କ୍ଷତି ସହୁଛନ୍ତି ରାୟଗଡ଼ାର ସୀତାଫଳ ଚାଷୀ

ରାୟଗଡ଼ା ଅଫିସ,୧ା୧୧:ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳ(ଆତ)ର ବେଶ୍‌ ଚାହିଦା। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉତ୍ପାଦନ ଅଧିକ ହୋଇଥାଏ। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ କ୍ଷତି ସହୁଛନ୍ତି। ସୀତାଫଳକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ନିମନ୍ତେ ଶୀତଳ ଭଣ୍ଡାରର ସୁବିଧା ଏବଂ ବିକ୍ରି ନିମନ୍ତେ ଆବଶ୍ୟକ ବଜାର ଏବଂ ଉଚିତ ଦରଧାର୍ଯ୍ୟର ବ୍ୟବସ୍ଥା ନ ଥିବାରୁ ଆଦିବାସୀ ଚାଷୀ ଅଭାବୀ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଏଠାରୁ କମ୍‌ ମୂଲ୍ୟରେ ଫଳ ନେଇ ଉଚ୍ଚଦରରେ ବିକ୍ରି କରି ଲାଭବାନ୍‌ ହେଉଥିବାବେଳେ ସ୍ଥାନୀୟ ଚାଷୀ ଏହାର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି।
ରାୟଗଡ଼ା ଜିଲାର ସୀତାଫଳର ସ୍ବାଦ ଦୃଷ୍ଟିରୁ ଚାହିଦା ଅଧିକ। ମୁଖ୍ୟତଃ ରାୟଗଡ଼ା ସଦର ଏବଂ କୋଲନରା ବ୍ଲକ ଅଞ୍ଚଳରେ ଅଧିକ ସୀତାଫଳ ଉତ୍ପାଦନ ହୋଇଥାଏ। ରାୟଗଡ଼ା ବ୍ଲକର ମିରାବାଲି, କାରୁବାଇ, ଡାଙ୍ଗଲୋଡ଼ି, ବାଇସିଂ, ବୈରାଗିହାଲୁଆ, ପିପଲଗୁଡ଼ା ଅଞ୍ଚଳ ଏବଂ କୋଲନରା ବ୍ଲକର ଭୋଇମଡ଼ା, ମୁକୁନ୍ଦପୁର, ରୁପୁଣି, କୈଳାସପୁର, ବଡ଼ଖିଲାପଦର ଆଦି ଅଞ୍ଚଳରେ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ସୀତାଫଳ ଗଛ ରହିଛି। ଏହା ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇଥାଏ। ଅଞ୍ଚଳବାସୀ ସୀତାଫଳକୁ ଝୁଡ଼ିରେ ସଂଗ୍ରହ କରି ରାୟଗଡ଼ା, ଗୁଣପୁର ଏବଂ ଜେକେପୁର ବଜାରକୁ ନେଇ ବିକ୍ରି କରିଥାନ୍ତି । ଏହା ସେମାନଙ୍କ ପରିବାର ଚଳିବାରେ ସାମାନ୍ୟ ସହାୟକ ହୋଇଥାଏ। ପରିତାପର ବିଷୟ ହେଲା ଜିଲାରେ ଅଧିକ ପରିମାଣରେ ଏହି ଫଳ ଉତ୍ପାଦନ ହେଉଥିଲେ ମଧ୍ୟ ଚାଷୀ ସେମାନଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇପାରୁ ନ ଥିବା ପ୍ରକାଶ କରିଛନ୍ତି।
ଜିଲା ବାହାରେ ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ରେ ସୀତାଫଳ କେଜି ପ୍ରତି ୧୫୦ ଏବଂ ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଥିବାବେଳେ ଏଠାରେ ଝୁଡ଼ିଟିଏ(୫୦ରୁ ୬୦ ଟି) ସୀତାଫଳର ମୂଲ୍ୟ ମାତ୍ର ୧୨୦ ରୁ ୧୩୦ ଟଙ୍କା ରହିଛି। ଜିଲାରେ ଆବଶ୍ୟକ ବଜାର ସୁବିଧାର ଅଭାବ ଏବଂ ଏହି ଫଳ ଅଧିକ ଦିନ ବାହାରେ ରଖିବା ସମ୍ଭବ ହେଉ ନ ଥିବାରୁ ଚାଷୀ ନିରୁପାୟ ହୋଇ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଜିଲାରେ ଏଥିପାଇଁ ସ୍ବତନ୍ତ୍ର ବଜାର ସୁବିଧା, ସରକାରୀ ମୂଲ୍ୟ ଧାର୍ଯ୍ୟ ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା କଲେ ସ୍ଥାନୀୟ ଚାଷୀ ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ଅଞ୍ଚଳର ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଆଦିବାସୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଧାର୍ଯ୍ୟ ସହ ବଜାର ସୁବିଧା କରିବାକୁ ଓର୍‌ମାସ୍‌ କାର୍ଯ୍ୟ କରୁଛି। ହେଲେ ସୀତାଫଳ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ତେଣୁ ଚାଷୀଙ୍କ ସହ ସ୍ଥାନୀୟ ବ୍ୟବସାୟୀ କ୍ଷୋଭ ପ୍ରକାଶ କରୁଛନ୍ତି। ଏ ନେଇ ରାୟଗଡ଼ା ସ୍ଥିତ ଓର୍‌ମାସର ଅଧିକାରୀ ମନୋଜ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ଦୁଇ ବର୍ଷରେ ସୀତାଫଳ ପାଇଁ ଓର୍‌ମାସକୁ ବ୍ୟାପକ କ୍ଷତି ହୋଇଥିବାରୁ ଏହି ବ୍ୟବସାୟରେ ସଂସ୍ଥା କୌଣସି ହସ୍ତକ୍ଷେପ କରୁନାହିଁ। ଅନ୍ୟପକ୍ଷରେ ସୀତାଫଳ ଋତୁ ସରିବାକୁ ଯାଉଥିବାବେଳେ ଉପଯୁକ୍ତ ବ୍ୟବସାୟ ପାଇଁ ଚଳିତ ବର୍ଷ ସଂସ୍ଥା ନିକଟକୁ କେହି ଆସି ନ ଥିବା ସେ କହିଛନ୍ତି । ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଲେ ଚାଷୀ ସୀତାଫଳରୁ ଉପକୃତ ହେବେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri