ଶାଲ୍‌ ପରେ ଡଙ୍ଗରିଆ ମାସ୍କର ଚାହିଦା

ରାୟଗଡ଼ା ଅଫିସ,୪ା୭: ଲକ୍‌ଡାଉନ୍‌ ଘୋଷଣା ପରଠାରୁ ସମସ୍ତ ବର୍ଗର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାୟଗଡ଼ା ଜିଲା ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ। ଶାଲ ବୁଣାରେ ସିଦ୍ଧହସ୍ତ ଏହି ଡଙ୍ଗରିଆ ମହିଳାମାନେ ରୋଜଗାର ବଞ୍ଚାଇବାକୁ ଏବେ ମାସ୍କ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନଙ୍କ ଦକ୍ଷତା ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ ଏପରି ଏକ ଘଡ଼ିସନ୍ଧି ସମୟରେ ବି ଡଙ୍ଗରିଆମାନଙ୍କୁ ସ୍ବାବଲମ୍ବୀ କରିପାରିଛି।
ଏହି ଆଦିବାସୀ ଜନଜାତିର ମହିଳାମାନେ ସାଧାରଣତଃ ପାରମ୍ପରିକ ‘କପଡ଼ା ଗୁନ୍ଦା’ ବୁଣା ଏବଂ ଏମ୍ବ୍ରୋଡରି କାମ କରିଥାନ୍ତି। ସେମାନଙ୍କ ଦ୍ୱାରା ତିଆରି ଶାଲ୍‌ର ଚାହିଦା ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ରହିଛି। କିନ୍ତୁ ଲକ୍‌ଡାଉନ୍‌ ପରେ ଉକ୍ତ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏହି ଡଙ୍ଗରିଆ ମହିଳାମାନେ ବେକାର ହୋଇଯାଇଥିଲେ। ଏହି ସମୟରେ ଡଙ୍ଗରିଆ ଉନ୍ନୟନ ସଂସ୍ଥା(ଡିକେଡିଏ) ସେମାନଙ୍କୁ ରୋଜଗାରର ନୂଆ ମାଧ୍ୟମ ଦେଖାଇଥିଲା। କୋଭିଡ୍‌-୧୯ ସମୟରେ ମାସ୍କ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ମାସ୍କ ସିଲେଇ ଏବଂ ଏମ୍ବ୍ରୋଡରି କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ଫଳରେ ହାତବୁଣା ଶାଲ୍‌ ପରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କର ଚାହିଦା ବୃଦ୍ଧିପାଉଛି ଓ ରୋଜଗାର ମଧ୍ୟ ବଢ଼ୁଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ କୁର୍ଲୀ ପଞ୍ଚାୟତର ଖମ୍ବେଶି, ଖଜୁରି, କୁର୍ଲୀ ଏବଂ ହୁଣ୍ଡିଜାଲି ଗ୍ରାମର ପ୍ରାୟ ୪୦ ଡଙ୍ଗରିଆ ମହିଳା ଏହି ମାସ୍କ ତିଆରି କାର୍ଯ୍ୟ କରୁଛନ୍ତି। ପ୍ରଥମେ ଏସ୍‌ଏଚ୍‌ଜି(ସ୍ବୟଂ ସହାୟିକା ଗୋଷ୍ଠୀ)ର ମହିଳାମାନେ ମାସ୍କ ସିଲେଇ କରିଥାନ୍ତି। ପରେ ଡଙ୍ଗରିଆ ମହିଳାମାନେ ସେଥିରେ ପାରମ୍ପରିକ ଏମ୍ବ୍ରୋଡରି ଡିଜାଇନ କରିଥାନ୍ତି। ଏଥିପାଇଁ ପ୍ରତି ମାସ୍କ ପିଛା ଡିକେଡିଏ ପକ୍ଷରୁ ସେମାନଙ୍କୁ ୫୦ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥାଏ। ଏ ସମ୍ପର୍କରେ ଡଙ୍ଗରିଆ ମହିଳା ଶୁକ୍ରୀ କାଡ୍ରାକା କହିଛନ୍ତି, ଶାଲ ବୁଣା ବନ୍ଦ ହୋଇଯାଇଥିବାରୁ ଏବେ ମାସ୍କ ତିଆରିକରି କିଛି ଆୟ କରିପାରୁଛୁ। ଏଥିସହ ମହାମାରୀ ସମୟରେ ଲୋକଙ୍କୁ ମାସ୍କ ଯୋଗାଇ ଖୁସି ଅନୁଭବ କରୁଛୁ। ଡିକେଡିଏ ପକ୍ଷରୁ କପଡ଼ା, ଛୁଞ୍ଚି ଏବଂ ଏମ୍ବ୍ରୋଡରି ପାଇଁ ସୂତା ଯୋଗାଇ ଦିଆଯାଉଛି। ଗୋଟିଏ ମାସ୍କ ତିଆରି ପାଇଁ ୯୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ମେ୨୧ରୁ ଇତିମଧ୍ୟରେ ୭୫୦ ମାସ୍କ ତିଆରି ସରିଲାଣି। ଆହୁରି ବରାଦ ରହିଛି। ପ୍ରସ୍ତୁତ ମାସ୍କଗୁଡ଼ିକୁ ଭୁବନେଶ୍ୱରସ୍ଥିତ ଟିଡିସିସି (ଟ୍ରାଇବାଲ୍‌ ଡେଭଲପ୍‌ମେଣ୍ଟ କୋଅପରେଟିଭ୍‌ କର୍ପୋରେଶନ) ବିଷମକଟକସ୍ଥିତ ଡିକେଡିଏ କାର୍ଯ୍ୟାଳୟରୁ କିଣି ନେଉଛି। ଆଗାମୀ ଦିନରେ ଏହି ମାସ୍କ ଜାତୀୟ ଓ ଅନ୍ତର୍ଜାତୀୟ ବଜାରକୁ ପଠାଯିବା ଲକ୍ଷ୍ୟ ରହିଛି। ଡିକେଡିଏର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ କହିଛନ୍ତି, ରାଜ୍ୟସ୍ତରରୁ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକଳ୍ପ ଆରମ୍ଭ କରିଥିଲୁ। ଏହା ଡଙ୍ଗରିଆଙ୍କ ରୋଜଗାରର ମାଧ୍ୟମ ହୋଇପାରିଛି। ଏହା ମାଧ୍ୟମରେ ଡଙ୍ଗରିଆ କନ୍ଧଙ୍କ ପ୍ରାଚୀନ ଚିତ୍ରକଳାର ମଧ୍ୟ ପ୍ରଚାର ପ୍ରସାର ହୋଇପାରୁଛି ବୋଲି ପାଢ଼ୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?