ପଶ୍ଚିମବଙ୍ଗ ଲକ୍‌ଡାଉନ୍‌ ଯୋଗୁ ରେଳସେବା ପ୍ରଭାବିତ

ଭୁବନେଶ୍ୱର,୩।୮(ବ୍ୟୁରୋ): ପଶ୍ଚିମବଙ୍ଗରେ ଲକ୍‌ଡାଉନ ଯୋଗୁ ପୂର୍ବତଟ ରେଳପଥର ଟ୍ରେନ ସେବା ପ୍ରଭାବିତ ହୋଇଛି। ଚଳିତ ମାସରେ ଆଉକିଛି ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଛି। ଆସନ୍ତା ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ୫ଟି ଟ୍ରେନ୍‌ ବାତିଲ ହେବ। ହାଓଡ଼ାରୁ ଛାଡୁଥିବା ହାଓଡ଼ା-ଯଶୋବନ୍ତପୁର ଦୁରନ୍ତୋ ସ୍ପେଶାଲକୁ ୫, ୮, ୧୬ ଓ ୨୩ ତାରିଖରେ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତୋ ସ୍ପେଶାଲ ୭, ୧୦, ୧୬, ୧୮, ୨୩, ୨୫ ଓ ୩୦ ତାରିଖରେ ବାତିଲ ରହିବ। ସିଆଲ୍‌ଦାରୁ ଛାଡୁଥିବା ସିଆଲ୍‌ଦା-ଭୁବନେଶ୍ୱର ଦୂରନ୍ତୋ ସ୍ପେଶାଲ ୩ ତାରିଖ ଓ ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ସିଆଲ୍‌ଦା ଦୂରନ୍ତୋ ସ୍ପେଶାଲ ୪ ତାରିଖରେ ବାତିଲ ରହିବ। ସେହିଭଳି ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲକୁ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ଉଭୟ ଦିଗରୁ ବାତିଲ କରାଯିବ। ଅନ୍ୟପକ୍ଷରେ ସିକନ୍ଦରାବାଦ-ହାଓଡ଼ା ଫଲକ୍‌ନୁମା ସ୍ପେଶାଲ ଏକ୍ସପ୍ରେସ ଆସନ୍ତା ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରଠାରେ ଯାତ୍ରା ସମାପ୍ତ କରିବ। ହାଓଡ଼ା-ସିକନ୍ଦରାବାଦ ଫଲକ୍‌ନୁମା ସ୍ପେଶାଲ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ସେହି ତାରିଖଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀ-ଭୁବନେଶ୍ୱର ପୁରୁଷୋତ୍ତମ ଏକ୍ସପ୍ରେସ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ପୁରୁଲିଆ ଓ ହିଜ୍‌ଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ତାରିଖରେ ଏବଂ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ତାରିଖରେ ଉଭୟ ଦିଗରୁ ହିଜ୍‌ଲୀରେ ରହିବନାହିଁ। ସିଆଲ୍‌ଦା(କୋଲକାତା)-ଭୁବନେଶ୍ୱର ଦୂରନ୍ତୋ ଏକ୍ସପ୍ରେସ୍‌ ୧୭, ୨୪ ଓ ୩୧ ତାରିଖରେ ଏବଂ ଭୁବନେଶ୍ୱର-ସିଆଲ୍‌ଦା ଦୂରନ୍ତୋ ଏକ୍ସପ୍ରେସ ୧୫ ଓ ୨୨ ତାରିଖରେ ଉଭୟ ଦିଗରୁ ଖଡ଼ଗପୁରରେ ରହଣି କରିବନାହିଁ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୯ନଂ କରୋନା ଆକ୍ରାନ୍ତ ବମିଖାଲର ୭୫ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ  ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବମିଖାଲର ୩ଜଣ ହୋଇଥିବା ବେଳେ ଜଣେ ଝାରପଡ଼ା ଅଞ୍ଚଳର । ତେବେ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏନ୍‌ଟିଏସିଏଚ୍‌। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ...

ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୯।୯ (ବ୍ୟୁରୋ) : ଗୁରୁବାର ଅପରାହ୍ନ ୪ଟାରେ ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ ପଯର୍‌ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ବିଭାଗ...

କୂଅଖୋଳା ନାଁରେ ଦୁର୍ନୀତି

ଦଶମନ୍ତପୁର,,୧୨।୧୦(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଦେଓଖୋଡକ ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଚାଷୀଙ୍କ ଜମିରେ ୩ଟି କୂଅ ଖୋଳାଯାଇଥିଲା। ଗ୍ରାମର ପୋଇଲି ମୁଦୁଲି ଯୋଡ଼ିଗଛ ନିକଟରେ ଥିବା...

ସାର୍ଟିଫିକେଟ ଲାଗି ସ୍କୁଲରେ ତାଲା ପକାଇଲେ ଛାତ୍ରୀ

ବିଞ୍ଝାରପୁର,୧୧।୧୧(ଡି.ଏନ.ଏ.): ବିଦ୍ୟାଳୟରେ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ଆସିଛି। ତେବେ ଲାଞ୍ଚ ନେଇ ମଧ୍ୟ ସାର୍ଟିଫିକେଟ ନ ଦେବାରୁ ଛାତ୍ରୀ ବୁଧବାର...

ସାତକୋଶିଆରେ କାହ୍ନା ଟିମ୍‌

ବନ୍ତଳା,୨୨ା୩(ଡି.ଏନ.ଏ.):ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ଦୀର୍ଘ ଅଢ଼େଇବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ...

ସକାଳ ୮ରୁ ୪ଟା ଯାଏ ଆସିବନି ପାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୮ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀରରୁ ୪୪, ଖୋର୍ଦ୍ଧାରୁ ୪୧,...

Advertisement
Archives

Model This Week