Posted inଜାତୀୟ

କଂଗ୍ରେସ କ୍ଷମତାକୁ ଆସିଲେ ହଟାଇ ଦେବ ସମସ୍ତ କୃଷି ନିୟମ: ରାହୁଲ

ନୂଆଦିଲ୍ଲୀ,୪ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ କୃଷି ନୀତିକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ରବିବାର ପଞ୍ଜାବର ମୋଗାରେ ଏକ ମେଗା ରାଲିରେ ସମ୍ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି ଯଦି ସରକାର ନୂଆ କୃଷି ବିଲ୍ ପାସ୍ କରିବାର ଥିଲା ତେବେ ପ୍ରଥମେ ଏସମ୍ପର୍କରେ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଏ ନେଇ ଆଲୋଚନା କରିବାର ଥିଲା । ଏହା କୃଷକଙ୍କ ବିରୋଧରେ ହୋଇଥିବାରୁ ରାହୁଲ କହିଛନ୍ତି ଯେଉଁଦିନ କଂଗ୍ରେସ ଶାସନ କ୍ଷମତାକୁ ଆସିବ ସେହିଦିନ ସେ ସମସ୍ତ କୃଷି ନିୟମକୁ ହଟାଇ ଡଷ୍ଟ ବିନରେ ପକାଇଦେବ । ସେ କୃଷକମାନଙ୍କୁ କଥା ଦେଇଛନ୍ତି ଯେ କଂଗ୍ରେସ ସବୁବେଳେ କୃଷକଙ୍କ ସାଙ୍ଗରେ ରହିଛି । ଆଉ ସେ କେବେ ତା କଥାରୁ ପଛକୁ ହଟି ନ ଥାଏ । ରାହୁଲ କହିଛନ୍ତି ମୋଦି ସରକାର ଚାହୁଁଛନ୍ତି ସମସ୍ତ କୃଷି ବଜାରକୁ ବଡ ବଡ ଶିଳ୍ପପତିଙ୍କ ହାତକୁ ଟେକିଦେବାକୁ ହେଲେ କଂଗ୍ରେସ ଏହା କରାଇ ଦେବନାହିଁ । ଯଦି ଏହି ନିୟମରେ କୃଷକ ଖୁସି ଥାଆନ୍ତେ ତେବେ ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇ ନ ଥାଆନ୍ତା । ରବିବାର ଆୟୋଜିତ ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାଥରସ ବଳାତ୍କାର ଘଟଣା କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ପୀଡ଼ିତଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧିଙ୍କୁ ସାହାଯ୍ୟ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ...

ଶିବସେନା-ଏନ୍‌ସିପି ମଧ୍ୟରେ ମେସେଜ୍‌ ପଲିଟିକ୍ସ

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ହେବାରେ ଲାଗିଛି। ସରକାର ଗଠନକୁ ନେଇ ଭାଜପା-ଶିବସେନା ମଧ୍ୟରେ ଗଣିତ ଛିଡି ପାରୁ ନ ଥିବା ବେଳେ ଏବେ...

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ...

ବେଙ୍ଗ ସହ ହିନ୍ଦୁଙ୍କୁ ତୁଳନା କଲେ ଆରଏସ୍‌ଏସ୍‌ ନେତା

କୋଲକାତା,୬।୬ : ହିନ୍ଦୁ ସମ୍ପ୍ରଦାୟ ବେଙ୍ଗ ଭଳି ଆଚରଣ କରୁଛନ୍ତି। ଓଜନ ମପା ଯାଉଥିବା ଯନ୍ତ୍ରରେ ଦୁହିଁଙ୍କୁ ମାପିବା କଷ୍ଟକର। ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର...

ମେ’ ୧୮ରେ ଖୋଲିବ ବଦ୍ରିନାଥ ଧାମ

ଡେରାଡୁନ,୧୬ ।୨: ବସନ୍ତ ପଞ୍ଚିମୀ ଅବସରରେ ବଦ୍ରିନାଥ ଧାମ ଖୋଲିବା ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହା ମେ’ ୧୮ ପ୍ରାତଃ ୪ଟା...

ମୋଦିଙ୍କୁ ଭେଟିଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ମୋଦିଙ୍କ ବାସଭବନରେ...

ବ୍ରଜେଶଙ୍କ ସମେତ ୧୨ ଜଣଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୨ା୨(ପି.ଟି.): ବିହାରର ମୁଜାଫରପୁର ଜିଲାରେ ଶେଲ୍ଟର ହୋମ୍‌ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଦିଲ୍ଲୀର ଏକ ଅଦାଲତ ବ୍ରଜେଶ ଠାକୁରଙ୍କ ସମେତ ୧୨ ଜଣଙ୍କୁ...

ଜମ୍ମୁ-କଶ୍ମୀର ଜନସାଧାରଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ମୋଦି ସରକାର: ଓମାର ଅବଦୁଲା

ଶ୍ରୀନଗର,୫।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଜମ୍ମୁ-କଶ୍ମୀରରେ ୩୭୦ ଧାରା ହଟିବା ନେଇ ଘୋଷଣା କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରକୁ ଲଦାଖଠାରୁ ମଧ୍ୟ ଅଲଗା କରାଯାଇଥିବା...

Advertisement


Archives

Model This Week