ରିଲ୍ସ ମାନିଆ

ବର୍ତ୍ତମାନ ବିଭିନ୍ନ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି ରିଲ୍ସ; ଯାହାକି ନା କେବଳ ସଭିଙ୍କୁ ଯୋଗାଉଛି ଭରପୂର ମନୋରଞ୍ଜନର ଖୋରାକ ବରଂ ଅଭିନୟ ପ୍ରତି ରୁଚି ରଖୁଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଦେଉଛି ଲୋକଲୋଚନକୁ ଆସିବାର ସୁଯୋଗ। ଏହାର ସବୁଠୁ ଅଧିକ ଫାଇଦା ଉଠାଉଛନ୍ତି ଯୁବପିଢ଼ି। ତେବେ ଅପରପକ୍ଷେ ଏହି ରିଲ୍ସ ମଧ୍ୟ କାହାର ସମୟ ନଷ୍ଟ କରୁଥିବା ବେଳେ ଆଉ କାହା ଲାଗି ସାଜୁଛି ଘାତକ…

ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ରାଜ୍‌ କରୁଛି ରିଲ୍ସ ଭିଡିଓ। ବଛା ବଛା ଫିଲ୍ମ ଡାଇଲଗ୍‌, ସଙ୍ଗ୍‌ ହେଉ ଅବା କମେଡ଼ିରେ ନିଜର ରିଲ୍ସ ପ୍ରସ୍ତୁତ କରି ଅଧିକରୁ ଅଧିକ ଲାଇକ୍‌ ଏବଂ କମେଣ୍ଟ ପାଇବାକୁ ନେଇ ଚାଲିଛି ଯେମିତି କମ୍ପିଟିଶନ୍‌। ତେବେ ଏହା ଦ୍ୱାରା କେହି କେହି ଉପକୃତ ହେଉଥିବା ବେଳେ କେତେକଙ୍କ ପାଇଁ ଏହା ସାଜୁଛି ମୁଣ୍ଡବିନ୍ଧାର କାରଣ…
ମନୋରଞ୍ଜନର ଭରପୂର ଖୋରାକ: ବର୍ତ୍ତମାନ ସଭିଙ୍କ ହାତରେ ସ୍ମାର୍ଟ ଫୋନ୍‌। ଯାହାର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ ବରଂ ଏହା ପାଲଟିଛି ମନୋରଞ୍ଜନର ସବୁଠୁ ବଡ଼ ମାଧ୍ୟମ। ବିଶେଷକରି ସୋସିଆଲ୍‌ ସାଇଟ୍‌ରେ ଟ୍ରେଣ୍ଡ କରୁଥିବା ଶର୍ଟ ଭିଡିଓ ଅବା ରିଲ୍ସ ଏବେ ସଭିଙ୍କୁ ଯୋଗାଉଛି ମନୋରଞ୍ଜନର ଭରପୂର ଖୋରାକ।
ସଭିଙ୍କୁ ମିଳୁଛି ସୁଯୋଗ: ଅଭିନୟ ପ୍ରତି ଅନେକଙ୍କର ରୁଚି ରହିଛି। ହେଲେ କେବେ ସୁବିଧା ସୁଯୋଗର ଅଭାବ ତ ଆଉ କେବେ ସମୟ ଏବଂ ପରିସ୍ଥିତି ଯୋଗୁ ଅନେକଙ୍କୁ ନିଜ କଳାକୁ ଲୋକଲୋଚନରେ ପ୍ରଦର୍ଶନ କରିବାର ମଉକା ମିଳି ନ ଥାଏ। ହେଲେ ଏବେ ଅନେକଙ୍କର ଏହି ଇଚ୍ଛାକୁ ପୂରଣ କରିଛି ରିଲ୍ସ। ଯାହାଦ୍ୱାରା ବିନା କାହାରି ସାହାଯ୍ୟରେ ନିଜ ଫୋନରେ ଘରେ ଥାଇ ମଧ୍ୟ ଅନେକେ ବିଭିନ୍ନ ରିଲ୍ସ ପ୍ରସ୍ତୁତ କରି ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ସାଉଁଟୁଛନ୍ତି ପ୍ରଶଂସା।
ଦେଉଛି ପରିଚୟ: ବର୍ତ୍ତମାନ ଅଭିନୟ ପ୍ରତି ରୁଚି ରଖୁଥିବା ଅନେକ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ଭଲ ମାଧ୍ୟମ ପାଲଟିଛି ରିଲ୍ସ। ଫଳରେ ସେମାନେ ବିଭିନ୍ନ ମୁଭି ଡାଇଲଗ୍‌ରୁ ଆରମ୍ଭ କରି ସଙ୍ଗ୍‌, କମେଡ଼ି କିମ୍ବା ଅନ୍ୟାନ୍ୟ କଣ୍ଟେଣ୍ଟକୁ ନେଇ ରିଲ୍ସ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରୁଛନ୍ତି।
ଜାଣି ରଖନ୍ତୁ:
ରହୁ ଶାଳିନତା: ଯଦିଓ ରିଲ୍ସ ଭିଡିଓ ଅନେକଙ୍କ ମନୋରଞ୍ଜନ କରାଉଛି, ହେଲେ ଏଥିରେ କେତେଜଣ ଅଧିକ ଲାଇକ୍‌ କମେଣ୍ଟ ପାଇବା ଆଶାରେ ବିଭିନ୍ନ ଅଶ୍ଳୀଳ ଭିଡିଓ କିମ୍ବା ସମ୍ବେଦନଶୀଳ ଭିଡିଓ ପୋଷ୍ଟ କରିବାକୁ ବି ପଛାଉ ନାହାନ୍ତି। ଯେହେତୁ ସୋସିଆଲ ମିଡିଆ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକେ ବ୍ୟବହାର କରୁଛନ୍ତି, ତେଣୁ ରିଲ୍ସ ପ୍ରସ୍ତୁତକାରୀ ଶାଳିନତା ରକ୍ଷା କରିବା ଆବଶ୍ୟକ। ଏହା ବ୍ୟତୀତ ଏଭଳି ଭିଡିଓ ଉପରେ ରୋକ ଲଗାଇବା ଲାଗି କିଛି ଗାଇଡ୍‌ଲାଇନ୍‌ ମଧ୍ୟ ରହିବା ଜରୁରୀ।
ସୁରକ୍ଷାକୁ ଦିଅନ୍ତୁ ଗୁରୁତ୍ୱ: ସଭିଙ୍କଠାରୁ ଭିନ୍ନ ରିଲ୍ସ ବା ୟୁନିକ୍‌ ଭିଡିଓ କରିବା କେଜ୍‌ ଜଣ ଜଣଙ୍କଠାରେ ଏତେ ଅଧିକ ଯେ, ଏଥିପାଇଁ ସେମାନେ ନିଜ ଜୀବନକୁ ବି ବିପଦରେ ପକାଇବାକୁ ବି ପଛାଉ ନାହାନ୍ତି। ରିଲ୍ସ ଶୁଟିଂ କରିବା ବେଳେ ପାଣିରେ ଗୋଡ଼ଖସି, ଟ୍ରେନ୍‌ ଧକ୍କା, ଛାତରୁ ଖସିପଡ଼ିବା ଆଦି ଦୁର୍ଘଟଣା ଘଟି କେତେକଙ୍କ ଜୀବନ ହାନି ହୋଇଥିବାର ବି ନଜିର ରହିଛି। ତେଣୁ ଭିଡିଓ ଶୁଟିଂ ବେଳେ ସୁରକ୍ଷା ପ୍ରତି ସଜାଗ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ନ ହେଉ ସମୟ ନଷ୍ଟ: ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଷ୍ଟାଟସ୍‌ ହେଉ କି ୟୁଟ୍ୟୁବ୍‌ ସବୁ ଖୋଲିବାମାତ୍ରେ ପ୍ରଥମେ ଦେଖିବାକୁ ମିଳୁଛି ରିଲ୍ସ। ବର୍ତ୍ତମାନ ଏହା ଏତେମାତ୍ରାରେ ବଢ଼ିବାରେ ଲାଗିଛି ଯେ, ଏହାକୁ କରିବାର ନିଶାରେ ଯୁବପିଢ଼ି ପାଠପଢ଼ା, କ୍ୟାରିୟର୍‌ ତଥା ଅନ୍ୟ ଜରୁରୀ କାର୍ଯ୍ୟ ପଛରେ ପକାଇ ଏହା ପିଛାରେ ଅଧିକ ସମୟ ନଷ୍ଟ କରୁଛନ୍ତି। ଆଉ ନିଜ ଭିଡିଓକୁ ବିଭିନ୍ନ ସୋସିଆଲ୍‌ ସାଇଟ୍‌ରେ ଛାଡ଼ି ଅନ୍ୟମାନଙ୍କ ସମୟ ବି ନଷ୍ଟ କରିବାକୁ ପଛାଉ ନାହାନ୍ତି। ତେଣୁ ରିଲ୍ସ କରିବାକୁ ରୁଚି ରଖୁଥିଲେ ଭଲ କଣ୍ଟେଣ୍ଟ ବାଛନ୍ତୁ ଏବଂ ଏହାଦ୍ୱାରା ଯେପରି ନିଜର କିମ୍ବା ଅନ୍ୟର ଅଯଥା ସମୟ ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ସିତେଶ୍‌ କୁମାର ସାହୁ (ଛାତ୍ର, କଣ୍ଟିଲୋ, ନୟାଗଡ଼)- ଆକ୍ଟିଂରେ କ୍ୟାରିୟର୍‌ କରିବା ମୋ ଲକ୍ଷ୍ୟ। ଯେହେତୁ ଏବେ ଛାତ୍ର ଅଛି ପାଠ ପଢ଼ିବା ସହ ଆକ୍ଟିଂ ଏବଂ ମ୍ୟୁଜିକ୍‌ ଭିଡିଓ ଶିଖିବା ପାଇଁ ମଧ୍ୟ ସମୟ ବାହାର କରୁଛି। ମାର୍କେଟକୁ ଯେତେସବୁ ନୂଆ ନୂଆ ଭିଡିଓ ଆସୁଛି ପ୍ରାୟ ସବୁ ଗୀତରେ ରିଲ୍ସ ଆଉ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛି। ମୁଭି ଡାଇଲଗ୍‌ରେ ବି ଛୋଟ ଛୋଟ ରିଲ୍ସ ଭିଡିଓ କରୁଛି। ଏଥିପାଇଁ ଦିନକୁ ୩-୪ ଘଣ୍ଟା ସମୟ ବାହାର କରୁଛି। ଆମର ଗୋଟେ ମ୍ୟୁଜିକ୍‌ ଗ୍ରୁପ୍‌ ଥିବାରୁ ସେମାନଙ୍କ ସହ ମିଶି ପ୍ରାୟ ବଡ଼ ବଡ଼ ରେକର୍ଡ଼ିଂ ଷ୍ଟୁଡିଓକୁ ଯାଏ। ସେଠାରେ ମ୍ୟୁଜିକ୍‌ ଷ୍ଟାର ବା ସିଙ୍ଗର୍‌ମାନଙ୍କ ସହ ମିଶେ। ତେଣୁ ଏଥିପାଇଁ ମୋର ଲୋକପ୍ରିୟତା ବି ଧୀରେ ଧୀରେ ବଢ଼ୁଥିବାର ଅନୁଭବ କରୁଛି।
ସାନୁ ତରାଇ (ଗୋରଖପୁର, ଯାଜପୁର) – ବେଳେବେଳେ ରିଲ୍ସ ଏବଂ ମ୍ୟୁଜିକ୍‌ ଭିଡିଓକୁ ସୋସିଆଲ୍‌ ମିଡିଆରେ ଦେଖେ, କିନ୍ତୁ ସେଗୁଡ଼ା ମୋର ବେଶି ପସନ୍ଦ ନୁହେଁ। ଅନେକ ଲୋକ ବହୁତ ଖରାପ ରିଲ୍ସ କରି ପୋଷ୍ଟ କରୁଥିବାରୁ ଦେଖିବାକୁ ମୋର ଇଚ୍ଛା ହୁଏନି। ଏମିତିରେ ଏସବୁ ଦେଖିବା ଆରମ୍ଭ କଲେ କମେଣ୍ଟ ବି ପଡ଼ିବାକୁ ଇଚ୍ଛା ହୁଏ, ଫଳରେ ବହୁତ ସମୟ ନଷ୍ଟ ହୁଏ। ସେଥିପାଇଁ ଏହାକୁ ବହୁତ କମ୍‌ ଦେଖେ। ଘରେ ଛୋଟ ପିଲାମାନେ ଥିବାରୁ ସେମାନଙ୍କୁ ଦେଖିବାକୁ ବାରଣ କରେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri