ପାଳିକରି ରୋଗୀ, ପ୍ରସୂତିଙ୍କୁ ଭାରରେ ବୋହୁଛନ୍ତି ଗ୍ରାମବାସୀ

ଦଶମନ୍ତପୁର, ୧।୧୧(ଡି.ଏନ୍‌.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ନିରୀହ ଗରିବ ଶ୍ରେଣୀର ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ଏହାର ସୁବିଧା ଯେପରି ମିଳିବ ସେ ଦିଗରେ କାର୍ଯ୍ୟ ମଧ୍ୟ କରାଯାଉଛି। କିନ୍ତୁ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ଲୋକଙ୍କୁ ସେମାନଙ୍କ ମୌଳିକ ସୁବିଧା ମିଳିପାରୁନି। ଲୋକେ ଏବେବି ପୋଡୁଚାଷ କରି ଯେନତେନ ପ୍ରକାରେ ସେମାନଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ଏହା ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଅଧୀନ ‘ମିଟକର୍ଲ୍ଲି’ ଗ୍ରାମର କଥା।
ମିଟକର୍ଲିରେ ୫୦ ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁଚାଷ। ଏହା ବ୍ୟତୀତ ସେମାନଙ୍କର ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନାହିଁ। ଗ୍ରାମବାସୀଙ୍କୁ ସରକାରୀ ସୁବିଧା ମିଳୁନି। ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଲା ରାସ୍ତା ଏବଂ ପାନୀୟ ଜଳ। ପଞ୍ଚାୟତ ସଦରରୁ ୭ ଓ ବ୍ଲକରୁ ୧୭ କିମି ଦୂରରେ ଏହି ଗାଁ। ଗାଁକୁ ଯିବାକୁ ହେଲେ ପୂର୍ବରେ ପୋଡପୂଜା ଡଙ୍ଗର, ପଶ୍ଚିମରେ କାଙ୍ଗୁ ଆମ୍ବ ଡଙ୍ଗର, ଉତ୍ତରରେ ସାହିମୁଣ୍ଡ ଡଙ୍ଗର ଏବଂ ଦକ୍ଷିଣରେ ଦେବତା ଘର ଡଙ୍ଗରର ଜଙ୍ଗଲିଆ ପାହାଡ ପର୍ବତ ଡେଇଁ ଯିବାକୁ ପଡେ। ମରିଚ ମାଳ ଛକ, କେମିଲୀ ଗାଁ ଡଙ୍ଗର, ପାହାଡ ପର୍ବତ ରାସ୍ତା ସହ ଚଞ୍ଚଡ଼ା ଯୋଡ଼ି ନାଳ ପାର ହୋଇ ଗାଁ ଲୋକେ ଯାତାୟାତ କରୁଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁ ୪ ଚକିଆ ଗାଡି କଥା ଛାଡନ୍ତୁ, ଆମ୍ବୁଲାନ୍ସ ମଧ୍ୟ ଦେଖି ନାହୁଁ ବୋଲି ଗାଁର ନୀଳକଣ୍ଠ ମୁଦୁଲି, ଯଦୁ ସାଉନ୍ତା, ସବନ ସାଉନ୍ତା, ଶ୍ୟାମ ସାଉନ୍ତା, ଦାତ ଦିଷାରୀ ପ୍ରମୁଖ କହିଛନ୍ତି। ଗାଁର କୌଣସି ରୋଗୀ କିମ୍ବା ଗର୍ଭବତୀ ଓ ପ୍ରସୂତୀଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଗାଁ ଲୋକେ ପାଳି କରି ଭାର କିମ୍ବା ଦୋଳାରେ ମରିଚମାଳ ଛକ ଯାଏ ନେଇଥାନ୍ତି ବୋଲି ରାମଦାସ ମୁଦୁଲି, ଚିତ୍ରୁ ସାଉଁନ୍ତା, ସାହେବ ମୁଦୁଲି ପ୍ରମୁଖ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନରୁ ଆରମ୍ଭ କରି ଜିଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ କେହି ଶୁଣି ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଦୀପାବଳି ପୂର୍ବରୁ ପ୍ରଥମ କରି ଦଶମନ୍ତପୁର ବିଡିଓ ଡମ୍ବରୁଧର ମଲ୍ଲିକ ଗାଁକୁ ଆସିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଖରା ଓ ଶୀତ ଦିନରେ ଯେପରି ଭାବେ ହେଲେ ମଧ୍ୟ ଯିବା ଆସିବା କରୁ। କିନ୍ତୁ ବର୍ଷା ଦିନରେ ଲୋକେ ଏହି ରାସ୍ତାରେ ଯିବା ଆସିବା ବିପଦପୂର୍ଣ୍ଣ ବୋଲି ଗ୍ରାମବାସୀ କହିଛନ୍ତି। ମରିଚମାଳ ଛକରୁ ଗାଁକୁ ପକ୍କା ରାସ୍ତା ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଧାରଣା ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri