Posted inଜାତୀୟ

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି କାହିଁକି ହେଲା? ରାହୁଲ ଗାନ୍ଧୀ କହିଲେ କାରଣ

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ମହଙ୍ଗା ମାଡ଼ ଏବଂ ବେରୋଜଗାରୀ ହିଁ ପାର୍ଲାମେଣ୍ଟ ଉପଦ୍ରବ ପଛର ପ୍ରକୃତ କାରଣ ବୋଲି ସେ କହିଛନ୍ତି।

ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲାରେ କଂଗ୍ରେସ ଏମ୍‌ପି ରାହୁଲ କହିଛନ୍ତି, ଏଭଳି କ’ଣ ପାଇଁ ହୋଇଛି? ଦେଶର ମୁଖ୍ୟ ପ୍ରସଙ୍ଗ ବେରୋଜଗାରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଯୋଗୁ ଦେଶର ଯୁବକମାନଙ୍କୁ ରୋଜଗାର ମିଳୁନାହିଁ। ଏହାପଛର କାରଣ ବେରୋଜଗାରୀ ଏବଂ ମହଙ୍ଗା ମାଡ଼ ବୋଲି ସେ କହିଛନ୍ତି।

ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ। ଆମେ ଗୃହରେ ବାରମ୍ବାର କହୁଛୁ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଆସି ବୟାନ ଦିଅନ୍ତୁ। ହେଲେ ସେ ଆସିବାକୁ ଚାହୁଁନାହାନ୍ତି। ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri