ଖେଳରେ ଜାତି

ଅଗଷ୍ଟ ୮, ୨୦୨୧ରେ ସବୁ ଭାରତୀୟ ଖବରକାଗଜର ଶିରୋନାମାରେ ନୀରଜ ଚୋପ୍ରା ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। ରାଜନେତା ଆସନ୍ତି ଓ ଯାଆନ୍ତି। ପରବର୍ତ୍ତୀ ପିଢ଼ିକୁ ଇତିହାସ ବହିର ପୃଷ୍ଠା ଖେଳାଇବାକୁ ପଡ଼େ ସେମାନଙ୍କ ନାମ ଜାଣିବା ପାଇଁ। କିନ୍ତୁ ଭାରତରେ ଗୋଟେ ଅଭିନବ ବିନ୍ଦ୍ରା ଓ ଗୋଟେ ନୀରଜ ଚୋପ୍ରାଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ କେହି ପରିଚିତ କରାଇବାର ପ୍ରୟୋଜନ ଉଠିବ ନାହିଁ। ପୃଥିବୀର ସର୍ବୋଚ୍ଚ ଖେଳ ପ୍ରତିଯୋଗିତା-ଅଲିମ୍ପିକ୍ସ-ରେ ନୀରଜଙ୍କ ଅବଦାନ ଦେଶର ଯୁବପିଢ଼ି ସକାଶେ ଉତ୍ସାହ ଆଣିଦେଇଛି। ତେବେ ଦୁଃଖର ବିଷୟ ହେଉଛି, ଭାରତ ସରକାରଙ୍କ ୨୦୨୧-୨୨ କେନ୍ଦ୍ରୀୟ ବଜେଟରେ କ୍ରୀଡ଼ା ଲାଗି ପୂର୍ବ ବର୍ଷଠାରୁ ଏ ବର୍ଷ ୨୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହ୍ରାସ କରିଦିଆଯାଇଛି। ଅନ୍ୟପଟେ ନୀରଜ ଚୋପ୍ରାଙ୍କ ଘର ହରିୟାଣାରେ ହୋଇଥିବାରୁ ସେଠାକାର ସରକାର ତାଙ୍କୁ ୬ କୋଟି ଟଙ୍କାର ଉପହାର ଓ ସରକାରୀ ଚାକିରି ଆଦି ଯାଚିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ହୁଏତ ହରିୟାଣା ସରକାରଙ୍କ ଏହିଭଳି ସୁବିଧା ତାଙ୍କୁ ପୂର୍ବରୁ ଦିଆଯାଇଥିଲେ ନୀରଜଙ୍କୁ ଓଡ଼ିଶା ଆସି ଅଭ୍ୟାସ କରିବାକୁ ପଡ଼ି ନ ଥାନ୍ତା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ହକି ଖେଳାଳିଙ୍କୁ ଆଉ ଅଧିକ କାନ୍ଦ ନାହିଁ ବୋଲି କହିଲା ବେଳକୁ ଭାବିବା ଉଚିତ ଥିଲା ଯେ ଏହିଭଳି ପ୍ରୋତ୍ସାହନ ଖେଳ ପୂର୍ବରୁ ଦିଆଯାଇପାରି ଥାଆନ୍ତା। ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ ଏକ ନିଷ୍ପତ୍ତି ପାଇଁ ପ୍ରଶଂସା ଜଣାଇବାକୁ ହେବ। ରାଜୀବ ଗାନ୍ଧୀ ଖେଳରତ୍ନ ଉପାଧିର ନାମ ବଦଳାଇ ଧ୍ୟାନଚାନ୍ଦ ଖେଳରତ୍ନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସମଗ୍ର ଦେଶକୁ ଦେଖିଲେ ସବୁଠାରେ ବ୍ୟବସାୟୀ, ରାଜନେତା ଏବଂ ଅନ୍ୟ କେତେକ ଟାଉଟର ବିଭିନ୍ନ କ୍ରୀଡ଼ା ସଙ୍ଗଠନକୁ ଦୀର୍ଘକାଳ ମାଡ଼ି ବସିଛନ୍ତି। ଏହିଭଳି ବ୍ୟକ୍ତିଙ୍କ ପ୍ରଭାବ ହ୍ରାସ କରିବା ସହିତ ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ଲାଗି ଖେଳ ଓ ତତ୍‌ସହିତ ଜଡ଼ିତ ସଙ୍ଗଠନ ଏବଂ ଭିତ୍ତିଭୂମିଗୁଡ଼ିକର ନାମ କେବଳ ସ୍ଥାନୀୟ ଖେଳାଳିଙ୍କ ନାମରେ ନାମିତ ହେବା ଉଚିତ। ଯଦି ଆଲ୍ଲାହାବାଦ ନାମକୁ ପ୍ରୟାଗରାଜ କରାଯାଇପାରିଲା, ଅହମ୍ମଦାବାଦକୁ ଆମ୍‌ଡାବାଦ୍‌ କରାଗଲା, ସେହିଭଳି ଗୁଜରାଟର ମୋଟେରାସ୍ଥିତ ଷ୍ଟାଡିୟମ ସହିତ ଦିଲ୍ଲୀର ପୁରାତନ ଫିରୋଜ ଶାହା କୋଟ୍‌ଲାର ନାମ କୌଣସି ରାଜନେତାଙ୍କ ନାମରେ ନାମିତ ହେବା ଉଚିତ ନୁହେଁ।
ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲେ ଦେଶରେ ଖେଳାଳି ଉତ୍ସାହିତ ହେବେ। ଭାରତର ସହରାଞ୍ଚଳରେ ରହୁଥିବା ଧନୀ ପରିବାରର ଯୁବପିଢ଼ି ଦେଶ ପାଇଁ କ୍ରୀଡ଼ାରେ କୌଣସି ନାମ ଅର୍ଜନ କରିଥିବାର କ୍ୱଚିତ ଉଦାହରଣ ଥିବ। ଅପରପକ୍ଷରେ ମନେରଖିବାକୁ ହେବ ଯେ, ଆମ ଦେଶର ଗରିବ ଓ ଅନୁନ୍ନତ ପରିବାରରୁ ଆସୁଥିବା ପିଲାମାନେ ମୁଖ୍ୟତଃ କ୍ରୀଡ଼ାରେ ନାମ ଅର୍ଜନ କରୁଛନ୍ତି। ସେମାନଙ୍କୁ କେଉଁଭଳି ବ୍ୟବହାର ଭାରତୀୟ ସମାଜ ପ୍ରଦର୍ଶନ କରେ ତାହାର ଏକ କୁତ୍ସିତ ଉଦାହରଣ ମହିଳା ହକି ଖେଳାଳି ବନ୍ଦନା କାଟାରିଆଙ୍କ ଘଟଣାରେ ଦେଖିବାକୁ ମିଳେ। ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ହାରିବା ପରେ ଉତ୍ତରପ୍ରଦେଶର ହରିଦ୍ୱାରରେ ଏକ ଗରିବ ଓ ଦଳିତ ପରିବାରରେ ଜନ୍ମିତ ହକି ଖେଳାଳି ବନ୍ଦନାଙ୍କ ଘର ଚାରିପଟେ ଉଚ୍ଚଜାତିର ଲୋକମାନେ ହୋହଲ୍ଲା କରିଥିବା ଖବର ମିଳିଛି। ଟିମ୍‌ରେ ଦଳିତ, ଜନଜାତି ଓ ସଂଖ୍ୟାଲଘୁମାନଙ୍କୁ ସ୍ଥାନ ଦିଆଯାଉଥିବାରୁ ଏଭଳି ଘଟୁଛି ବୋଲି ସେମାନେ କହିଥିଲେ। ବାସ୍ତବରେ ଯେଉଁମାନେ ଏପରି ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ସେମାନଙ୍କ ପରିବାରରୁ କେହି କେବେ ଆଞ୍ଚଳିକ ସ୍ତରର ଖେଳ ପାଇଁ ଯୋଗ୍ୟତା ଅର୍ଜନ କରି ନ ଥିବେ ବୋଲି କୁହାଯାଇପାରେ। କାରଣ ଖେଳୁଆଡ଼ ମନୋଭାବରେ ବିଶ୍ୱାସୀ କୌଣସି ବ୍ୟକ୍ତି ଏପରି ମନ୍ତବ୍ୟ ଦେଇ ନ ଥାନ୍ତି।
ବନ୍ଦନା ଭାରତୀୟ ମହିଳା ହକିର ଜଣେ ଉଚ୍ଚକୋଟୀର ଡିଫେଣ୍ଡର ଭାବେ ଜଣାଶୁଣା। ଭାରତୀୟ ହକିକୁ ଉଚ୍ଚ ସ୍ଥାନକୁ ନେବା ପାଇଁ ସେ କରିଥିବା ଅବଦାନକୁ ଏଭଳି ଅସହିଷ୍ଣୁ ଲୋକମାନେ ବୁଝିବାକୁ ଅକ୍ଷମ। ଅଲିମ୍ପିକ୍ସ ପାଇଁ ଅଭ୍ୟାସ ସମୟରେ କରୋନା ଲାଗି ପ୍ରତିଷେଧକ ଭାବେ କରାଯାଇଥିବା ବ୍ୟବସ୍ଥା ବାୟୋ ବବ୍‌ଲ ମଧ୍ୟରେ ବନ୍ଦନା ଥିଲେ। ଅଲିମ୍ପିକ୍ସ କମିଟିର ନିୟମ ଅନୁଯାୟୀ ସେ ୩ ମାସ ଘରକୁ ଯାଇପାରି ନ ଥିଲେ। ଏହି ସମୟରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ତଥାପି କ୍ରୀଡ଼ା ପ୍ରତି ନିଷ୍ଠା ରଖି ସେ ଖେଳି ଭାରତକୁ ସେମିଫାଇନାଲ ସ୍ତରକୁ ନେବାରେ ସହଯୋଗ କରିଥିଲେ। ଏଭଳି ସ୍ଥଳେ ଉଚ୍ଚଜାତିର ଲୋକମାନେ ତାଙ୍କୁ ସମାଲୋଚନା କରିବା ଅତ୍ୟନ୍ତ ଅରୁଚିକର ମନେହେଉଛି। କେବଳ ଅରୁଚିକର ନୁହେଁ, ଏହା ଭାରତୀୟ ସମାଜ ଭିତରେ ଥିବା ଏକ ବିକୃତ ରୋଗକୁ ପଦାରେ ପକାଇଛି। ବିଧିବଦ୍ଧ ଭାବେ ଏହି ରୋଗର ଚିକିତ୍ସା କରାଯିବାର ଆବଶ୍ୟକତା, ଏବେ, ହଠାତ୍‌ ଉଠିଛି। ସମସ୍ତେ ସ୍ବୀକାର କରିବେ ଯେ, ଭାରତର ଜାତିଆଣ ମନୋଭାବ ଦୀର୍ଘକାଳ ରହିଆସିଛି। କିନ୍ତୁ ନିକଟ ଅତୀତରେ ତାହା ପଛରେ ରାଜନୈତିକ ପ୍ରୋତ୍ସାହନ ଅଧିକ ସ୍ପଷ୍ଟ ବୁଝାପଡ଼ୁଛି। ଏହି କୁତ୍ସିତ ରାଜନୈତିକ ଚିନ୍ତାଧାରା ଏକବିଂଶ ଶତାବ୍ଦୀରେ ଭାରତୀୟ ସମାଜକୁ ଜାତି ଓ ଧର୍ମଗତ ବିଭାଜନ କରି ବୁଡ଼ାଇ ମାରିଦେବାକୁ ଚେଷ୍ଟା କରୁଛି। ତାହାର ପ୍ରତିକାର ନିଶ୍ଚିତ ଭାବେ ଅଛି। ଉଦାହରଣ ସ୍ବରୂପ, ପୁନର୍ବାର ବନ୍ଦନାଙ୍କ ପରିବାରକୁ ହଇରାଣ କରୁଥିବା ଉଚ୍ଚଜାତିର ଲୋକମାନେ ଖସିଯିବା ଉଚିତ ନୁହେଁ। ବାସ୍ତବରେ ସେହିମାନେ ହେଉଛନ୍ତି ଦେଶଦ୍ରୋହୀ। ଭାରତ ହାରିଲେ ଯେଉଁମାନେ ଖୁସି ମନାଉଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସେହିମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ‘୧୨୪ ଏ’ ଲଗାଯାଇ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri