Posted inଜାତୀୟ

ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍‌ କମ୍ପାନୀ ଛାଡିଦେଇଥିଲେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ଗ୍ରାଉଣ୍ଡ ଲେଭଲରୁ ଦଳୀୟ କର୍ମୀଙ୍କ ଠାରୁ କୁଜି ନେତା ଯାଏଁ ପ୍ରଚାର ଆରମ୍ଭ କଲେଣି। ଏହିକ୍ରମରେ ଦଳୀୟ ଶୀର୍ଷ ନେତଅତ୍ୱମାନେ ମଧ୍ୟ ଜୋରସୋରରେ ପ୍ରଚାର ପାଇଁ ଲାଗି ପଡିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ ଆଦି ଦଳର ହେଭିଓ୍ବେଟ ନେତା ରାଜ୍ୟକୁ ରାଜ୍ୟ ବୁଲି ପ୍ରଚାର ପ୍ରସାର କରୁଛନ୍ତି। ପ୍ରଚାରପ୍ରସାର ମଧ୍ୟରେ ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସ ପରସ୍ପରକୁ ଆରୋପ-ପ୍ରତ୍ୟାରୋପ ମଧ୍ୟ କରୁଛନ୍ତି। ନିକଟରେ ମଣ୍ଡିରୁ ଭାଜପା ଟିକେଟ୍‌ ପାଇଥିବା କଙ୍ଗନା ରଣାଓ୍ବତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ରାହୁଲ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ, ଆଉ ସେହି ଯୁବତୀଜଣ ଯେତେବେଳେ ଅନ୍ୟତ୍ର ବିବାହ କରିନେଲେ ସେତେବେଳେ ରାହୁଲ ବାଧ୍ୟ ହୋଇ ରାଜନୀତିରେ ଏଣ୍ଟ୍ରି କଲେ। କଙ୍ଗନା ଆହୁରି ମଧ୍ୟ କହିଥିଲେ କି, ରାହୁଲଙ୍କ ମାଆ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଚାପରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଦଳରେ ଯୋଗ ଦେଇଥିଲେ। ତେବେ ଆପଣ ଜାଣିଛନ୍ତି କି, ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍‌ କମ୍ପାନୀ ଛାଡି ଦେଇଥିଲେ? ତେବେ ଆସନ୍ତୁ ଜାଣିବା ସେ କାହିଁକି ରାଜନୀତିକୁ ଏଣ୍ଟ୍ରି କରିଥିଲେ।

୨୦୦୨ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶରେ ପାଠପଢା ଓ ଚାକିରି କରିବା ପରେ ଭାରତ ଫେରିଥିଲେ। ସେତେବେଳେ ସମସ୍ତେ ଭାବୁଥିଲେ, ରାହୁଲ ଖୁବ୍‌ଶୀଘ୍ର ରାଜନୀତିରେ ଏଣ୍ଟ୍ରି କରିବେ। ସେତେବେଳେ ତାଙ୍କ ମା ସୋନିଆ ଗାନ୍ଧୀ ମଧ୍ୟ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଥିଲେ। ଏଥିସହ ଦଳ କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିଲା। ହେଲେ ରାହୁଲ ଭାରତ ଆସିବା ପରେ ରାଜନୀତିରେ ଯୋଗ ଦେଇ ନ ଥିଲେ। ନିଜ ଦେଶକୁ ଫେରି ସେ ନିଜ ସାଙ୍ଗମାନଙ୍କ ସହ ଏକ ଷ୍ଟାର୍ଟଅପ କମ୍ପାନୀ ଖୋଲିଥିଲେ। ଯାହାର ନାମ ଥିଲା ବ୍ୟାକପ ସର୍ଭିସେସ ଲିମିଟେଡ। ସେ ଏହି କମ୍ପାନୀ ଦ୍ୱାରା ବ୍ୟବସାୟ କିମ୍ବା ଆନୁଷଙ୍ଗିକ ପ୍ରସଙ୍ଗରେ ସେ ପରାମର୍ଶ ଦେବା କାମ କରୁଥିଲେ। ତେବେ ଏହାର ଦେଢବର୍ଷ ପରେ ରାହୁଲ ରାଜନୀତିରେ ପାଦ ଥାପିଥିଲେ। ସେ ତାଙ୍କର ପ୍ରଥମ ଲୋକ ସଭା ନିର୍ବାଚନ ୨୦୦୪ରେ ଆମେଠିରୁ ଲଢିଥିଲେ।

୨୦୦୪ ମାର୍ଚ୍ଚ ୨୧ରେ ଅମ୍ବିକା ସୋନି କଂଗ୍ରେସ ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ପ୍ରାର୍ଥୀ ଘୋଷଣା କରିଥିଲେ। ସେହି ତାଲିକାରେ ରାହୁଲ ଗାନ୍ଧୀ ଆମେଠିରୁ ଓ ସୋନିଆ ଗାନ୍ଧୀ ରାଏବରେଲିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା। ତେବେ ଏହା ସହ ଗାନ୍ଧୀ-ନେହେରୁ ପରିବାରର ପଞ୍ଚମ ପିଢି ରାହୁଲ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ଯଦି ଆପଣ ସେହି ସମୟର ଖବରକାଗଜର ପୃଷ୍ଠାଗୁଡ଼ିକୁ ଦେଖନ୍ତି କିମ୍ବା କୌଣସି ବ୍ଲଗ ପଢନ୍ତି, ତେବେ ଆପଣ ଜାଣି ପାରିବେ ଯେ, ରାହୁଲଙ୍କ ବିଷୟରେ ସେତେବେଳେ କି ପ୍ରକାର ବାତାବରଣ ଥିଲା । ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ପ୍ରିୟଙ୍କା, ରାହୁଲ ଗାନ୍ଧୀଙ୍କୁ ସାମ୍ବାଦିକ ତଥା ସ୍ଥାନୀୟ ଲୋକଙ୍କ ସହ ପରିଚିତ କରାଉଥିଲେ, ସେତେବେଳେ ରାହୁଲ ଲାଜଗୁଳିଆ ଛୋଟପିଲା ପରି ସମସ୍ତଙ୍କୁ ଭେଟୁଥିଲେ।

ରାହୁଲଙ୍କୁ ସେତେବେଳେ ୩୪-୩୫ ବର୍ଷ ହୋଇଥିଲା, ହେଲେ ସେ ଛୋଟପିଲା ପରି ଦେଖାଯାଉଥିଲେ। ଏକ ଧଳା କୁର୍ତ୍ତା ପାଇଜାମା, ବଡ଼ ବଡ଼ ଚଷମା ପିନ୍ଧି ସେ ମଇଦାନକୁ ଓହ୍ଲାଇଥିଲେ। ସେ ସମୟରେ ସେ ଏକ ଭାଷଣ ଦେଇଥିଲେ। ଯେଉଁଥିରେ ସେ କହିଥିଲେ, ମୁଁ ନିର୍ବାଚନ ନୁହେଁ, ହୃଦୟ ଜିତିବାକୁ ଆସିଛି। ଯେତେବେଳେ ବି ମୁଁ ଲୋକମାନଙ୍କୁ ଭେଟୁଛି, ମୋର ବାପାଙ୍କ କଥା ମନେ ପଡୁଛି। କାରଣ ମୁଁ ମୋ ବାପାଙ୍କ ସହିତ ଏଠାକୁ ଆସୁଥିଲି ।

ସେହିବର୍ଶ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିଥିଲେ। ପ୍ରଥମେ ସେ ଆମେଠିର ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଥିଲେ। ଜଣେ ବିଦେଶ ଫେରନ୍ତା ଯୁବକ ଭାରତରେ ଆସି ନିର୍ବାଚନ ଲଢୁଛି ଶୁଣି ଛକଛକରେ ଭିଡ଼ ଜମି ଯାଉଥିଲା। ବିଶେଷ କରି ଯେତେବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଅ, ଯିଏକି ଏମପି ଭାବେ ପ୍ରଥମ ଥର ନିର୍ବାଚନ ଲଢୁଥିଲେ। ସେତେବେଳେ ରାହୁଲଙ୍କୁ ଶୁଣିବା ପାଇଁ ପ୍ରତ୍ୟେକ ଛକରେ ଭିଡ ଜମୁଥିଲା। ତେବେ ସେହି ନିର୍ବାଚନରେ ରାହୁଲ ୬୫ ପ୍ରତିଶତ ଭୋଟ ଜିତି ପ୍ରଥମ ଥର ପାଇଁ ଏମପି ହୋଇଥିଲେ। ୨୦୦୪ରୁ ଆରମ୍ଭ ହୋଇଥିବା ଆମେଠିରୁ ସାଂସଦ ଭାବରେ ଯାତ୍ରା ୨୦୧୯ ପର୍ଯ୍ୟନ୍ତ ଜାରି ରହିଲା। ୨୦୧୯ରେ ସ୍ମୃତି ଇରାନୀ ରାହୁଲଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?