୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ

ପୁରୀ ଅଫିସ, ୩।୧୦:  ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍‌ ଅତ୍ୟନ୍ତ ଦୁଲର୍‌ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଆସୁଛି। ହେଲେ ରଘୁନାଥ ବେଶ ହେଉନାହିିଁ। ତଥ୍ୟ ଅନୁସାରେ ଦୀର୍ଘ ୧୧୫ ବର୍ଷ ହେବ ଶ୍ରୀମନ୍ଦିରରେ ରଘୁନାଥ ବେଶ ବନ୍ଦ ରହିଛି। ରନତ୍ସିଂହାସନରେ ଶ୍ରଦ୍ଧାଳୁମାନେ ଏହି ରମଣୀୟ ବେଶ ଦେଖିପାରୁ ନାହାନ୍ତି।
ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ମୋଟ ୯ଥର ମହାପ୍ରଭୁ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶେଷଥର ପାଇଁ ୧୯୦୫ ଏପ୍ରିଲ ୨୬ ଗୁରୁବାର ଏହି ବେଶ କରାଯାଇଥିଲା। ଏହା ପୂର୍ବରୁ ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩ ଓ ୧୮୯୬ରେ ଏହି ବେଶ ହୋଇଥିଲା। ରଘୁନାଥ ବେଶର ପ୍ରବର୍ତ୍ତକ ରାମାନନ୍ଦାଚାର୍ଯ୍ୟ ବୋଲି କୁହାଯାଏ। ରାମ ଜନ୍ମତିଥି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥିଲେ ମହାପ୍ରଭୁଙ୍କର ଏହି ବେଶ କରାଯାଇଥାଏ। ସେହିପରି ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଯେଉଁଦିନ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ପଡ଼େ ସେହି ତିଥିରେ ଶ୍ରୀମନ୍ଦିରରେ ରଘୁନାଥ ବେଶ କରାଯାଏ। କିନ୍ତୁ ୧୯୦୫ ପରେ ଅନେକ ଥର ଏହି ତିଥି ଆସିଥିଲେ ମଧ୍ୟ ମହାପ୍ରଭୁଙ୍କ ରଘୁନାଥ ବେଶ କରାଯାଇ ନାହିଁ।
ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ ହସ୍ତପଦ ଯୁକ୍ତ ହୋଇଥାନ୍ତି। ବାମ ପାଦ ସିଂହାସନ ଉପରେ ଓ ଦକ୍ଷିଣ ପାଦ ତଳକୁ ଲମ୍ବି ରହିଥାଏ। ଧନୁଶର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ବଡ଼ଠାକୁର ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତପଦଯୁକ୍ତ ହୋଇଥାନ୍ତି। ଦୁଇହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବିଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ (ରାମ)ଙ୍କ ବାମ ପାର୍ଶ୍ୱରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଆଦି ଋଷିଗଣ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ, ଜାମ୍ବବାନ, ହନୁମାନ, ନଳ, ନୀଳ, ସୁଗ୍ରୀବ, ସୁଶେଣ ପ୍ରମୁଖ କରଯୋଡ଼ିି ରହିଥାନ୍ତି। ଏହି ବେଶ ଅବିକଳ ରାଜା ରାମଚନ୍ଦ୍ରଙ୍କ ଦରବାର ଭଳି ପ୍ରତୀୟମାନ ହୋଇଥାଏ। ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ। ଅତୀତରେ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ସ୍ମରଣରେ ଏହି ବର୍ଣ୍ଣାଢ୍ୟ ବେଶର ଆୟୋଜନ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଭିନ୍ନ ରନତ୍ଅଳଙ୍କାର ପରିଧାନପୂର୍ବକ ରାଜକୀୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ସମୟରେ ରନତ୍ସିଂହାସନଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାଠ ପଟା ଦ୍ୱାରା ଏକ ମଞ୍ଚ ସଦୃଶ ସିଂହାସନ ନିର୍ମାଣ କରାଯାଇଥାଏ।
ତେବେ ପରିତାପର ବିଷୟ, ୧୧୫ ବର୍ଷ ହେବ ଶ୍ରୀମନ୍ଦିରରେ ଏହି ବେଶ ବନ୍ଦ ରହିଛି। କାହିଁକି ଏହା କରାଯାଉ ନାହିଁ ତାହାର ଉତ୍ତର କାହା ପାଖରେ ନାହିଁ। ଅନ୍ୟପକ୍ଷରେ ତିଥି ଅନୁସାରେ ନାଗାର୍ଜୁନ ବେଶ କରାଯାଉଛି। ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ ହେବ। ଯଦି ରଘୁନାଥ ବେଶ ହୁଏ ତା’ହେଲେ ଦେଖିବା ପାଇଁ ନାଗାର୍ଜୁନ ବେଶଠାରୁ ଦ୍ୱିଗୁଣିତ ଭକ୍ତଙ୍କ ଭିଡ଼ ଜମିବ। ଯାହାକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ। ତେଣୁ କାଦୁଅରେ ପଶିବା କାହିଁକି, ଗୋଡ଼ ଧୋଇବା କାହିଁକି ନୀତିରେ ଏହି ବେଶକୁ ଅଣଦେଖା କରାଯାଉଛି ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି। ଭକ୍ତ ଦିଲୀପ ବରାଳ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜା ସରିଛି। ଖୁବ୍‌ଶୀଘ୍ର ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଆଗ୍ରହ ଦେଖିବାକୁ ମିଳିଛି। ଓଡ଼ିଶାରେ ମଧ୍ୟ ଏ ନେଇ ଆଗ୍ରହ ତଥା ଆନନ୍ଦ କିଛି କମ୍‌ ନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ସେହିଭଳି ଆଗ୍ରହ ଓ ଇଚ୍ଛାଶକ୍ତି ପ୍ରକାଶ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ରାମାୟଣର ସପ୍ତବୀର (ହନୁମାନ, ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ, ନଳ, ନୀଳ, ସୁଶେଣ) ଶ୍ରୀମନ୍ଦିର ଉପାସନା ସହ ଆଜି ବି ସମ୍ପୃକ୍ତ। ଏମାନେ ରଘୁନାଥ ବେଶରେ ସ୍ଥାନିତ ହୁଅନ୍ତି। ଏହା ଏକ ପ୍ରାଚୀନ ରାମାୟଣକାଳୀନ ଐତିହ୍ୟ। ଏହି ବେଶ ଆୟୋଜନ ପାଇଁ ଦୃଢନିଷ୍ଠା ଆବଶ୍ୟକ। ରାଜ୍ୟ ସରକାର ଚାହିଁଲେ ଏହା ଅସମ୍ଭବ ନୁହେଁ। ମହାମାରୀ କରୋନା ପ୍ରକୋପ ଚାଲିଗଲା ପରେ ଏ ନେଇ ଚିନ୍ତନ ହେବା ଦରକାର। ଆଗାମୀ ଦିନରେ ରଘୁନାଥ ବେଶ କରାଗଲେ ଏହା ରାଜ୍ୟର ଗୌରବ ବୃଦ୍ଧି କରିବ।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶହେରୁ ଊର୍ଦ୍ଧ୍ୱ ବର୍ଷ ହେବ ଏହି ବେଶ ହୋଇନାହିିଁ। ଏବେ ଏହି ବେଶ ସଂକ୍ରାନ୍ତରେ କୌଣସି ଆଲୋଚନା କରାଯାଇ ନାହିିଁ । ତେଣୁ ଏ ନେଇ ସେ ଅଧିକ କିଛି କହିପାରିବେ ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଅନ୍ତା କେନାଲରେ ବୁଡ଼ି ମହିଳା ମୃତ, ହୋଲିରେ ମଦ ପିଇଥିବା ଯୋଗୁ ଅଘଟଣ ଘଟିଥିବା ନେଇ ଚର୍ଚ୍ଚା

ବାଲିଅନ୍ତା/ପୁରୁଣା ଭୁବନେଶ୍ୱର,୧୦।୩(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ନିକଟରେ ପ୍ରବାହିତ ପୁରୀ ମୁଖ୍ୟ କେନାଲରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୀନା...

ଦୁର୍ଘଟଣା ଉଜାଡିଦେଲା ପରିବାର

ପାରଳାଖେମୁଣ୍ଡି,୭ା୨: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଗୋକର୍ଣ୍ଣପୁର ପଞ୍ଚାୟତ ଓ୍ବାର୍ଡ ନଂ.୧୩ ସିଲ୍‌

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ବୁଧବାର ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଦେବୀ ଓ୍ବାର୍ଡ ନଂ.୧୩କୁ ୭...

ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ୧୧ ଆଇଟିଆଇ: ପ୍ରତିଷ୍ଠା ହେବ ଉନ୍ନତ ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ସ୍କିଲ୍‌ଡ ଇନ୍‌ ଓଡ଼ିଶା ବ୍ରାଣ୍ଡକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ଜିଲାରେ ଉତ୍କୃଷ୍ଟ...

ଲକ୍‌ ଡାଉନ୍‌ର ପ୍ରଭାବ: ପାଳନ ହେଲାନି ବିଶ୍ୱ ନାଟ୍ୟ ଦିବସ

ବ୍ରହ୍ମପୁର ଅଫିସ,୨୭ା୩-ସମାଜରେ ସଂସ୍କାର ଅଣିବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ମଞ୍ଚନାଟକକୁ ପୁର୍ନଜୀବିତ କରିବା ନେଇ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ...

କଳିଙ୍ଗ ବାଲିଯାତ୍ରା ଆୟୋଜନରେ ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ : ଟେଣ୍ଡର ପୂର୍ବରୁ ନିର୍ମାଣ ହେଲାଣି ଟେଣ୍ଟ

ପାରାଦୀପ,୩୦।୧୦(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଶାସନିକ ବିଧି ବ୍ୟବସ୍ଥାରେ ଆୟୋଜିତ...

ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ : ଡିଜିପି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ତ୍ୱରିତ ଓ ସମନ୍ବିତ ସେବା ଯୋଗାଇବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ କଟକ ଓ ଭୁବନେଶ୍ୱର ଦୈତନଗରୀରେ ପ୍ରତିଷ୍ଠା...

କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ: ଭଦ୍ରକରୁ ନବୀନ ନିବାସ…

ଭଦ୍ରକ ଅଫିସ,୨୬।୨: ଚାକିରିରେ ପୁନଃ ନିଯୁକ୍ତି ଦାବି କରି କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ...

Play 250+ Trending Games
Archives

Model This Week

Why Dharitri