Posted inଖେଳ

ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ

ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ ରାହାଣେ ବିରାଟ କୋହଲିଙ୍କୁ ପଛରୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ରାହାଣେ ଏହା ମଧ୍ୟ କହିଛନ୍ତି ଯେ ଫେବୃଆରୀ ୫ରୁ ଇଂଲଣ୍ଡ ଭଳି ଶ୍ରେଷ୍ଠ ଦଳ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜ ସହଜରେ ନେଉ ନାହିଁ ଦଳ। ଏକ ଭର୍ଚୁଆଲ ମିଡିଆ ସମ୍ମିଳନୀରେ ରାହାନେ କହିଛନ୍ତି, ମୋର କାମ ହେଉଛି ବିରାଟଙ୍କୁ ସାହାଯ୍ୟ କରିବା। ଯେତେବେଳେ ବିରାଟ ମୋତେ କିଛି ପଚାରିବେ ମୁଁ ତାଙ୍କୁ ସହଯୋଗ କରିବି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ଅତୀତର କଥା। ଆମେ ବର୍ତ୍ତମାନରେ ଅଛୁ। ଶ୍ରୀଲଙ୍କାରେ ଟେଷ୍ଟ ସିରିଜ ଜିତିଥିବା ଇଂଲଣ୍ଡ ଦଳକୁ ଆମେ ସମ୍ମାନ ଦେଉଛୁ। କ୍ରିକେଟର ଏକ ଭଲ ବ୍ରାଣ୍ଡ ଭାବେ ଖେଳିବାକୁ ଚାହୁଁଛୁ ଏବଂ ଆମେ କିଛି ହାଲୁକା ନେଉନାହୁଁ। ସେ କହିଛନ୍ତି, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ତିନି-ଚାରି ମାସ ବାକି ଅଛି। ଏବେକାର ସିରିଜ ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋର୍ଗାନ, ପଣ୍ଟିଂଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏହି ଭାରତୀୟ କ୍ରିକେଟର; କହିଲେ ଡଗ୍‌ଆଉଟ୍‌…

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ୟୁଏଇରେ ଖେଳାଯାଉଛି। ମଙ୍ଗଳବାର ସିରିଜର ୪୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା।...

ଅଷ୍ଟ୍ରେଲିଆ ଓପନରୁ ଓହରିଲେ ସାନିଆ ମିର୍ଜା

ମେଲବୋର୍ନ,୨୩।୧- ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଆହତ ସମସ୍ୟା ଯୋଗୁ ସେ ମହିଳା ଡବଲ୍ସ...

ଫୁଟ୍‌ବଲ କ୍ଲବର ୧୬ ଖେଳାଳି ଓ ଅଫିସିଆଲ କରୋନା ପଜିଟିଭ୍‌

ସୋଫିଆ (ବୁଲଗେରିଆ), ୮ା୭ (ଏପି)-ବୁଲ୍‌ଗେରିଆର ଚେର୍ନୋ ମୋର୍‌ ଫୁଟ୍‌ବଲ କ୍ଲବର ୧୨ଖେଳାଳି ଓ ୪ ଜଣ ଅଫିସିଆଲ କରୋନା ପଜିଟିଭ୍‌ ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ...

ମୋରିସ ଖେଳିବା ସମ୍ଭାବନା କମ୍‌

ଦୁବାଇ, ୨୪।୯(ପି.ଟି.)- ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନ ଥିବାରୁ କ୍ରିସ୍‌ ମୋରିସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବା...

ବିରାଟ କୋହଲି କରୋନା ପଜିଟିଭ୍‌

ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି।...

ପ୍ରଥମ ବିମାନଯାତ୍ରାକୁ ନେଇ ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ‘ଲିଟଲ୍‌ ବୟ’

ନୂଆଦିଲ୍ଲୀ,୨୮।୧: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଟଲ୍‌ ବୟ। ସୋସିଆଲ ପୃଷ୍ଠାରେ ହାର୍ଦ୍ଦିକ ପୁଅଙ୍କ ସହ ଏକ ଫଟୋ ଶେୟାର କରିବା ପରେ ଏହା...

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା...

ସହଜ କ୍ୟାଚ୍‌ ହାତଛଡା କଲେ ବିରାଟ କୋହଲି, ତଥାପି ଆଉଟ୍‌ ହେଲେ ଖେଳାଳି

ସିଡ୍‌ନୀ,୬।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରବିବାର ଅତି ସହଜ...

Advertisement
Archives

Model This Week