ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉଭୟ ଭାଜପା ଏବଂ ବିଜେଡି ଉପରେ ବର୍ଷିଛନ୍ତି। ଏହାସହ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କୁ କେଉଁସବୁ ସୁବିଧା ମିଳିବ ତା’ର ଏକ ଚିତ୍ର ଦଳୀୟ କର୍ମୀଙ୍କ ଜରିଆରେ ଲୋକଙ୍କ ନିକଟକୁ ବାର୍ତ୍ତା ଛାଡ଼ିଛନ୍ତି, ଯାହାକୁ ନେଇ ଉଭୟ ଭାଜପା ଏବଂ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପଟେ ଉଭୟ ବିଜେଡି ଏବଂ ଭାଜପା ନେତାଙ୍କୁ ପାଲଟା ଜବାବ ଦେଇଛି କଂଗ୍ରେସ।
ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର ଆସି ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ତାଙ୍କ ଗସ୍ତ ରାଜ୍ୟ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା କିନ୍ତୁ କ୍ରମାଗତ ଭାବେ ନିର୍ବାଚନ ହାରି ଆସୁଥିବା ଦଳୀୟ କର୍ମୀଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ। ସେହି ଦୃଷ୍ଟିକୋଣରୁ ତାଙ୍କର ଓଡ଼ିଶା ଗସ୍ତ କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ ବୋଲି ସସ୍ମିତ କହିଛନ୍ତି।
ନେତା ଗୋଲକ ମହାପାତ୍ର କହିଛନ୍ତି ଯେ, ବିଜେଡି ପାଖରେ କଂଗ୍ରେସ ବିକ୍ରି ହୋଇସାରିଛି। ତେଣୁ ରାହୁଲଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବାର ନାହିଁ। କଂଗ୍ରେସ ଦେଶକୁ ୫୦ ବର୍ଷରୁ ଅଧିକ ଦିନ ଶାସନ କରିଛି। ଯଦି ସେ ସମୟରେ ସେମାନେ ଲୋକଙ୍କ ପାଇଁ କିଛି କରିଥାଆନ୍ତେ ତେବେ ବର୍ତ୍ତମାନ ଭତ୍ତା ଦେବା କଥା କାହିଁକି କହିବାକୁ ପଡ଼ିଥାଆନ୍ତା। ତେଣୁ ସେମାନେ ଶାସନରେ ଥିବାବେଳେ ଗୋଟିଏ ପରିବାରର କେବଳ ରୋଜଗାର ବଢ଼ାଇଛନ୍ତି। ବୁଡ଼ି ଯାଇଥିବା ଦଳ ହେଉଛି କଂଗ୍ରେସ, ତେଣୁ ଲୋକଙ୍କୁ ଏଭଳି ପ୍ରଲୋଭନ ଦେଖାଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ଏହାର କୌଣସି ପ୍ରଭାବ ପ଼ଡିବ ନାହିଁ ବୋଲି ଗୋଲକ କହିଛନ୍ତି।
କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଠିକ୍‌ ଭାବେ ଦେଶରେ କାମ କରିଥିଲା ବୋଲି ୫୦ ବର୍ଷରୁ ଅଧିକ ଦିନ କ୍ଷମତାରେ ରହିଥିଲା। ସେତେବେଳ ସମୟ ଅଲଗା ଥିଲା, ଏବେ କିଛି ଭିନ୍ନ ରହିଛି। ଦେଶ ପାଇଁ କଂଗ୍ରେସ ସେଭଳି କିଛି ଭଲ କାମ କରିଥିଲା ବୋଲି ବର୍ତ୍ତମାନ ଭାରତ ଆଗକୁ ଯାଇପାରିଛି। ଓଡ଼ିଶାରେ ଯେତେସବୁ ବଡ଼ ପ୍ରକଳ୍ପ, ଡ୍ୟାମ୍‌, ଏମ୍‌ସ ଏସବୁ କଂଗ୍ରେସ ହିଁ କରିଛି। ୧୦ ବର୍ଷ ଭାଜପା କ୍ଷମତାରେ ରହିଲା ପରେ ଓଡ଼ିଶାରେ କେଉଁ ବଡ଼ ପ୍ରକଳ୍ପ କରିଛି ସେମାନେ କୁହନ୍ତୁ। କେବଳ ମିଛ ପ୍ରତିଶ୍ରୁତି ଦେବାରେ ଭାଜପା ନେତାମାନେ ମାହିର। ଓଡ଼ିଶାରେ ଏବେ ବିଜେଡି ଅବସ୍ଥା କିଛି ଭଲ ନାହିଁ। ଲୋକମାନେ ସବୁଆଡେ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶାରେ ରାହୁଲଙ୍କ ଗସ୍ତର ଯଦି ପ୍ରଭାବ ପଡ଼ିବନି ତେବେ ବିଜେଡି, ଭାଜପା ଏତେ ବ୍ୟସ୍ତ କାହିଁକି ହେଉଛନ୍ତି ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri