Posted inଜାତୀୟ

ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ: ଟୁଇଟ୍‌ ଯୋଗେ କହିଲେ…

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ନୂଆ ଜଲପାଇଗୁଡିରେ କଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛରୁ ଉଚ୍ଚ ବେଗରେ ଆସୁଥିବା ଏକ ମାଲବାଦୀ ଟ୍ରେନ ଦ୍ୱାରା ଶକ୍ତ ଧକ୍କା ହୋଇଥିଲା। ସିଲିଗୁଡି ଅତିକ୍ରମ କରିବା ପରେ ରଙ୍ଗପାଣି ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରେନର ପଛ ପାର୍ଶ୍ୱରେ ଥିବା ତିନୋଟି ବଗି ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ, ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଦୁଇଟି ଯାତ୍ରୀ ବଗି ଏବଂ ଗୋଟିଏ ପାର୍ସଲ ବଗି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ସତର୍କ କରାଯାଇଛି।
ଏହି ଦୁର୍ଘଟଣାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ, ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଲୋଡ଼ା

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରଭଞ୍ଜ ସାହିତ୍ୟ ପରିଷଦଠାରେ ଶୁକ୍ରବାର ରାତିରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍‌ଡିପିଓ ଡ.ଦୀପକ…

 ଭଉଣୀ  ଘରକୁ ଯିବାବେଳେ ଭୟଙ୍କର ଦୁର୍ଘଟଣା : ରାସ୍ତାରେ…  

ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର  ଲାଠୀପଡ଼ା  ଠାରେ ଶୁକ୍ରବାର ରାତିରେ ଏକ ବାଇକ ଗାଡି ଦୁର୍ଘଟନାଗ୍ରସ୍ତ ହୋଇଛି। ଏଥିରେ ତତାବାଲି ଗ୍ରାମର…

୨୪ ଘଣ୍ଟା ମଧ୍ୟରେ ଚୋରି ମାମଲାରେ ୨ ଗିରଫ

କୋରାପୁଟ,୨୩ା୧(ଅମିତାଭ ବେହେରା):କୋରାପୁଟ ଟାଉନ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଟାଉନ ପୋଲିସ ଚୋରି ମାମଲାର ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋଟ ଚାଲାଣ…

ଟ୍ରକ ଧକ୍କାରେ ଯୁବ ଚାଷୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ ୪ ଘଣ୍ଟା ଧରି ରାମପୁର ରାସ୍ତା ଉପରେ ରାସ୍ତା ରୋକ

ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ,…

ମହାକାଶରେ ଭୟଙ୍କର ଦୃଶ୍ୟ? ଅଚାନକ ଲୁଚିଗଲେ ସୂର୍ଯ୍ୟ, ରହସ୍ୟମୟ ଭାବେ…

ବ୍ରହ୍ମାଣ୍ଡରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ବିସ୍ମିତ କରୁଛି। ପୃଥିବୀଠାରୁ ପ୍ରାୟ 3,000 ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ…

ଗୁଗୁଲରେ ଇଣ୍ଟର୍ନସିପ କରିବାର ସୁଯୋଗ, UG-PG ଛାତ୍ରୀଛାତ୍ର କରିପାରିବେ ଆବେଦନ, ଷ୍ଟାଇପେଣ୍ଡ ମିଳିବ…

ଯଦି ଆପଣ Google ସହିତ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। Google 2026 ପାଇଁ ଏହାର ବିଭିନ୍ନ ଇଣ୍ଟର୍ନସିପ…

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ

କୋରାପୁଟ,୨୩।୧(ଅମିତାଭ ବେହେରା ): ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା…

ସ୍କୁଲ ବାରଣ୍ଡାରେ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ଶିକ୍ଷକ

ପାଇକମାଳ,୨୩।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳରେ ଆଉ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଅସଦାଚରଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri