ଚୋରା କାଠ ବୋଝେଇ ଗାଡ଼ି ଜବତ

ନୀଳଗିରି,୩।୨(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଆନନ୍ଦପୁରଠାରେ ଏହି ଗାଡ଼ି ଜବତ କରାଯାଇଛି। ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଡ୍ରାଇଭର ଓ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଏହି ଗାଡ଼ିରେ ୬୦ ସିଫ୍ଟ ବାଲି ଶିଶୁ ଓ ନିମ ଗଣ୍ଡି ଥିବା ବନବିଭାଗ ପ୍ରକାଶ କରିଛି। ଚଢ଼ାଉରେ ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶା, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ଫରେଷ୍ଟର ରାମ ଲେଙ୍କା ଓ ସରୋଜ ପ୍ରଧାନ, ଫରେଷ୍ଟ ଗାର୍ଡ କବିତା ମହାକୁଡ଼ଙ୍କ ସମେତ ସ୍କ୍ବାଡ୍‌ ଏବଂ ଗଜ ସାଥୀ କର୍ମଚାରୀ ସାମିଲ୍‌ ଥିଲେ। ଉଲ୍ଲେଖଯୋଗ୍ୟ, ନୂତନ ରେଞ୍ଜର କାର୍ଯ୍ୟରେ ଯୋଗଦେବାର ଏକ ମାସ ମଧ୍ୟରେ ୩ କାଠ ବୋଝେଇ ଗାଡ଼ି ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଅଟକାଇ ଆହତଙ୍କୁ ହସ୍ପିଟାଲ ନେଲେ ବ୍ଲକ ଅଧ୍ୟକ୍ଷ

ଆର. ଉଦୟଗିର,୮।୧୧(ଡି.ଏନ୍‌.ଏ): ମାନବିକତା ଦେଖାଇଲେ ଗଜପତି ଜିଲା ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର । ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ି...

ପ୍ରଦୂଷଣ ବଳୟରେ ଶିଳ୍ପବିହୀନ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩୦ା୫: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର, କଟକ, ଯାଜପୁର...

ବିପଦସଙ୍କେତ ଉପରେ ଜଳକା

ରୂପସା,୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। ୫ ଦିନ ଧରି ଲଘୁଚାପ...

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁପ୍ରିୟା ସେତୁଠାରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବିଡିଓ ରାହୁଲ...

ଲକ୍ଷ୍ମୀଙ୍କ ଭସାଣିରେ ମହିଳାଙ୍କ ନାଗିନ୍‌ ଡ୍ୟାନ୍ସ

ପାଟଣା,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୂଷାଖରୀ ପଞ୍ଚାୟତ ଭାଲୁ ଘର ଗ୍ରାମର ଜୁଡ଼ାଟାଙ୍ଗର ସାହିର ଲକ୍ଷ୍ମୀମେଢ଼ ଭାସାଣି ବେଳେ ମହିଳାମାନଙ୍କ ମସ୍ତିଭରା ନୃତ୍ୟ ଜିଲାରେ...

ଗାଈକୁ ଟାଣିନେଲା କୁମ୍ଭୀର

ଆରଡି,୨୧।୬,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନ ଆରଡି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡା ଗ୍ରାମର ସହଦେବ ପଲାଇଙ୍କ ଗାଈକୁ କୁମ୍ଭୀର ଟାଣିନେଇଥିବା ଜଣାପଡିଛି। ମିଳିଥିବା ସୂଚନା...

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର...

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର,...

Advertisement
Archives

Model This Week