Posted inଜାତୀୟ

ରାଜୀବଙ୍କ ତୁଳନାରେ ରାହୁଲ ବେଶୀ ବୁଦ୍ଧିଆ: ପିଟ୍ରୋଡା

ନୂଆଦିଲ୍ଲୀ,୪ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତୁଳନାରେ ବେଶୀ ବୁଦ୍ଧିମାନ। ଏପରି କି ରଣନୈତିକ ଦୃଷ୍ଟିରୁ ବି ସେ ତାଙ୍କ ବାପାଙ୍କଠାରୁ ଅଧିକ ସକ୍ଷମ ବୋଲି ବୁଧବାର ଗାନ୍ଧୀ ପରିବାରର ଘନିଷ୍ଠ ତଥା ଓଭରସିଜ୍‌ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା କହିଛନ୍ତି।

ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସାକ୍ଷାତ୍‌କାର ଦେଇ ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା କହିଛନ୍ତି, ଭବିଷ୍ୟତ ପ୍ରଧାନମନ୍ତ୍ରୀ ରୂପେ ରାହୁଲଙ୍କ ନିକଟରେ ସବୁ ପ୍ରକାର ଗୁଣ ରହିଛି। ରାହୁଲ ବିଦେଶ ଗସ୍ତରେ ଥିବାବେଳେ ଦେଉଥିବା ମନ୍ତବ୍ୟକୁ ଭାଜପା ସମାଲୋଚନା କରିବା ଶାସକ ଦଳର ନିର୍ବୋଧତା। ରାହୁଲ ଆସନ୍ତା ୮ରେ ଆମେରିକା ଗସ୍ତ କରି ୧୦ ତାରିଖ ପର୍ଯ୍ୟନ୍ତ ରହିବେ।

ଏହି ଅବସରରେ ସେ କ୍ୟାପିଟୋଲ ହିଲ୍‌ରେ ବିଭିନ୍ନ ଲୋକଙ୍କୁ ସାକ୍ଷାତ କରିବେ। ସେହିପରି ଜର୍ଜଟାଉନ୍‌ ୟୁନିଭର୍ସିଟିରେ ମଧ୍ୟ ରାହୁଲଙ୍କ ଭାବବିନିମୟ କାର୍ଯ୍ୟକ୍ରମ ରହିଛି। ଲୋକ ସଭାର ବିରୋଧୀ ଦଳ ନେତା ହେବା ପରେ ଏହା ରାହୁଲଙ୍କ ପ୍ରଥମ ବିଦେଶ ଗସ୍ତ ବୋଲି ପିଟ୍ରୋଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

‘ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି’: ଉପନିର୍ବାଚନ ଫଳାଫଳକୁ ନେଇ ତେର୍ଚ୍ଛାବାଣ ମାରିଲେ ଧର୍ମେନ୍ଦ୍ର, କହିଲେ…

ନୂଆଦିଲ୍ଲୀ,୪।୮: ବାଙ୍କିପୁର ଉପନିର୍ବାଚନର ଫଳାଫଳକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଲୋକ…

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri