ରାଗିଂ: କଡ଼ା ଆଇନ ପ୍ରଣୟନ ଜରୁରୀ

ଭୁବନେଶ୍ୱର, ୪।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଗିଂ ଯୋଗୁ ରୁଚିକା ମହାନ୍ତି ନାମ୍ନୀ ଯୁକ୍ତ୩ ଛାତ୍ରୀ ଶନିବାର ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଜାରି ରହିଥିବାବେଳେ ସବୁବର୍ଗର ଲୋକେ ଏହାକୁ ନିନ୍ଦା କରିଆସୁଛନ୍ତି। ଶିକ୍ଷାନୁଷ୍ଠାନକୁ ରାଗିଂମୁକ୍ତ ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନରେ ଜୁନିୟରମାନେ ସିନିୟରଙ୍କ ର଼୍ୟାଗିଂର ଶିକାର ହେଉଥିବା ସୂଚନା ମିଳିବାରେ ଲାଗିଛି। କେତେକ ଘଟଣା ନଜରକୁ ଆସୁଥିବାବେଳେ ଆଉ କେତେକ ରୁଚିକାଙ୍କ ଭଳି ଆତ୍ମହତ୍ୟାରେ ଅନ୍ତ ହୋଇଛି। ତେବେ ରାଜଧାନୀରେ ଥିବା ରାଜ୍ୟର ଏକ ପ୍ରତିଷ୍ଠିତ ତଥା ପ୍ରମୁଖ କଲେଜରେ ଏଭଳି ଘଟଣା ରାଜ୍ୟ ସରକାରଙ୍କ ରାଗିଂ କଟକଣା ବା ଆଇନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଶିକ୍ଷାନୁଷ୍ଠାନକୁ ରାଗିଂମୁକ୍ତ କ୍ୟାମ୍ପସ କରିବା ପାଇଁ ତୁରନ୍ତ ଏକ କଡ଼ା ଆଇନ ପ୍ରଣୟନ ହେବା ଉଚିତ। ଏଥିସହ ଉକ୍ତ ଆଇନ ଆଧାରରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦାବି ହେଉଛି।

୨୦୨୧ରୁ ୨୦୨୨ ମଧ୍ୟରେ ୟୁଜିସି ନିକଟରେ ରାଗିଂ ନେଇ ୬୦ଟି କେସ୍‌ ପଞ୍ଜୀକରଣ ହୋଇଛି। ଛାତ୍ରୀଛାତ୍ର ଆତ୍ମହତ୍ୟାରେ ଓଡ଼ିଶା ଦ୍ୱିତୀୟରେ ରହିଛି। ଏହି ଭୁଲ୍‌ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ନୁହେଁ, ପୂରା ବ୍ୟବସ୍ଥାର ବିଫଳତା। ଗୋଟିଏ ଦୁଇଟା ଲୋକଙ୍କୁ ଜେଲରେ ଭର୍ତ୍ତି କରିଦେଲେ ଯେ, ଏହି ଧାରାଟା ବଦଳିଯିବ ତାହା ଭାବିବା ଭୁଲ୍‌। ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏବେ ସମ୍ପର୍କ ଭଲ ରହୁନାହିଁ। ଶିକ୍ଷକମାନେ କେବଳ ପାଠପଢ଼ାଇଦେଇ ଚାଲିଗଲେ ହେବନାହିଁ, ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ସେମାନଙ୍କ ଖାଇବା, ରହିବା ସମ୍ପର୍କରେ ପଚାରି ବୁଝିବା ଦରକାର। ନିକଟରେ ଏକ ସ୍କୁଲ ପିଲା ତିନିକ ପଣିକିଆ କହିପାରି ନ ଥିବାରୁ ଗଣଶିକ୍ଷାମନ୍ତ୍ରୀ ଶିକ୍ଷକଙ୍କ ଦରମା ବନ୍ଦ କରିଦେଲେ। କିନ୍ତୁ ରୁଚିକା ଆତ୍ମହତ୍ୟା ପରେ ଉଚ୍ଚଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରି ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। ରାଗିଂକୁ ନେଇ ଓଡ଼ିଶାରେ କୌଣସି ହେଲ୍ପଲାଇନ ନମ୍ବର ନାହିଁ। କୌଣସି ଆଇନ ପ୍ରଣୟନ ହୋଇ ନାହିଁ। ତେଣୁ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ନଚେତ ଆଗକୁ ଆହୁରି ରୁଚିକାଙ୍କ ଭଳି ବହୁ ପିଲା ଆତ୍ମହତ୍ୟା କରିବେ।
– ସଂଘମିତ୍ରା ଜେନା, ରାଜ୍ୟ ସଭାପତି, ଏଆଇଏସ୍‌ଏଫ୍‌
ରୁଚିକା ଆତ୍ମହତ୍ୟା ପରେ ଏବେ ରାଗିଂକୁ ନେଇ ଚର୍ଚ୍ଚା ହେଉଛି। ଏଭଳି ଘଟଣା ପ୍ରଥମ ନୁହେଁ। ରାଜ୍ୟର ସବୁ ଜିଲାରେ ରାଗିଂ ହେଉଛି। ଶିକ୍ଷାନୁଷ୍ଠାନକୁ ରାଗିଂମୁକ୍ତ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ଏହା କେଉଁଠି ବି ପାଳନ ହେଉନାହିଁ। ଯେଉଁଠି ବି ରାଗିଂ ହେଉଥିବା ନଜରକୁ ଆସୁଛି, ସେ ପିଲାଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏଥିସହିତ ସରକାର ରାଗିଂକୁ ନେଇ ଏକ କଡ଼ା ଆଇନ ପ୍ରଣୟନ କରିବା ଆବଶ୍ୟକ। ଆଇନ କରି ତାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ସରକାର ସେ ଦିଗରେ ପଦକ୍ଷେପ ନେବା ଉଚିତ। ଥରେ କୌଣସି ପିଲା ଭୁଲ୍‌ କରି ଦଣ୍ଡ ପାଇଲେ, ଆଗକୁ ଆଉ କେହି ସେପରି କରିବାକୁ ସାହସ କରିବେ ନାହିଁ।
– ସୌଭାଗ୍ୟ ମହାନ୍ତି, ରାଜ୍ୟ ସମ୍ପାଦକ, ଏବିଭିପି, ଓଡ଼ିଶା
ମୁଁ ଭାବୁଛି ଆଜିକାଲି ରାଗିଂ ସେଭଳି ହେଉନାହିଁ। ଅନେକ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବାଗତ କାର୍ଯ୍ୟକ୍ରମ ହୋଇଥାଏ। ଏଥିରେ ନୂଆ ପିଲାଙ୍କ ବିଷୟରେ ଜାଣିବା ଏବଂ ପୁରୁଣା ପିଲାଙ୍କ ସହିତ ଭାବ ବିନିମୟ କରାଯାଏ। ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନେ ରହିବା ଉଚିତ। ଯଦି କେଉଁଠି ଶିକ୍ଷକମାନେ ନ ରହି କେବଳ ପିଲାଙ୍କ ଉପରେ ଛାଡ଼ି ଦିଆଯାଏ, ତେବେ ବେଳେବେଳେ ପିଲାମାନେ ଥଟ୍ଟା କରୁକରୁ ସୀମା ଟପିଯାଆନ୍ତି। ତେଣୁ ଏଭଳି କାର୍ଯ୍ୟକ୍ରମରେ ଶିକ୍ଷକମାନେ ଉପସ୍ଥିତ ରହିବା ଉଚିତ, ସମସ୍ତ ଶିକ୍ଷାନୁଷ୍ଠାନରେ କାଉନ୍‌ସିଲ ସେଣ୍ଟର ସୁଦୃଢ଼ କରାଯିବା ଉଚିତ। ସେଥିରେ ଜଣଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦେବା ଉଚିତ। ଫଳରେ କେହି ରାଗିଂର ଶିକାର ହେଲେ ତୁରନ୍ତ ସେ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇପାରିବେ। ସମସ୍ତଙ୍କ ବଞ୍ଚତ୍ବାର ଅଧିକାର ଅଛି ଓ ସବୁ ସମସ୍ୟାର ସମାଧାନ ବାଟ ଅଛି। ତେଣୁ କେହି ବି ରାଗିଂ ଭଳି ପରିସ୍ଥିତିର ସମ୍ମୁଖୀନ ହେଲେ ନିରାଶ ନ ହୋଇ ଦୃଢ଼ ହୋଇ ସମସ୍ତଙ୍କୁ ଜଣାଇବା ଉଚିତ। ଏଭଳି ଆତ୍ମହତ୍ୟାର ପନ୍ଥା ଆପଣାଇବା ଭୁଲ୍‌ ନିଷ୍ପତ୍ତି।
– ପ୍ରଫେସର ଭାସ୍ବତୀ ପଟ୍ଟନାୟକ, ମନସ୍ତତ୍ତ୍ୱ ବିଭାଗୀୟ ମୁଖ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ରାଗିଂମୁକ୍ତ କ୍ୟାମ୍ପସ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ। ସରକାର ଯେମିତି ପଦକ୍ଷେପ ନେବେ ତାକୁ ପ୍ରଣୟନ କରିବା ପାଇଁ ଶିକ୍ଷାନୁଷ୍ଠାନରେ ତତ୍ପରତା ଦେଖାଇବା ଉଚିତ। ପିଲାମାନେ ମଧ୍ୟ ସଚେତନ ହେବା ଉଚିତ। ସବୁ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସ୍କ୍ବାଡ୍‌ ଗଠନ ବାଧ୍ୟତାମୂଳକ କରାଯାଉ ଏବଂ ତାହାକୁ ଠିକ୍‌ ଭାବେ କାର୍ଯ୍ୟାନ୍ବୟନ କରିବା ଆବଶ୍ୟକ। ପ୍ରତି ମାସରେ ଥରେ ସେହି ସ୍କ୍ବାଡ୍‌ର ସମୀକ୍ଷା ହେବା ଉଚିତ। ଏଥିସହିତ ରାଜ୍ୟ ସରକାର ତୁରନ୍ତୁ ଏ ଦିଗରେ ଏକ ଆଇନ ପ୍ରଣୟନ କରିବା ଉଚିତ।
– ମଲ୍ଲିକ ସମିମ ଅଖତର, ସଭାପତି, ବିଜେବି କଲେଜ ଛାତ୍ରସଂଘ, ଭୁବନେଶ୍ୱର
ରାଗିଂ ଏକ ବିକୃତ ମାନସିକତା। ରାଗିଂ ଅର୍ଥ ହେଉଛି ବିଶୃଙ୍ଖଳିତ ଆଚରଣ ଅଥବା ବ୍ୟବହାରିକ ଥଟ୍ଟା ପରିହାସ, ଯାହା ଛାତ୍ରୀଛାତ୍ରଙ୍କୁ ଅବସାଦଗ୍ରସ୍ତ କରିଥାଏ। ସବୁ ଶିକ୍ଷାନୁଷ୍ଠାନରେ ଆଣ୍ଟି ର଼୍ୟାଗିଂ କମିଟି ଅଛି। କିନ୍ତୁ ତାହା ନାମକୁ ମାତ୍ର। ନା ସେଗୁଡ଼ିକ ଠିକ୍‌ ଭାବେ କାମ କରୁଛି ନା ଉତ୍ତରଦାୟୀ ରହୁଛି। ହଷ୍ଟେଲ୍‌ରେ ରହୁଥିବା ପିଲାମାନେ ପ୍ରତିଦିନ ଅଭିଭାବକଙ୍କ ସ୍ନେହ, ଶ୍ରଦ୍ଧା ଖୋଜନ୍ତି। କାହାକୁ ମିଳେ, ଆଉ କାହା ପାଇଁ ସ୍ବପ୍ନ ହୋଇଯାଏ। ହଷ୍ଟେଲ୍‌ରେ ଦାୟିତ୍ୱରେ ରହୁଥିବା କର୍ତ୍ତୃପକ୍ଷମାନେ ଅଭିଭାବକର ଭୂମିକା ତୁଲାଇବା ଉଚିତ। ପିଲାମାନେ ପାଠପଢ଼ା ସହିତ ଯୁବାବସ୍ଥାରେ ମନରେ ଉଠୁଥିବା ଅନେକ ପ୍ରଶ୍ନକୁ ସେମାନଙ୍କ ସହିତ ଶେୟାର କରିପାରିବେ, ଯାହା ହୁଏତ ଘଟଣାକୁ ଏଭଳି ନକାରାତ୍ମକ ଦିଗ ଆଡ଼କୁ ନେବ ନାହିଁ।
– ଶରତ କୁମାର କର, ଶିକ୍ଷାବିତ୍‌, ଭୁବନେଶ୍ୱର
ଓଡ଼ିଶାର ସବୁ ସ୍କୁଲ ଓ କଲେଜରେ ରାଗିଂ ହେଉଛି। ବୈଷୟିକ ଶିକ୍ଷାନୁଷ୍ଠାନରେ ମାତ୍ରାଧିକ ହେଉଛି। ମାତ୍ର ୨ରୁ ୩ ପ୍ରତିଶତ ଘଟଣା ସାମ୍ନାକୁ ଆସୁଛି। ପ୍ରାୟ ୯୮ପ୍ରତିଶତ କ୍ଷେତ୍ରରେ ସିନିୟରମାନେ ଜୁନିୟରଙ୍କୁ ଡରାଇ ରଖୁଛନ୍ତି। ଫଳରେ ଜୁନିୟରମାନେ ନିଜେ କଷ୍ଟ ସହୁଛନ୍ତି ପଛେ ଭୟରେ କାହାକୁ କିଛି କହୁନାହାନ୍ତି। ତେଣୁ ସରକାର ତୁରନ୍ତ ଆଣ୍ଟି ରାଗିଂ ଆଇନ ଆଣିବା ଉଚିତ। ଯଦି କେହି ରାଗିଂ କରିବାର ସାମ୍ନାକୁ ଆସେ, ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ଫଳରେ ଆଗକୁ କେହି ସେପରି ଭୁଲ କରିବା ପାଇଁ ସାହସ କରିବେ ନାହିଁ।
– ବାସୁଦେବ ଭଟ୍ଟ, ଅଧ୍ୟକ୍ଷ, ଓଡ଼ିଶା ଅଭିଭାବକ ମହାସଂଘ
ଜଣେ ଛାତ୍ରୀ ଭାବେ ରାଗିଂକୁ ଦୃଢ଼ ନିନ୍ଦା କରେ। ଶିକ୍ଷାନୁଷ୍ଠାନ ପରିସରରେ ରାଗିଂ ସମ୍ପୂର୍ଣ୍ଣ ବର୍ଜନୀୟ। ଯଦି କେହି ରାଗିଂର ଶିକାର ହୁଅନ୍ତି, ତେବେ ଦୃଢ଼ତାର ସହ ଏହାକୁ ବିରୋଧ କରିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଜରୁରୀ। ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୦୨୧-୨୩ ବର୍ଷର ପିଜି ଛାତ୍ରୀ ହୋଇଥିବା ବେଳେ ହଷ୍ଟେଲରେ ରହେ। ବର୍ତ୍ତମାନ ସୁଦ୍ଧା କୌଣସି ରାଗିଂର ସମ୍ମୁଖୀନ ହୋଇନାହୁଁ କି କ୍ୟାମ୍ପସ ପରିସରରେ ଏଭଳି କିଛି ଶୁଣିବାକୁ ମଧ୍ୟ ମିଳିନି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଗିଂ ଭଳି ଏକ ଦୁସ୍ଥ ମାନସିକତାକୁ ଘୋର ବିରୋଧ କରିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି। ନୋଟିସ ବୋର୍ଡ, କ୍ଲାସ୍‌ରୁମ୍‌ ବିଭିନ୍ନ ସ୍ଥାନରେ ରାଗିଂ ବିରୋଧୀ ସଚେତନତାମୂଳକ ବାର୍ତ୍ତା ପୋଷ୍ଟର ରହିବା ସହ ଏ ସମ୍ପର୍କିତ କର୍ମଶାଳା କରାଯାଉଛି।
– ତନ୍ମୟୀ ପାଣି, ପିଜି ୨ୟ ବର୍ଷ ଛାତ୍ରୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ରାଗିଂ କଦାପି ଶୈକ୍ଷିକ ପରିବେଶ ପାଇଁ ଠିକ ନୁହେଁ। ଛାତ୍ରୀ ହୁଅନ୍ତୁ ବା ଛାତ୍ର, ଯଦି କେହି ଆମକୁ ଆମ ଇଚ୍ଛା ବିରୋଧରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି ତାହାକୁ ସମସ୍ତେ ବିରୋଧ କରିବା ସହ ଅଧ୍ୟାପକଙ୍କୁ ଅବଗତ କରାଇବା ଆବଶ୍ୟକ। ରାଗିଂ ମାନସିକ ସ୍ଥିତି ସହ ପାଠପଢା ଉପରେ କୁପ୍ରଭାବ ପକାଇଥାଏ। ତେବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ମୁଁ କେବେ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇନାହିଁ। ମୋ ଦୃଷ୍ଟିରେ ରେଭେନ୍‌ଶା ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ।
– ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ସ୍ନାତକ ଦ୍ୱିତୀୟ ବର୍ଷ ଛାତ୍ରୀ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri