କ୍ଷତି ସହୁଛନ୍ତି ରାୟଗଡ଼ାର ସୀତାଫଳ ଚାଷୀ

ରାୟଗଡ଼ା ଅଫିସ,୧ା୧୧:ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳ(ଆତ)ର ବେଶ୍‌ ଚାହିଦା। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉତ୍ପାଦନ ଅଧିକ ହୋଇଥାଏ। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ କ୍ଷତି ସହୁଛନ୍ତି। ସୀତାଫଳକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖିବା ନିମନ୍ତେ ଶୀତଳ ଭଣ୍ଡାରର ସୁବିଧା ଏବଂ ବିକ୍ରି ନିମନ୍ତେ ଆବଶ୍ୟକ ବଜାର ଏବଂ ଉଚିତ ଦରଧାର୍ଯ୍ୟର ବ୍ୟବସ୍ଥା ନ ଥିବାରୁ ଆଦିବାସୀ ଚାଷୀ ଅଭାବୀ ବିକ୍ରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଏଠାରୁ କମ୍‌ ମୂଲ୍ୟରେ ଫଳ ନେଇ ଉଚ୍ଚଦରରେ ବିକ୍ରି କରି ଲାଭବାନ୍‌ ହେଉଥିବାବେଳେ ସ୍ଥାନୀୟ ଚାଷୀ ଏହାର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାନ୍ତି।
ରାୟଗଡ଼ା ଜିଲାର ସୀତାଫଳର ସ୍ବାଦ ଦୃଷ୍ଟିରୁ ଚାହିଦା ଅଧିକ। ମୁଖ୍ୟତଃ ରାୟଗଡ଼ା ସଦର ଏବଂ କୋଲନରା ବ୍ଲକ ଅଞ୍ଚଳରେ ଅଧିକ ସୀତାଫଳ ଉତ୍ପାଦନ ହୋଇଥାଏ। ରାୟଗଡ଼ା ବ୍ଲକର ମିରାବାଲି, କାରୁବାଇ, ଡାଙ୍ଗଲୋଡ଼ି, ବାଇସିଂ, ବୈରାଗିହାଲୁଆ, ପିପଲଗୁଡ଼ା ଅଞ୍ଚଳ ଏବଂ କୋଲନରା ବ୍ଲକର ଭୋଇମଡ଼ା, ମୁକୁନ୍ଦପୁର, ରୁପୁଣି, କୈଳାସପୁର, ବଡ଼ଖିଲାପଦର ଆଦି ଅଞ୍ଚଳରେ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ସୀତାଫଳ ଗଛ ରହିଛି। ଏହା ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇଥାଏ। ଅଞ୍ଚଳବାସୀ ସୀତାଫଳକୁ ଝୁଡ଼ିରେ ସଂଗ୍ରହ କରି ରାୟଗଡ଼ା, ଗୁଣପୁର ଏବଂ ଜେକେପୁର ବଜାରକୁ ନେଇ ବିକ୍ରି କରିଥାନ୍ତି । ଏହା ସେମାନଙ୍କ ପରିବାର ଚଳିବାରେ ସାମାନ୍ୟ ସହାୟକ ହୋଇଥାଏ। ପରିତାପର ବିଷୟ ହେଲା ଜିଲାରେ ଅଧିକ ପରିମାଣରେ ଏହି ଫଳ ଉତ୍ପାଦନ ହେଉଥିଲେ ମଧ୍ୟ ଚାଷୀ ସେମାନଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇପାରୁ ନ ଥିବା ପ୍ରକାଶ କରିଛନ୍ତି।
ଜିଲା ବାହାରେ ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ରେ ସୀତାଫଳ କେଜି ପ୍ରତି ୧୫୦ ଏବଂ ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଥିବାବେଳେ ଏଠାରେ ଝୁଡ଼ିଟିଏ(୫୦ରୁ ୬୦ ଟି) ସୀତାଫଳର ମୂଲ୍ୟ ମାତ୍ର ୧୨୦ ରୁ ୧୩୦ ଟଙ୍କା ରହିଛି। ଜିଲାରେ ଆବଶ୍ୟକ ବଜାର ସୁବିଧାର ଅଭାବ ଏବଂ ଏହି ଫଳ ଅଧିକ ଦିନ ବାହାରେ ରଖିବା ସମ୍ଭବ ହେଉ ନ ଥିବାରୁ ଚାଷୀ ନିରୁପାୟ ହୋଇ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଜିଲାରେ ଏଥିପାଇଁ ସ୍ବତନ୍ତ୍ର ବଜାର ସୁବିଧା, ସରକାରୀ ମୂଲ୍ୟ ଧାର୍ଯ୍ୟ ଏବଂ ଶୀତଳ ଭଣ୍ଡାର ବ୍ୟବସ୍ଥା କଲେ ସ୍ଥାନୀୟ ଚାଷୀ ଉପଯୁକ୍ତ ମୂଲ୍ୟ ପାଇପାରିବେ ବୋଲି ଅଞ୍ଚଳର ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଆଦିବାସୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଧାର୍ଯ୍ୟ ସହ ବଜାର ସୁବିଧା କରିବାକୁ ଓର୍‌ମାସ୍‌ କାର୍ଯ୍ୟ କରୁଛି। ହେଲେ ସୀତାଫଳ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ତେଣୁ ଚାଷୀଙ୍କ ସହ ସ୍ଥାନୀୟ ବ୍ୟବସାୟୀ କ୍ଷୋଭ ପ୍ରକାଶ କରୁଛନ୍ତି। ଏ ନେଇ ରାୟଗଡ଼ା ସ୍ଥିତ ଓର୍‌ମାସର ଅଧିକାରୀ ମନୋଜ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ଦୁଇ ବର୍ଷରେ ସୀତାଫଳ ପାଇଁ ଓର୍‌ମାସକୁ ବ୍ୟାପକ କ୍ଷତି ହୋଇଥିବାରୁ ଏହି ବ୍ୟବସାୟରେ ସଂସ୍ଥା କୌଣସି ହସ୍ତକ୍ଷେପ କରୁନାହିଁ। ଅନ୍ୟପକ୍ଷରେ ସୀତାଫଳ ଋତୁ ସରିବାକୁ ଯାଉଥିବାବେଳେ ଉପଯୁକ୍ତ ବ୍ୟବସାୟ ପାଇଁ ଚଳିତ ବର୍ଷ ସଂସ୍ଥା ନିକଟକୁ କେହି ଆସି ନ ଥିବା ସେ କହିଛନ୍ତି । ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଲେ ଚାଷୀ ସୀତାଫଳରୁ ଉପକୃତ ହେବେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?