ରେଳ ଚଳାଚଳ ଅଢ଼େଇ ଘଣ୍ଟା ବ୍ୟାହତ

କଟକ ଅଫିସ,୧୫।୪: ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୯୧)ରେ ଶୁକ୍ରବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କଟକ ରେଳଷ୍ଟେଶନର ୫ ନମ୍ବର ପ୍ଲାଟଫର୍ମରେ ଗାଡ଼ିଟି ଅଟକି ରହିବା ହେତୁ ଅପ୍‌ ଲାଇନ୍‌ରେ ସେହି ସମୟ ମଧ୍ୟରେ କୌଣସି ରେଳ ଚଳାଚଳ ହୋଇପାରି ନ ଥିଲା। ଫଳରେ କଟକ ଷ୍ଟେଶନ ପୂର୍ବରୁ ୪ଟି ଟ୍ରେନ୍‌କୁ ଅଟକାଇ ରଖାଯାଇଥିଲା। ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ନ ପାରି ହନ୍ତସନ୍ତ ହୋଇଥିଲେ। ଟ୍ରେନ୍‌ଟିର ଅନ୍ତିମ ଷ୍ଟେଶନ ଭୁବନେଶ୍ୱର ହୋଇଥିବାରୁ ଯାତ୍ରୀମାନେ କଟକରେ ଓହ୍ଲାଇ ସଡ଼କ ପଥରେ ବସ୍‌ ଯୋଗେ ଯିବାକୁ ବାଧ୍ୟ ହୋଇଥିଲେ।
ମିଳିଥିବା ସୂଚନା ଅନୁସାରେ, ଉକ୍ତ ଟ୍ରେନ୍‌ ପ୍ରତିଦିନ ଭଳି ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯.୧୫ରେ କଟକ ରେଳଷ୍ଟେଶନର ୫ ନମ୍ବର ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରୁଥିଲା। ଏହି ସମୟରେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଅବଗତ ହୋଇଥିଲେ। ୨୨ ବଗିବିଶିଷ୍ଟ ଟ୍ରେନ୍‌ର ଇଞ୍ଜିନ୍‌ ଓ ଦୁଇଟି ବଗି ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରିସାରିଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ୩ୟ ବଗିରେ ଜଣାପଡ଼ିବାରୁ ଟ୍ରେନ୍‌କୁ ସେହି ଅବସ୍ଥାରେ ଅଟକାଇ ରଖାଯାଇଥିଲା। ଦୁଇ ବଗି ମଧ୍ୟରେ ଧକ୍କାରୁ ରକ୍ଷା କରିବା ପାଇଁ ଥିବା ବଫର କୌଣସି କାରଣରୁ ବଙ୍କା ହୋଇଯାଇଥିଲା। ସେହି ଅବସ୍ଥାରେ ଟ୍ରେନ୍‌ଟି ପ୍ରାୟ ଅଢ଼େଇ ଘଣ୍ଟା ରହିବାରୁ ଅପ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଭୁବନେଶ୍ୱର ଓ କଟକର ଟେକ୍ନିକାଲ ଟିମ୍‌ ସହ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନଷ୍ଟ ବଫରକୁ କାଟି ବାହାର କରିବା ପରେ ନୂତନ ବଫର ଯୋଡ଼ା ଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ପରେ ଟ୍ରେନ୍‌ଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଅପରପକ୍ଷରେ ରେଲ୍‌ଓ୍ବେ ପକ୍ଷରୁ ଭଦ୍ରକ ଆଡୁ ଆସୁଥିବା ଟ୍ରେନ୍‌ଗୁଡ଼ିକୁ ବିଭିନ୍ନ ଷ୍ଟେଶନରେ ଅଟକାଇ ରଖାଯାଇଥିଲା। କେନ୍ଦ୍ରାପଡ଼ା ରୋଡ୍‌ ଷ୍ଟେଶନ୍‌ରେ ଜଳେଶ୍ୱର-ପୁରୀ ମେମୋ, କପିଳାସ ରୋଡ୍‌ ଷ୍ଟେଶନରେ ତାଳଚେର-ପୁରୀ ଏକ୍ସପ୍ରେସ୍‌, ଧାନମଣ୍ଡଳ ଷ୍ଟେଶନ୍‌ରେ ଦୂରନ୍ତୋ ଓ ନନ୍ଦନକାନନ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅଟକାଇ ରଖାଯାଇଥିଲା। ଯାତ୍ରୀମାନେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍‌ ଭିତରେ ଫସି ରହିଥିଲେ। ଗରମ ଓ ଗୁଳୁଗୁଳି ଯୋଗୁ ବହୁସଂଖ୍ୟକ ଯାତ୍ରୀ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ ନ ପାରି ବିଭିନ୍ନ ଷ୍ଟେଶନରେ ଅଟକି ଅତିଷ୍ଠ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri