Posted inଜାତୀୟ

ରାହୁଲଙ୍କ ପ୍ରତିଦ୍ୱନ୍ଦୀ ଆନି ରାଜାଙ୍କ ପାଖରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ତାଙ୍କର ନେଟଓ୍ବର୍ଥ

ନୂଆଦିଲ୍ଲୀ,୪।୪: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ଆନି ରାଜା। ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଦୁହେଁ ୱାୟାନାଡରୁ ନାମାଙ୍କନ ଦାଖଲ କରିଛନ୍ତି। ସିପିଆଇର ନ୍ୟାଶନାଲ ଫେଡେରେସନ ଅଫ ଇଣ୍ଡିଆନ ଓ୍ବମେନର ସାଧାରଣ ସମ୍ପାଦକ ଓ ପାର୍ଟିର ମହା ସଚିବ ଡି ରାଜାଙ୍କ ପତ୍ନୀ ଆନି ରାଜା ରାହୁଲ ଗାନ୍ଧୀଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ଜାଣନ୍ତୁ ତାଙ୍କର ନେଟ୍‌ଓ୍ବର୍ଥ…

ଆନି ରାଜାଙ୍କ ଆଫିଡେଭିଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମାତ୍ର ୭୨ ଲକ୍ଷ ଟଙ୍କା। ତାଙ୍କ ପାଖରେ କେବଳ ୧୦ ହଜାର ଟଙ୍କା ନଗଦ ରହିଛି। ସେହିପରି ୬୨ ହଜାର ଟଙ୍କା ବ୍ୟାଙ୍କରେ ଜମା ରହିଛି। ୨୫ ହଜାର ଟଙ୍କା ଅଳଙ୍କାର ରହିଥିବାବେଳେ ଉତ୍ତରାଧିକାରୀ ଭାବେ ୭୧ ଲକ୍ଷ ଟଙ୍କା ମିଳିଥିବା ଘୋଷଣା କରିଛନ୍ତି।

ଏହି କ୍ରମରେ ରାହୁଲ ଦେଇଥିବା ଆଫିଡେଭିଟ ଅନୁଯାୟୀ, ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି। ୨୦୨୨-୨୩ରେ ସେ ମୋଟ ୧,୦୨,୭୮,୬୮୦ ଟଙ୍କା ରୋଜଗାର କରିଛନ୍ତି। ଏହାଛଡ଼ା ତାଙ୍କ ନାମରେ ବ୍ୟାଙ୍କରେ ୨୬.୨୫ ଲକ୍ଷ ଟଙ୍କା ଡିପୋଜିଟ ରହିଛି। ଶେୟାର ବଜାରରେ ସେ ୪.୩୩ କୋଟି ନିବେଶ କରିଛନ୍ତି। ମ୍ୟୁଚୁଆଲ ଫଣ୍ଡରେ ତାଙ୍କର ୩.୮୧ କୋଟିର ନିବେଶ ରହିଛି। ସୋଭେରେନ ଗୋଲ୍ଡ ବଣ୍ଡରେ ତାଙ୍କର ୧୫.୨ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ତାଙ୍କ ପାଖରେ ୪.୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ମଧ୍ୟ ରହିଛି। ଏହାଛଡ଼ା ରାହୁଲଙ୍କ ନାମରେ ଏନଏସଏସ, ପୋଷ୍ଟାଲ ସେଭିଂ,ଇନ୍ସୁରାନ୍ସ ପଲିସିରେ ପ୍ରାୟ ୬୧.୫୨ ଲକ୍ଷ ଟଙ୍କାର ଡିପୋଜିଟ ରହିଛି। ତାଙ୍କ ପାଖରେ ୨ କୋଟି ୧୦ ଲକ୍ଷ ୧୩ହଜାର ୫୯୮ ଟଙ୍କାର କୃଷିଜମି ରହିଛି।

ମୋଟ ସମ୍ପତ୍ତି ଦେଖିଲେ ରାହୁଲଙ୍କ ପାଖରେ ୯,୨୪,୫୯,୨୬୪ ଚଳ ଏବଂ ୧୧,୧୪,୦୨,୫୯୮ ଟଙ୍କାର ଅଚଳ ସମ୍ପତ୍ତି ରହିଛି। ଏଣୁ ତାଙ୍କର ମୋଟ ସମ୍ପତ୍ତି ୨୦,୩୮,୬୧,୮୬୨ ଟଙ୍କା। ତେବେ ସେ ୨୦୦୪ରେ ପ୍ରଥମ ର୍ନିବାଚନ ଲଢ଼ିଥିଲେ, ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ୫୫ ଲକ୍ଷ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri