ରାହୁଲଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ: ବିଧାନସଭାରେ ଝଡ଼

ଭୁବନେଶ୍ବର, ୨୫ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଶୁକ୍ରବାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ଆଲୋଚନା ସମୟରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ କରିଥିଲେ। ବାଚସ୍ପତି ପ୍ରଥମେ ଗୃହକୁ ୪ଟା ୬ ମିନିଟ୍‌ ସମୟରେ ୨୦ ମିନିଟ୍‌ ଲାଗି ମୁଲତବୀ ରଖିଥିଲେ। ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଭାଜପା ବିରୋଧୀ ସ୍ଲୋଗାନ ଦେଇ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ ହୋଇଥିଲା। ପୁଣିଥରେ ୪ଟା ୫୬ ପର୍ଯ୍ୟନ୍ତ ବାଚସ୍ପତି ୩୦ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ଏହାପରେ ପୁଣି କଂଗ୍ରେସ ସଦସ୍ୟମାନଙ୍କ ହୋହଲ୍ଲା ଭିତରେ ଆଉ ଦୁଇଥର ୩୦ ମିନିଟ୍‌ ଲେଖାଏଁ ମୁଲତବୀ ରଖିବା ସହ ୬ଟା ୧ରେ ସମ୍ପୂର୍ଣ୍ଣ ଗୃହକୁ ସୋମବାର ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଦେଇଥିଲେ। ଶେଷରେ ଆସନ୍ତା ୨୯ ତାରିଖରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଜରିଆରେ ପାସ୍‌ ହେବ ବୋଲି ବାଚସ୍ପତି କହିଥିଲେ। ତେବେ ଏହି ପ୍ରସଙ୍ଗରେ ବାରମ୍ବାର ଶାସକ ବିଜେଡି ସଦସ୍ୟମାନେ ମାପିଚୁପି ବୟାନ ଦେଇଥିବାବେଳେ କଂଗ୍ରେସ ଓ ଭାଜପା ସଦସ୍ୟଙ୍କ ମଧ୍ୟରେ ଗୃହରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି।
ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଦେଶରେ ଗଣତନ୍ତ୍ର ବୋଲି କିଛିନାହିଁ। କେନ୍ଦ୍ରର ଭାଜପା ସରକାର ଆଜି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରକୁ ଭୟ ହୋଇଯାଇଛି। ସେମାନେ ଏକଚ୍ଛତ୍ରବାଦ ଶାସନ ଚଳାଇଛନ୍ତି। ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ରରେ ଶୁଭଙ୍କର ନୁହେଁ। କଟକ ବିଧାୟକ ବି ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ସେ କ’ଣ ପଦ ହରାଇଲେ କି। ଓଡ଼ିଶା ସରକାର ଓ ବାଚସ୍ପତି ତାଙ୍କୁ ସମୟ ଦେଲେ। ତାହା ହିଁ ହେଉଛି ଗଣତନ୍ତ୍ର। କିନ୍ତୁ ରାହୁଲଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି। ରାହୁଲଙ୍କୁ ଉପରକୋର୍ଟରୁ ଆଶ୍ୱସ୍ତି ମିଳିଥାନ୍ତା, ହେଲେ ସେଥିପାଇଁ ସମୟ ଦିଆଗଲା ନାହିଁ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଛନ୍ତି, ଭାଜପା ଭୟରେ ରାହୁଲ ଗାନ୍ଧିଙ୍କୁ ପାର୍ଲାମେଣ୍ଟରୁ ବାହାରେ ରଖିବାକୁ ଚେଷ୍ଟା କରିଛି। କାଳେ ସେ ଭାଜପାର ଅସଲ ମୁଖା ଖୋଲିଦେବେ ସେହି ଭୟ ଏବେ ଭାଜପାକୁ ଘାରିଛି।
କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧକରି କହିଥିଲେ, କଂଗ୍ରେସ ଶାସନ ସମୟରେ ନିୟମ ହୋଇଥିଲା, ଯେଉଁମାନଙ୍କୁ ୨ବର୍ଷ ବା ତା’ଠୁ ଅଧିକ ଦଣ୍ଡାଦେଶ ହେବ ତାଙ୍କ ସଦସ୍ୟତା ରଦ୍ଦ ହେବ। ଏଥିରେ କାହାର କିଛି କରିବାର ନାହିଁ। ସମସ୍ତଙ୍କ ପାଇଁ ନିୟମ ସମାନ। ରାହୁଲ କ’ଣ ଆଇନରେ ଊର୍ଦ୍ଧ୍ୱରେ କି। ରାହୁଲ ଉପରକୋର୍ଟକୁ ଯାଇପାରନ୍ତି, କିନ୍ତୁ ନିୟମ ଅନୁସାରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଗୃହର ସଦସ୍ୟ ନ ଥିବା ରାହୁଲଙ୍କୁ ନେଇ ଗୃହ ବନ୍ଦ କରିବାର ଅଧିକାର କଂଗ୍ରେସର ନାହିଁ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ତଥା ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ଆଇନଗତ ପ୍ରକ୍ରିୟାରେ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ ତ କେହି ଅବମାନନା କରିପାରିବେ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବାଚସ୍ପତି ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଯାହା ହେବା କଥା ହୋଇଛି। ବିଜେଡି ପାଇଁ ଉଭୟ କଂଗ୍ରେସ ଓ ଭାଜପା ସମାନ। ତେଣୁ ଏହି ପ୍ରସଙ୍ଗରେ ବିଜେଡି କୌଣସି ପ୍ରତିକ୍ରିୟା ଦେବା ଉଚିତ ନୁହେଁ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?