Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ, କହିଲେ-ଆଶା କରୁଛି ଉପଯୁକ୍ତ ପଦକ୍ଷେପ ନେବେ…

ନୂଆଦିଲ୍ଲୀ,୩।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଶ୍ମୀରୀ ପଣ୍ଡିତଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଘାଟିରେ କାମ କରିବା ଲାଗି ସରକାରୀ ଅଧିକାରୀମାନେ କଶ୍ମୀରୀ ପଣ୍ଡିତଙ୍କ ଉପରେ ଚାପ ପକାଉଛନ୍ତି ବୋଲି ସେ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ ଚିଠିରେ ଲେଖିଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ଯୋଡୋ ଯାତ୍ରା ସମୟରେ କଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ଦଳ ମୋତେ ଭେଟି ସେମାନଙ୍କ ଦୁଃଖଦ ପରିସ୍ଥିତି ବିଷୟରେ ଜଣାଇଥିଲେ। ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂର ଶିକାର ହୋଇଥିବା କଶ୍ମୀରୀ ପଣ୍ଡିତମାନଙ୍କୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ନ ଦେଇ ଘାଟିକୁ ଯିବାକୁ ବାଧ୍ୟ କରିବା ନିଷ୍ଠୁର ପଦକ୍ଷେପ। ଆଶା କରେ ଆପଣ ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

ସରକାରୀ ଅଧିକାରୀମାନେ କଶ୍ମୀରୀ ପଣ୍ଡିତମାନଙ୍କୁ ଘାଟିରେ କାମ କରିବାକୁ ବାଧ୍ୟ କରୁଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ସୁରକ୍ଷା ଏବଂ ନିରାପତ୍ତାର ଦୃଢ଼ ଗ୍ୟାରେଣ୍ଟି ବିନା ଏହା କରାଯାଇପାରିବ ନାହିଁ। ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସରକାର କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଅନ୍ୟ ପ୍ରଶାସନିକ ତଥାସାଧାରଣ କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ରାହୁଲ କହିଛନ୍ତି।

ଯେତେବେଳେ କଶ୍ମୀରୀ ପଣ୍ଡିତମାନେ ଆପଣା ହେବାର ଆଶା କରୁଛନ୍ତି, ସେତେବେଳେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ସେମାନଙ୍କ ପାଇଁ ଭିକାରୀ ଭଳି ଶବ୍ଦ ବ୍ୟବହାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଦାୟିତ୍ୱହୀନ। ମୁଁ କଶ୍ମୀରୀ ପଣ୍ଡିତମାନଙ୍କୁ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇଛି ଯେ ସେମାନଙ୍କ ଦାବି ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ରାହୁଲ ମଧ୍ୟ ଚିଠିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ…

ଗୁଜରାଟରେ ବର୍ଷା ତାଣ୍ଡବ, ପାଣି ଘେରରେ ସୁରତ

ଅହମଦାବାଦ,୨୪ା୭: ଗୁଜରାଟର ଦକ୍ଷିଣ ଭାଗ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା…

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ଅନଶନରେ ଯୋଗଦେବା ପାଇଁ ଅଭିନେତାମାନଙ୍କୁ ଟଙ୍କା ଦିଆଯାଉଛି? ହଇଚଇ ସୃଷ୍ଟି କରିଛି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୭: ଛାତ୍ର ଆନ୍ଦୋଳନ ମଧ୍ୟରେ ‘ବିଗ ବସ ଓଟିଟି’ ଫେମ ଆକାଂକ୍ଷା ପୁରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ‘ବିଘ୍ନହର୍ତା ଗଣେଶ’ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ…

CJP ସହ ବୈଠକ ପରେ ନଡ୍ଡାଙ୍କ ବଡ଼ ବୟାନ! ‘୩ ଦାବି, ୫ ପ୍ରସ୍ତାବ ମିଳିଛି’, କାଲି ହେବ…

ନୂଆଦିଲ୍ଲୀ,୨୪ା୭: NEET ପରୀକ୍ଷାରେ ଅନିୟମିତତା ଅଭିଯୋଗରୁ ସୃଷ୍ଟି ହୋଇଥିବା ପ୍ରତିବାଦ ଏବେ ଧୀରେ ଧୀରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ…

ସରିଲା ଛେରାପହଁରା, ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଘର ବାହୁଡିବେ ଜଗତ ନିୟନ୍ତା ଶ୍ରୀଜଗନ୍ନାଥ। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର ଶ୍ରୀକ୍ଷେତ୍ର। ନାଚ, ଗୀତ, ହରିବୋଲରେ ଦୁଲୁକୁଛି ବଡ଼ଦାଣ୍ଡ।…

୧୦ ବର୍ଷ ଜେଲ୍, ୧୦ କୋଟି ଜରିମାନା: ପେପର ଲିକ୍ ବିରୋଧରେ ସରକାରଙ୍କ କଠୋର ଆଇନ, କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ,୨୪ା୭: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ପେପର ଲିକ୍ ବିଲ୍ ସଂଶୋଧନ’କୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ପେପର ଲିକ୍ ମାଫିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri