Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ, କହିଲେ-ଆଶା କରୁଛି ଉପଯୁକ୍ତ ପଦକ୍ଷେପ ନେବେ…

ନୂଆଦିଲ୍ଲୀ,୩।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଶ୍ମୀରୀ ପଣ୍ଡିତଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଘାଟିରେ କାମ କରିବା ଲାଗି ସରକାରୀ ଅଧିକାରୀମାନେ କଶ୍ମୀରୀ ପଣ୍ଡିତଙ୍କ ଉପରେ ଚାପ ପକାଉଛନ୍ତି ବୋଲି ସେ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ ଚିଠିରେ ଲେଖିଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ଯୋଡୋ ଯାତ୍ରା ସମୟରେ କଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ଦଳ ମୋତେ ଭେଟି ସେମାନଙ୍କ ଦୁଃଖଦ ପରିସ୍ଥିତି ବିଷୟରେ ଜଣାଇଥିଲେ। ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂର ଶିକାର ହୋଇଥିବା କଶ୍ମୀରୀ ପଣ୍ଡିତମାନଙ୍କୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ନ ଦେଇ ଘାଟିକୁ ଯିବାକୁ ବାଧ୍ୟ କରିବା ନିଷ୍ଠୁର ପଦକ୍ଷେପ। ଆଶା କରେ ଆପଣ ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

ସରକାରୀ ଅଧିକାରୀମାନେ କଶ୍ମୀରୀ ପଣ୍ଡିତମାନଙ୍କୁ ଘାଟିରେ କାମ କରିବାକୁ ବାଧ୍ୟ କରୁଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ସୁରକ୍ଷା ଏବଂ ନିରାପତ୍ତାର ଦୃଢ଼ ଗ୍ୟାରେଣ୍ଟି ବିନା ଏହା କରାଯାଇପାରିବ ନାହିଁ। ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସରକାର କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଅନ୍ୟ ପ୍ରଶାସନିକ ତଥାସାଧାରଣ କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ରାହୁଲ କହିଛନ୍ତି।

ଯେତେବେଳେ କଶ୍ମୀରୀ ପଣ୍ଡିତମାନେ ଆପଣା ହେବାର ଆଶା କରୁଛନ୍ତି, ସେତେବେଳେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ସେମାନଙ୍କ ପାଇଁ ଭିକାରୀ ଭଳି ଶବ୍ଦ ବ୍ୟବହାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଦାୟିତ୍ୱହୀନ। ମୁଁ କଶ୍ମୀରୀ ପଣ୍ଡିତମାନଙ୍କୁ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇଛି ଯେ ସେମାନଙ୍କ ଦାବି ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ରାହୁଲ ମଧ୍ୟ ଚିଠିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri