ରାହୁଲଙ୍କ ପରିବାର ସ୍ବତନ୍ତ୍ର ନ୍ୟାୟପାଳିକା ଚାହୁଁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ବର, ୨୫ା୩(ବ୍ୟୁରୋ): କଂଗ୍ରେସ ଦଳ ବିଶେଷ ଭାବେ ରାହୁଲ ଗାନ୍ଧୀଙ୍କ ପରିବାର ସ୍ବତନ୍ତ୍ର ଆଇପିସି ଓ ନ୍ୟାୟପାଳିକା ଚାହୁଁଛନ୍ତି। ପଛୁଆବର୍ଗଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଏବଂ ବଞ୍ଚିତ ବର୍ଗଙ୍କୁ ନୀଚ ଦୃଷ୍ଟିରେ ଦେଖିବା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସାମନ୍ତବାଦୀ ମାନସିକତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ନୂଆଦିଲ୍ଲୀଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାର୍ବଜନୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଅପଶବ୍ଦ ପ୍ରୟୋଗ କଲେ। ଜାତିଆଣ ଆକ୍ଷେପ କରିବା ସହ ଖରାପ ଭାଷା ବ୍ୟବହାର କଲେ। ଏହାକୁ ନେଇ ତାଙ୍କ ବିରୋଧରେ ଦାୟର ହୋଇଥିବା ମାନହାନି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କଂଗ୍ରେସ ନେତାଙ୍କ ବିରୋଧରେ ସୁରଟ କୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏଥରୁ ସତ୍ୟାସତ୍ୟ ହେଉଛି ଯେ ଦେଶର ଆଇନ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ପଦ୍ଧତିରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଭାରତର ଜନପ୍ରତିନିଧି ଆଇନ-୧୯୫୧ ଅନୁସାରେ କୌଣସି ସଦସ୍ୟଙ୍କୁ ଦଣ୍ଡ ହେଲେ ତାଙ୍କର ସଦସ୍ୟତା ଚାଲିଯାଏ। ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଅନେକ ଜନପ୍ରତିନିଧିଙ୍କ ସଦସ୍ୟତା ଯାଇଛି। ୨୦୧୩ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଆଇନକୁ ସଂଶୋଧନ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ମାତ୍ର ସେହି ଅଧ୍ୟାଦେଶକୁ ନନ୍‌ସେନ୍ସ କହି ଚିରିଥିବା ଲୋକମାନେ ଉକ୍ତ ଆଇନ ପରିଧିରେ ଆସିବା ପରେ ସେମାନଙ୍କୁ କଷ୍ଟ ହେଉଛି। ଯଦି ତାଙ୍କ ପାର୍ଟି ସଦସ୍ୟତା ହରାଇବା ନେଇ କଂଗ୍ରେସ ଚିନ୍ତିତ ଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସେ କାହିଁକି ଉପର କୋର୍ଟକୁ ଗଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କହିଛନ୍ତି। ଓବିସି ଓ ଜନଜାତି ସମାଜ ପ୍ରଧାନମନ୍ତ୍ରୀଙ୍କ ସହ ସବୁବେଳେ ଅଛନ୍ତି। ମାତ୍ର ବିଭିନ୍ନ ସମୟରେ କଂଗ୍ରେସ ନେତାମାନେ ଏହି ବର୍ଗଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରୟୋଗ କରିବା ସହ ସମାଜକୁ ନୀଚ ଦୃଷ୍ଟିରେ ଦେଖିବା ଭଳି କାମ କରୁଛନ୍ତି। ସେମାନେ ବୁଝିବା ପାଇଁ ଅସମର୍ଥ ଯେ ଗଣତନ୍ତ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ। ଆମେ ଗୋଟିଏ ପରିବାରରୁ ଆସିଛୁ ଓ ଆମେ ଆଇନର ଊର୍ଦ୍ଧ୍ୱରେ ମାନସିକତା ରଖୁଥିବା କଂଗ୍ରେସ ନେତାଙ୍କ ଜାତିଆଣ ଆକ୍ଷେପ ମନ୍ତବ୍ୟକୁ ଦଳ ନିନ୍ଦା କରୁଥିବା ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?