Odisha Elections 2024
Posted inଜାତୀୟ

ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ତୃତୀୟ ଥର ପାଇଁ ଭୁଲ ନ କରୁ କଂଗ୍ରେସ: ଏଏପି…

ନୂଆଦିଲ୍ଲୀ,୨୬।୬ : ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳଙ୍କଠାରୁ ନିରନ୍ତର ସମର୍ଥନ ଲୋଡୁଥିବା ଆମ ଆଦମୀ ପାର୍ଟି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଏଏପି କହିଛି ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରିବା ଉଚିତ ନୁହେଁ। କଂଗ୍ରେସ ଏଭଳି ଭୁଲରୁ ଦୂରେଇ ରହିବା ଆବଶ୍ୟକ। ଏଏପି ମୁଖପାତ୍ର ପ୍ରିୟଙ୍କା କକ୍କର ଏକ ଟୁଇଟରେ ଏହା କହିଛନ୍ତି।

ସେ ଟୁଇଟରେ ଲେଖିଛନ୍ତି, ଯଦି ଦେଶକୁ ବଞ୍ଚାଇବାକୁ ପଡ଼ିବ, ତେବେ ସର୍ବପ୍ରଥମେ କଂଗ୍ରେସ କହିବା ଉଚିତ୍‌ ଦଳ ରାହୁଲ ଗାନ୍ଧୀଙ୍କ ପାଇଁ ତୃତୀୟ ଥର ପାଇଁ ବାଜି ଲଗାଇବ ନାହିଁ ଏବଂ ସମଗ୍ର ବିରୋଧୀଙ୍କ ଉପରେ ଏହି ଚାପ ପକାଇବ ନାହିଁ। ବିରୋଧୀ ଦେଶର ସ୍ବାର୍ଥ ପାଇଁ ଏବଂ ସମ୍ବିଧାନକୁ ସୁରକ୍ଷା ଦେବାକୁ ଏକଜୁଟ ହୋଇଛନ୍ତି। ଏଏପି ମୁଖପାତ୍ରଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖିବାକୁ ଏଏପି ଚାହୁଁନାହିଁ। ପ୍ରିୟଙ୍କା କହିଛନ୍ତି ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ କଂଗ୍ରେସ ବିରୋଧୀ ଦଳଙ୍କ ଉପରେ ଚାପ ପକାଉଛି।
କଂଗ୍ରେସ ୨୦୧୪ ଏବଂ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ରାହୁଲ ଗାନ୍ଧୀଙ୍କ ଲୋକସଭା ନିର୍ବାଚନ ଲଢ଼ିଥିଲା, ଯେଉଁଥିରେ କଂଗ୍ରେସ ପରାଜୟ ବରଣ କରିଥିଲା। ଏଭଳି ପରିସ୍ଥିତିରେ କେତେକ ରାଜନୈତିକ ଦଳ ଅନୁମାନ କରୁଛନ୍ତି ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ପ୍ରୋଜେକ୍ଟ କରିବା ଦ୍ୱାରା କେବଳ କଂଗ୍ରେସର କ୍ଷତି ହେବ ନାହିଁ, ବରଂ ତାକୁ ସମର୍ଥନ କରୁଥିବା ବିରୋଧୀ ଦଳ ମଧ୍ୟ କ୍ଷତି ସହିବେ।

ବିହାରର ରାଜଧାନୀ ପାଟନାରେ ଆୟୋଜିତ ବିରୋଧୀ ଦଳର ଏକତା ବୈଠକ ପରେ ପ୍ରିୟଙ୍କା କକ୍କରଙ୍କ ଏହି ଟୁଇଟ ସାମ୍ନାକୁ ଆସିଛି। ଯେଉଁଥିରେ ଏଏପି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଯଦି ସଂସଦରେ ଦିଲ୍ଲୀ ଅର୍ଡିନାନ୍ସକୁ କଂଗ୍ରେସ ବିରୋଧ ନ କରେ, ତେବେ ଏଏପି କଂଗ୍ରେସ ନେତୃତ୍ୱାଧୀନ ମିଳିତ ମେଣ୍ଟର ଅଂଶ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତ ଘରେ ପଶି ମାରୁଛି: କାହିଁକି ଏମିତି କହିଲେ ପାକିସ୍ତାନ ରାଷ୍ଟ୍ରଦୂତ

ନ୍ୟୁୟର୍କ,୨୨।୫:ନୂଆ ଭାରତ ଘରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି।...

ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ...

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର...

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri