯୋଗୁ ରେଲ୍‌ଓ୍ବେର ଆୟ ଗୁରୁତର ଭାବରେ ହ୍ରାସ ପାଇଛି। ତେଣୁ ଏହା ନାନା ଉପାୟରେ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି। ସେଥି ମଧ୍ୟରେ ନୂତନ ପଦବୀ ସୃଷ୍ଟି ଉପରେ ରୋକ ଲଗାଇବାଠାରୁ ଆରମ୍ଭକରି ଓ୍ବାର୍କଶପ୍‌ଗୁଡ଼ିକରେ ଯେତିକି ନିହାତି ଆବଶ୍ୟକ ସେତିକି କର୍ମଚାରୀ ରଖିବା, ଆଉଟ୍‌ସୋର୍ସ କାର୍ଯ୍ୟକୁ ସିଏସ୍‌ଆର୍‌ (କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ପନ୍ସିବିଲିଟି)କୁ ହସ୍ତାନ୍ତର କରିବା, ଉତ୍ସବାଦି ପାଳନକୁ କେବଳ ଡିଜିଟାଲ୍‌ ପ୍ଲାଟଫର୍ମରେ ସୀମିତ ରଖିବା ଏବଂ ଷ୍ଟେଶନାରି ଉପକରଣଗୁଡ଼ିକର ବ୍ୟବହାରକୁ ଅଧା କମାଇଦେବା ପର୍ଯ୍ୟନ୍ତ ପଦକ୍ଷେପମାନ ରହିଛି। ସୂଚନାନୁସାରେ, ରେଳବାଇର ଫାଇନାନ୍‌ସିଆଲ କମିଶନର ଏ ସମ୍ପର୍କରେ ସମସ୍ତ ଜୋନ୍‌ର ସାଧାରଣ ପରିଚାଳକଙ୍କୁ ଚିଠି ଲେଖିଛନ୍ତି। ପ୍ରକାଶ ଥାଉ କି, ଗତ ବର୍ଷ ମେ ଶେଷସୁଦ୍ଧା ରେଲ୍‌ଓ୍ବେର ଯାତ୍ରୀ ପରିବହନରୁ ଯେତିକି ଆୟ ହୋଇଥିଲା ଚଳିତବର୍ଷ ସେହି ଏକା ସମୟରେ ତାହା ୫୮ ପ୍ରତିଶତ ହ୍ରାସ ପାଇଛି। ଖର୍ଚ୍ଚକାଟ ପଦକ୍ଷେପ ଭିତରେ ସମସ୍ତ ଜୋନ୍‌ରେ କର୍ମଚାରୀଙ୍କ ପାଇଁ ହେଉଥିବା ବ୍ୟୟ ହ୍ରାସ କରିବା, ସେମାନଙ୍କ କାର୍ଯ୍ୟକୁ ତର୍କସଂଗତ କରିବା, ଚୁକ୍ତିନାମାଗୁଡ଼ିକର ସମୀକ୍ଷା କରିବା, ଶକ୍ତି ବ୍ୟବହାର ହ୍ରାସ କରିବା ଏବଂ ପ୍ରଶାସନିକ ତଥା ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ କରି ଜୋନ୍‌ଗୁଡ଼ିକୁ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବା ଏବଂ ସମସ୍ତ ଯୋଗାଯୋଗ ସୁରକ୍ଷିତ ଇମେଲ୍‌ ମାଧ୍ୟମରେ କରାଯିବାକୁ ଫାଇନାନ୍‌ସିଆଲ କମିଶନର ମଧ୍ୟ ପରାମର୍ଶ ଦେଇଛନ୍ତି।

ପଦୋନ୍ନତି ନ ମିଳିବାରୁ ଇସ୍ତଫା
ପୂର୍ବରୁ ଏହି ସ୍ତମ୍ଭରେ (ଜୁନ୍‌ ୧୨) ମୁଁ ଲେଖିଥିଲି ଯେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ତେଲଙ୍ଗାନା ଷ୍ଟେଟ୍‌ ଏକାଡେମୀର ନିର୍ଦ୍ଦେଶକ ବିନୟ କୁମାର ସିଂ ଅସନ୍ତୁଷ୍ଟ ଅଛନ୍ତି ଏବଂ ଚାକିରିରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ସେ ତାଙ୍କର ଧମକକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ଇସ୍ତଫାପତ୍ର ଦାଖଲ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କୁ ଲେଖିଥିବା ଏକ ପତ୍ରରେ ସିଂ କହିଛନ୍ତି ଯେ, ସେ ‘ସରକାରଙ୍କ ଉପରେ ବୋଝ’ ହେବାକୁ ଚାହୁଁନାହାନ୍ତି। ସିଂ ତାଙ୍କ ଚିଠିରେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଅକ୍ଟୋବର ୨ ତାରିଖରୁ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି। ଯେଉଁମାନେ ସିଂଙ୍କ ବିଷୟରେ ଜାଣିଛନ୍ତି ସେମାନେ କହିଛନ୍ତି ଯେ ସେ ଚାକିରିରୁ ବିଦାୟ ନେବା ଆଶା କରାଯାଉଥିଲା, ଯେହେତୁ ଯୋଗ୍ୟତା ଥାଇ ବି ତାଙ୍କୁ ପୋଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ପଦକୁ ପଦୋନ୍ନତି ଦିଆଯାଇ ନ ଥିଲା। ଏହାପୂର୍ବରୁ ମେ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ଲେଖିଥିବା ଏକ ପତ୍ରରେ ସିଂ ଅଭିଯୋଗ କରିଥିଲେ ଯେ, ତାଙ୍କୁ ତିନି ମାସ ପୂର୍ବେ ଡିଜିପି ପଦବୀ ପାଇଁ ତାଲିକାଭୁକ୍ତ କରାଯାଇଥିଲେ ବି ସରକାର ପଦୋନ୍ନତି ଦେବା ନେଇ କିଛି ପଦକ୍ଷେପ ନେଇନାହାନ୍ତି। ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସିଂ ଅଭିଯୋଗ କରିଛନ୍ତି ଯେ, ୧୯୮୬ ବ୍ୟାଚ୍‌ର ତେଲଙ୍ଗାନା କ୍ୟାଡରର ନିୟମିତ ନିଯୁକ୍ତିପ୍ରାପ୍ତ ଅଧିକାରୀମାନେ ତିନିବର୍ଷ ପୂର୍ବେ ଖାଲି ପଦବୀ ନ ଥାଇ ବି ପଦୋନ୍ନତି ପାଇଥିଲେ। ସେହିଭଳି ୧୯୮୯ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଆଇଏଏସ୍‌ ଅଧିକାରୀମାନେ ମଧ୍ୟ ଖାଲି ପଦବୀ ନ ଥାଇ ପଦୋନ୍ନତି ପାଇଥିଲେ। ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀମାନେ ବହୁ ଆଗରୁ ପଦୋନ୍ନତି ପାଇଛନ୍ତି। ସେ କହିଛନ୍ତି ଯେ, ଅବସର ପରେ ସେ ତେଲଙ୍ଗାନାର ଲୋକଙ୍କ ମଧ୍ୟରେ ସଂସ୍କାର ଆଣିବା ପାଇଁ କାମ କରିବେ। ବୋଧହୁଏ ସେ ଏକ ନୂଆ କ୍ୟାରିଅରର ଇଙ୍ଗିତ କରିଛନ୍ତି।

ତାମିଲନାଡ଼ୁ ପୋଲିସ ପାଇଁ ଲଜ୍ଜା
ତାମିଲନାଡୁର ଥୁଥୁକୁଡିରେ ପି. ଜୟରାଜ ଏବଂ ତାଙ୍କ ପୁଅ ଜେ. ବେନିକ୍ସଙ୍କ ହାଜତ ମୃତ୍ୟୁ ଘଟଣା ଏବଂ ପୋଲିସ ଅତ୍ୟାଚାରର ବିବରଣୀ ପଦାକୁ ଆସିବା ପରେ ମାଡ୍ରାସ ହାଇକୋର୍ଟ ଏକ ଅଭୂତପୂର୍ବ ରାୟରେ ଘଟଣା ଘଟିଥିବା ସାଥାନକୁଲମ୍‌ ଥାନାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ରାଜସ୍ବ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ଜିଲାପାଳଙ୍କୁ ଆଦେଶ ଦେଇଛନ୍ତି। ଏହି ମୃତ୍ୟୁ ଘଟଣା ପଦାକୁ ଆସିବା ପରେ ପୋଲିସ ନିର୍ଯାତନା ଓ ନୃଶଂସତାକୁ ନେଇ ସାରା ଦେଶ ଚକିତ ହୋଇଯାଇଛି। ବୋଧହୁଏ ୧୮୬୧ ମସିହାରେ ଭାରତୀୟ ପୋଲିସ୍‌ ଆକ୍ଟ ଲାଗୁ ହେବା ପରେ ଏବେ ପ୍ରଥମ ଥର ପାଇଁ ରାଜସ୍ବ ଅଧିକାରୀଙ୍କ ଦ୍ୱାରା କୌଣସି ପୋଲିସ ଷ୍ଟେଶନକୁ ହାତକୁ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମାଣ ନଷ୍ଟ କରିବା, ଅନୁସନ୍ଧାନରେ ସହଯୋଗ ନ କରିବା ଏବଂ ଅନୁସନ୍ଧାନ କରୁଥିବା ନ୍ୟାୟିକ ଦଳକୁ ଭୟଭୀତ କରିବା ପାଇଁ କୋର୍ଟ ଅତିରିକ୍ତ ଏସ୍‌ପି ଡି. କୁମାର, ଡେପୁଟି ଏସ୍‌ପି ପ୍ରଥାପନ୍‌ ଏବଂ କନଷ୍ଟେବଳ ମହାରାଜନଙ୍କ ବିରୋଧରେ ଆପରାଧିକ କୋର୍ଟ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଜନ ଅସନ୍ତୋଷ ପ୍ରକାଶ ପାଇବା ପରେ ଜୟରାଜ ଓ ତାଙ୍କ ପୁଅଙ୍କ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନିଆଯାଉଛି। ତିରୁଚି ରେଞ୍ଜ୍‌ ଡିଆଇଜି ଭି. ବାଲକ୍ରିଷ୍ଣନ୍‌ ୮୦ ଜଣ ପୋଲିସଙ୍କୁ ଦାୟିତ୍ୱରୁ ଅପସାରିତ କରିଛନ୍ତି ଏବଂ ସେମାନଙ୍କୁ ଏକ ମାସ ପାଇଁ ଆଚରଣ ଶିକ୍ଷା କରିବାକୁ କହିଛନ୍ତି। ଠିକ୍‌ ଏହି ସମୟରେ ୩୯ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି କରାଯାଇଛି। କିନ୍ତୁ ରାଜ୍ୟ ପୋଲିସ୍‌ ଏହି ଲଜ୍ଜାଜନକ ଘଟଣାକୁ ସହଜରେ ହଜମ କରିପାରିବ ବୋଲି ମନେହୁଏ ନାହିଁ।
Dilipthecherian@twitter.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri