Posted inଫୁରସତ

ଗୋବର କଣ୍ଢେଇ

ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଓଡ଼ିଶାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯେଉଁଥିରେ ଓଡ଼ିଆ ଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ତେବେ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ପ୍ରକାରର କଳାକାରିଗରି ଦେଖିବାକୁ ମିଳେ। ଯେମିତିକି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କରଡ଼ଗାଡ଼ିଆ ଗୋବରରେ ତିଆରି ବିଭିନ୍ନ କଳାକୃତିର କଣ୍ଢେଇ ପାଇଁ ସ୍ବତନ୍ତ୍ର ପରିଚୟ ବହନ କରିଛି। ଏମିତି ହସ୍ତକଳା କାରିଗରିରେ ନିଜ ପରିବାର ଗୁଜରାଣ ମେଣ୍ଟାଉଛନ୍ତି ଏହି ଗାଁର ମଞ୍ଜୁଲତା ମହାପାତ୍ର। ସେ କୁହନ୍ତି, ଆମ ପରିବାରର ୩ ଜଣ ସଦସ୍ୟ ଏହି ଗୋବର କଣ୍ଢେଇ ପ୍ରସ୍ତୁତ କରିଥାଉ। ଏହାବାଦ ଗାଁର ବୃଦ୍ଧା ନିଶାମଣି ମହାପାତ୍ର, ବିଦୁଲତା ମହାପାତ୍ର ମଧ୍ୟ ଏହି ହସ୍ତକଳା କାରିଗରି ଜାଣିଛନ୍ତି। ମୋ ବାପଘର ତିଗିରିଆରେ ପ୍ରାୟ ୧୨ବର୍ଷ ବୟସରୁ ଏହି ଗୋବର କଣ୍ଢେଇ କଳାକୃତି ଶିଖିଥିଲି। ଏବେ କରଡ଼ଗାଡ଼ିଆ ଗାଁ ଶାଶୁଘରେ ବଳକା ସମୟରେ ଏହି କଳାକୃତିକୁ ଆରମ୍ଭ କରିଛି। ଏମିତିରେ ପ୍ରାୟ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଗୋବର କଣ୍ଡେଇ ତିଆରି କରି ପରିବାର ପ୍ରତିପୋଷଣ କରୁଛି। ଏହି କଣ୍ଢେଇ ତିଆରି ପାଇଁ ପ୍ରଥମେ ଗାଈ ଗୋବର ଏବଂ କରତଗୁଣ୍ଡକୁ ସଂଗ୍ରହ କରି ଆଣିଥାଉ। ତା’ପରେ ତାକୁ ଭଲଭାବରେ ମିଶାଯାଇଥାଏ। ଗୋବରରେ କରତଗୁଣ୍ଡ ଓ ଫେବିକଲ ଅଠା ମିଶାଇଥାଉ। ପରେ ଏସବୁକୁ ଭଲଭାବେ ଚକଟି ରଖିଥାଉ। ତା’ପରେ ଛାଞ୍ଚରେ ସେହି ମିଶ୍ରଣକୁ ଢାଳିଥାଉ। ଯେଉଁଥିରୁ ବିଭିନ୍ନ କଳାକୃତୀ ବାହାରିଥାଏ। ପ୍ରଥମେ କଳାକୃତିର ଗଣ୍ଡି, ତା’ପରେ ମୁଣ୍ଡ, ପରେ ଗୋଡ଼ ଏବଂ ଅନ୍ୟ ଭାଗକୁ ଛାଞ୍ଚରୁ ବାହାରକରି ଯୋଡ଼ି ଖରାରେ ଶୁଖାଇବାକୁ ପଡ଼ିଥାଏ। ତା’ପରେ ବାଲିକାଗଜ ସାହାଯ୍ୟରେ ହାଲକାଭାବେ ଘଷିଥାଉ। ଏହାଦ୍ୱାର କଣ୍ଢେଇ ଚିକ୍କଣ ହୋଇଥାଏ। ସେଥିରେ ପୁଣି କାଗଜ ଛାପିଥାଉ। ଏହାକୁ ଖରାରେ ଶୁଖାଇବା ପରେ ଖଡ଼ିଗୁଣ୍ଡ ଲେପିଥାଉ। ପୁଣିଥରେ ଖରାରେ ଏହା ଶୁଖିଗଲା ପରେ ସେହି କଳାକୃତି ସୁନ୍ଦର ଦିଶିବାକୁ ବିଭିନ୍ନ ରଙ୍ଗରେ ରଙ୍ଗାଇଥାଉ। ବିଶେଷକରି ବିଭିନ୍ନ ପଶୁପକ୍ଷୀ ଯଥା- ପାରା, କାଉ, ଶୁଆ ଆଦି ଚଢ଼େଇ ସହ ହାତୀ, ଘୋଡ଼ା, ମଇଁଷି, ଭାଲୁ, ଫୁଲଦାନି ଓ ପୁଅଝିଅ କଣ୍ଢେଇ ଆଦି ଗଢ଼ିଥାଉ। ଗୋଟିଏ ଗୋଟିଏ କଳାକୃତିକୁ ୧୦ରୁ ଆରମ୍ଭକରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ। ଖରାପାଗ ଦେଖି ଏମିତି ଗୋବର କଣ୍ଡେଇ ତିଆରି କରିଥାଉ। କିନ୍ତୁ ବର୍ଷାଋତୁରେ ଏହି ହସ୍ତକଳା କାମ ବନ୍ଦ ରହେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା ମହୋତ୍ସବରେ ଗୋବର କଣ୍ଢେଇ ବିକ୍ରି ହୋଇଥାଏ। ବିଶେଷକରି ଭୁବନେଶ୍ୱରର ଅଶୋକାଷ୍ଟମୀ, ଅଟ୍ରିର ରଜ, କଟକ ବାଲିଯାତ୍ରା ଓ ପୁରୀ ରଥଯାତ୍ରା ସମୟରେ ଏହାକୁ ବିକ୍ରି ଲାଗି ନେଇଥାଉ। ଏହାଦ୍ୱାରା ଜଣେ ଜଣେ କାରିଗର ମାସିକ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri