Posted inଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପ: ସିରାଜ ଉଦାହରଣ ସୃଷ୍ଟି କରିଛନ୍ତି

ବ୍ରିସ୍‌ବେନ,୧୪।୧(ପି.ଟି.): ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ଭାରତୀୟ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଭୂମିକାକୁ ଅଷ୍ଟ୍ରେଲିଆ ଅଭିଜ୍ଞ ସ୍ପିନର ନାଥନ ଲିୟନ ପ୍ରଶଂସା କରିଛନ୍ତି। ସିଡ୍‌ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ଅବସରରେ ଘରୋଇ ଦର୍ଶକ ସିରାଜ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ସିରାଜ ଏହା ଲୋକଲୋଚନକୁ ଆଣି ଏକ ମହତ୍‌ କାର୍ଯ୍ୟ କରିଛନ୍ତି ବୋଲି ବୁଧବାର ଲିୟନ କହିଛନ୍ତି। କ୍ରିକେଟ ହେଉଛି ଭଦ୍ରଲୋକ ଓ ସମସ୍ତଙ୍କ ଖେଳ। ଏଥିରେ ଗାଳିଗୁଲଜ ଓ ବର୍ଣ୍ଣବୈଷମ୍ୟତାର ସ୍ଥାନ ନାହିଁ। ସିରାଜ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ଏହା ଦ୍ୱାରା ଭବିଷ୍ୟତ ଯଦି କେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଖେଳାଳିମାନେ ଆଗକୁ ଆସି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆଣିବାର ସାହସ ଜୁଟାଇ ପାରିବେ।
ସିରାଜ ଓ ବୁମ୍‌ରାଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ପରେ ସୁରକ୍ଷାକର୍ମୀ ୬ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରିଦେଇଥିଲେ। ଏହି ଘଟଣାର ଯାଞ୍ଚ କରାଯାଉଛି। ତୃତୀୟ ଦିବସର ଖେଳ ଶେଷ ହେବା ପରେ ଭାରତୀୟ ଦଳ ଆନୁଷ୍ଠାନିକ ଭାବେ ଏ ନେଇ ଅଭିଯୋଗ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମଧ୍ୟ ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ରିପୋର୍ଟ ମାଗିଛି।
ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଲୋକେ ମଜା ଭାବୁଛନ୍ତି। କିନ୍ତୁ ଏହା ଠିକ୍‌ ନୁହେଁ। ଲୋକଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିପାରେ। ଯଦି କୌଣସି ଖେଳାଳିଙ୍କୁ ଏ ନେଇ ମ୍ୟାଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ଠିକ୍‌ ଲାଗୁଥାଏ ତା’ହେଲେ ସେ ନିହାତି କରିବା ଉଚିତ। ଏବେ ଷ୍ଟାଡିୟମରେ ଆବଶ୍ୟକ ସଂଖ୍ୟାରେ ସୁରକ୍ଷାକର୍ମୀ ଦାୟିତ୍ୱରେ ରହୁଛନ୍ତି। ତେଣୁ ଯଦି କେହି ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରନ୍ତି ତା’ହେଲେ ତାଙ୍କୁ ତୁରନ୍ତ ସୁରକ୍ଷାକର୍ମୀମାନେ ବାହାର କରିପାରିବେ। ଏହି ଘଟଣାରୁ ଶିକ୍ଷାଲାଭ କରି ଲୋକେ ଭବିଷ୍ୟତରେ କେବଳ କ୍ରିକେଟ ଦେଖିବା ପାଇଁ ଷ୍ଟାଡିୟମକୁ ଆସିବେ। ଯାହା ଫଳରେ ପଡିଆରେ ଖେଳାଳିମାନଙ୍କୁ ଏ ନେଇ ଚିନ୍ତା କରିବାର ଆବଶ୍ୟକତା ରହିବ ନାହଁ ବୋଲି ଲିୟନ କହିଛନ୍ତି। ଏହି ସମ୍ପୂର୍ଣ୍ଣ ମାମଲାରେ ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତୀୟ ଦଳକୁ ସମର୍ଥନ କରିଛନ୍ତି। ତେବେ ସିରାଜଙ୍କ ଭୂମିକାକୁ ଲିୟନ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri