ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍‌ ଆପ୍‌ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କୁ କୋରାପୁଟ ସାଇବର ପୋଲିସ ଝାଡ଼ଖଣ୍ଡରୁ ସୋମବାର ଗିରଫ କରିବା ସହ ତାଙ୍କଠାରୁ ୧୦ ଚେକ୍‌ ବୁକ୍‌, ନଗଦ ୨ ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଥିବା ସ୍ଥାନୀୟ ଅତିରିକ୍ତ ଏସ୍‌ପି ମନୋବ୍ରତା ଶତପଥୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଅବତାବ ଅଲ୍ଲୀ(୨୨)।

ସୂଚନାଯୋଗ୍ୟ, କୋରାପୁଟ ରେଲଓ୍ବେରେ କାର୍ଯ୍ୟରତ ଭାରତ ଭୂଷଣ ବର୍ଗେ(୩୧)ଙ୍କୁ ହ୍ବାଟ୍ସଆପରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଅଧିକ କମିଶନି ମିଳିବ ଓ ଏଥିପାଇଁ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ମେସେଜ୍‌ ଆସିଥିଲା। ଥରେ ଦୁଇଥର ଭାରତଙ୍କୁ ଅଧିକ ଟଙ୍କାର କମିଶନି ପ୍ରଦାନ କରାଯାଇଥିଲା। ଏଭଳି ଅଧିକା ଟଙ୍କା ଲଗାଇଲେ ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ କମ୍ପାନୀ ଲୋଭ ଦେଖାଇଥିଲା।

ଏହି ସମୟ ମଧ୍ୟରେ ଭାରତ ପର୍ଯ୍ୟାୟକ୍ରମେ ମୋଟ ୬ ଲକ୍ଷ ୯୦ ହଜାର ଟଙ୍କା ଲଗାଇଥିବା ବେଳେ ଆଉ କମିଶନି ଟଙ୍କା ଆସି ନ ଥିଲା। ଏଥିରେ ସନ୍ଦେହ କରି ୨୦୨୪ ନଭେମ୍ବର ୮ରେ ଭାରତ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ୧୩/୨୪ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

କୋରାପୁଟ ଏସ୍‌ପି ରୋହିତ ବର୍ମା ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ କମ୍ପାନୀ ଓ ମୁଖ୍ୟ ଅଭିଯୁକ୍ତଙ୍କ ଫୋନ୍‌କୁ ଟ୍ରାପ କରି ପ୍ରଥମେ ଅବତାବଙ୍କ ଘରକୁ ଯାଇଥିବା ବେଳେ ସେ ସେଠାରେ ନ ଥିଲେ। ଝାଡ଼ଖଣ୍ଡର ରାଧାନଗର ପୋଲିସ ଷ୍ଟେଶନ ନିକଟ ସେକ ଫୋରିଦାତଳା ଗ୍ରାମକୁ ଯାଇ ଅବତାବଙ୍କୁ ଗିରଫ କରିଥିଲା। ଜେରା ପରେ ତାଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା,୧୦ ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲକୁ ଜବତ କରାଯାଇଥିଲା।

ବନ୍ଧନ ବ୍ୟାଙ୍କରେ ଅବତାବ ରଖିଥିବା ୨ ଲକ୍ଷ ଓ ଅନ୍ୟ ଏକ ବ୍ୟାଙ୍କରେ ଥିବା ୮୦ ହଜାର ଟଙ୍କା ଫ୍ରିଜ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସ୍‌ପି ଶତପଥୀ କହିଛନ୍ତି। ଅବତାବଙ୍କୁ ଅଧିକ ଜେରା କରାଯାଉଛି। ଖବରଦାତା ସମ୍ମିଳନୀରେ କୋରାପୁଟ ସାଇବର ଥାନା ଅଧିକାରୀ ପ୍ରଧାନ ଓ ବିଭାଗୀୟ ଅଧିକାରୀ କେ. କେ. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri