ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍‌ ଆପ୍‌ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କୁ କୋରାପୁଟ ସାଇବର ପୋଲିସ ଝାଡ଼ଖଣ୍ଡରୁ ସୋମବାର ଗିରଫ କରିବା ସହ ତାଙ୍କଠାରୁ ୧୦ ଚେକ୍‌ ବୁକ୍‌, ନଗଦ ୨ ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଥିବା ସ୍ଥାନୀୟ ଅତିରିକ୍ତ ଏସ୍‌ପି ମନୋବ୍ରତା ଶତପଥୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଅବତାବ ଅଲ୍ଲୀ(୨୨)।

ସୂଚନାଯୋଗ୍ୟ, କୋରାପୁଟ ରେଲଓ୍ବେରେ କାର୍ଯ୍ୟରତ ଭାରତ ଭୂଷଣ ବର୍ଗେ(୩୧)ଙ୍କୁ ହ୍ବାଟ୍ସଆପରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଅଧିକ କମିଶନି ମିଳିବ ଓ ଏଥିପାଇଁ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ମେସେଜ୍‌ ଆସିଥିଲା। ଥରେ ଦୁଇଥର ଭାରତଙ୍କୁ ଅଧିକ ଟଙ୍କାର କମିଶନି ପ୍ରଦାନ କରାଯାଇଥିଲା। ଏଭଳି ଅଧିକା ଟଙ୍କା ଲଗାଇଲେ ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ କମ୍ପାନୀ ଲୋଭ ଦେଖାଇଥିଲା।

ଏହି ସମୟ ମଧ୍ୟରେ ଭାରତ ପର୍ଯ୍ୟାୟକ୍ରମେ ମୋଟ ୬ ଲକ୍ଷ ୯୦ ହଜାର ଟଙ୍କା ଲଗାଇଥିବା ବେଳେ ଆଉ କମିଶନି ଟଙ୍କା ଆସି ନ ଥିଲା। ଏଥିରେ ସନ୍ଦେହ କରି ୨୦୨୪ ନଭେମ୍ବର ୮ରେ ଭାରତ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ୧୩/୨୪ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

କୋରାପୁଟ ଏସ୍‌ପି ରୋହିତ ବର୍ମା ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ କମ୍ପାନୀ ଓ ମୁଖ୍ୟ ଅଭିଯୁକ୍ତଙ୍କ ଫୋନ୍‌କୁ ଟ୍ରାପ କରି ପ୍ରଥମେ ଅବତାବଙ୍କ ଘରକୁ ଯାଇଥିବା ବେଳେ ସେ ସେଠାରେ ନ ଥିଲେ। ଝାଡ଼ଖଣ୍ଡର ରାଧାନଗର ପୋଲିସ ଷ୍ଟେଶନ ନିକଟ ସେକ ଫୋରିଦାତଳା ଗ୍ରାମକୁ ଯାଇ ଅବତାବଙ୍କୁ ଗିରଫ କରିଥିଲା। ଜେରା ପରେ ତାଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା,୧୦ ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲକୁ ଜବତ କରାଯାଇଥିଲା।

ବନ୍ଧନ ବ୍ୟାଙ୍କରେ ଅବତାବ ରଖିଥିବା ୨ ଲକ୍ଷ ଓ ଅନ୍ୟ ଏକ ବ୍ୟାଙ୍କରେ ଥିବା ୮୦ ହଜାର ଟଙ୍କା ଫ୍ରିଜ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସ୍‌ପି ଶତପଥୀ କହିଛନ୍ତି। ଅବତାବଙ୍କୁ ଅଧିକ ଜେରା କରାଯାଉଛି। ଖବରଦାତା ସମ୍ମିଳନୀରେ କୋରାପୁଟ ସାଇବର ଥାନା ଅଧିକାରୀ ପ୍ରଧାନ ଓ ବିଭାଗୀୟ ଅଧିକାରୀ କେ. କେ. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?