ସମସ୍ୟା ଘେରରେ ରେଳ ଷ୍ଟେଶନ:ଜିଏମଙ୍କୁ ଦାବିପତ୍ର ଦେବା ପାଇଁ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ମାସିକ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ପୂର୍ବ ବୈଠକର ବିବରଣୀ ପଠନ ପରେ ତାକୁ ଦୃଢ଼ୀକରଣ କରାଯାଇଥିଲା । ଉକ୍ତ ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ ଜେଡ ଆର୍‌ୟୁସିସି ବୈଠକରେ ଉତ୍‌ଥାପନ କରିଥିବା ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ରେଳ ଷ୍ଟେଶନରେ ସମସ୍ତ ଦୃତ ଗାମୀ ଟ୍ରେନ ମାତ୍ର ୨ ମିନିଟ ରହଣୀ କରୁଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବିଶେଷ କରି ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ମହିଳାମାନେ ଟ୍ରେନ କମ ସମୟ ରହଣି ହେଉଥିବାରୁ ଟ୍ରେନରୁ ଓହ୍ଲାଇ ପାରୁନାହାନ୍ତି। ସେଥିପାଇଁ ୨ ମିନିଟ ରହଣି ପରିବର୍ତ୍ତେ ୫ ମିନିଟକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁରସ୍ଥିତ ଡ଼ିଆରଏମଙ୍କୁ ଏକ ଦାବି ପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଯେଉଁ ସମୟରେ ଦ୍ରୁତଗାମୀ ଡାଉନ ଟ୍ରେନ ଆସେ ସେତେବେଳେ ୪ନମ୍ବର ପ୍ଲାଟ ଫର୍ମରେ ନ ଆସି ୨ ନମ୍ବର ଓ ୩ ନମ୍ବର ପ୍ଲାଟଫର୍ମରେ ଆସୁଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିରେ ବିଶେଷ କରି ବୃଦ୍ଧାବୃଦ୍ଧ ଓ ଦିବ୍ୟାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେବା ସହ ଟ୍ରେନ ଫେଲ ହେଉଛନ୍ତି। ସେଥିପାଇଁ ସମସ୍ତ ଯାତ୍ରୀବାହି ଡାଉନ ଟ୍ରେନ ୪ ନମ୍ବରରେ ଆସିବାକୁ ଦାବି କରାଯାଇଛି।
ଅଫ ଟ୍ରେନ ଗୁଡିକ ୧ନମ୍ବର ପ୍ଳାଟ ଫର୍ମରେ ଆସିବା ପାଇଁ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟ ପରାମର୍ଶଦାତା ହେମ ସାଗର ସାହା ଜେଡ ଆରୟୁସିସି ବୈଠକରେ ଉପସ୍ଥାପନା କରିଥିଲେ, ଏବଂ ଲିଖିତ ଅଭିଯୋଗ ମଧ୍ୟ ଏହା ପୂର୍ବରୁ କରାଯାଇଛି। କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ। ବଡ଼ ଦୁଃଖର କଥା ଆଜି ପର୍ଯ୍ୟନ୍ତ କେସିଙ୍ଗା ଅଞ୍ଚଳର ଯାହାବି ଚିଠି ପତ୍ର ରେଳ ବିଭାଗକୁ ସଂଘ ତରଫରୁ କରାଯାଉଛି। ତାହାର ସନ୍ତୋଷଜନକ ଉତ୍ତର ମିଳୁ ନାହିଁ। ଏପରିକି ଯେତେବେଳେ ଉକ୍ତ ଷ୍ଟେଶନରେ କୌଣସି ପ୍ରୋଗ୍ରାମ ହେଲେ ଅଧିକାରୀ ମାନେ କିଛି ଜଣାଉ ନ ଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା । ଡ .ସାହା ଆସନ୍ତା ୧୦ ତାରିଖ ଦିନ ଜିଏମଙ୍କୁ ସାକ୍ଷାତ ପରେ ଅନ୍ୟ ପଦକ୍ଷେପ ନିଆଯିବ କହିଥିଲେ । ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଏନଏସି ନଗର ପାଲ ନୃପ ରାଜ ଯାଦବ, ଉପ ସଭାପତି ପ୍ରଶାନ୍ତ ବାନାର୍ଜୀ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଦସ୍ୟ ରମେଶ ପଟ୍ଟନାୟକ, ଅନିଲ ଜୈନ,ବିନୁ ଅଗ୍ରୱାଲ,ବେଣୁଧର ମହଲା,,ଜୟ ଭଗବାନ ଜୈନ, ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?