ପଦବୀ ପାଇଁ ଦୌଡ଼

Dillip Cherian

ଆସନ୍ତା ଜୁନ୍‌ ଶେଷରେ ସେବାନିବୃତ୍ତ ହେବାକୁଥିବା ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସି.ଶୈଳେନ୍ଦ୍ର ବାବୁଙ୍କ ପରେ ସେହି ପଦବୀ ଲାଗି ଦୌଡ଼ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ଏହାକୁ ନେଇ ଗୁଞ୍ଜରଣ ବି ସୃଷ୍ଟି ହୋଇଛି। ଶୁଣିବାକୁ ମିଳୁଛି, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ଏହି ଦୌଡ଼ରେ ନିଶ୍ଚୟ ଜିତିବେ ଏବଂ ବାବୁଙ୍କ ପରେ ତାମିଲନାଡୁର ଶୀର୍ଷ ପୋଲିସ ଅଧିକାରୀ ପଦବୀ ପାଇଁ ସେ ହିଁ ସବୁଠୁ ଅଧିକ ପସନ୍ଦର ପ୍ରାର୍ଥୀ। ସୂତ୍ରରୁ ଜଣାପଡ଼ିଛି , ନିଯୁକ୍ତି ସକାଶେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ନିକଟକୁ ବିଚାର ପାଇଁ ପଠାଯାଇଥିବା ତାଲିକା (ଏମ୍‌ପ୍ୟାନେଲମେଣ୍ଟ)ରେ ଯୋଗ୍ୟ ୧୨ ଜଣ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଅରୋରା ଆଗରେ ଅଛନ୍ତି। ତେବେ ୟୁପିଏସ୍‌ସି ଦ୍ୱାରା ହେବାକୁ ଥିବା ଶଟର୍ର୍ଲିଷ୍ଟର ୩ ଜଣ ଅଧିକାରୀମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ଚୟନ କରିବେ। କୁହାଯାଉଛି, ବରିଷ୍ଠତା ଦୃଷ୍ଟିରୁ ଅରୋରାଙ୍କ ପରେ ଅଛନ୍ତି ବି.କେ.ରବି ଏବଂ ଚେନ୍ନାଇ ପୋଲିସ କମିଶନର ଶଙ୍କର ଜିଓ୍ବାଲ। ଏହି ୩ ଶୀର୍ଷ ଅଧିକାରୀମାନଙ୍କ ମଧ୍ୟରେ ଆରୋରା ଦୁଇ ସଶସ୍ତ୍ର ବଳ ସିଆରପିଏଫ୍‌ ଏବଂ ଆଇଟିବିପିର ନେତୃତ୍ୱ ନେଇଥିଲେ ଏବଂ ଆରକ୍ଷୀ ଅଧୀକ୍ଷକ ଦାୟିତ୍ୱ ତଥା ଜଙ୍ଗଲ ଦସ୍ୟୁ ବୀରାପ୍ପାନଙ୍କୁ ଗୁଳିିକରି ହତ୍ୟା କରିବାରେ ସାହସିକତା ଓ ବୀରତ୍ୱ ପ୍ରଦର୍ଶନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ବୀର ପଦକ ପାଇଥିଲେ। ତେବେ ଡିଜିପି ଦୌଡ଼ରେ ସାମିଲ ଅନ୍ୟ ପୋଲିସ ଅଧିକାରୀମାନେ ହେଲେ,ଏ.କେ. ବିଶ୍ୱନାଥନ, ଆଭାସ କୁମାର, ଟି.ଭି. ରବିଚନ୍ଦ୍ରନ, ସୀମା ଅଗ୍ରଓ୍ବାଲା ଏବଂ ଅମରେଶ ପୂଜାରୀ। ଏମ୍‌ପ୍ୟାନେଲମେଣ୍ଟ ଯୋଗ୍ୟ ହେବା ଲାଗି ନିର୍ଦ୍ଧାରିତ ସର୍ଭିସ ବର୍ଷର ସଂଖ୍ୟାକୁ ବିଚାରକୁ ନେଇ ତାମିଲନାଡୁ ଗୃହ ବିଭାଗ ରାଜୀବ କୁମାର, ସନ୍ଦୀପ ରାୟ ରାଠୋର, ଅଭୟ କୁମାର ସିଂ ଏବଂ କେ.ଭାନିଆ ପେରୁମଲଙ୍କ ନାମ ୟୁପିଏସ୍‌ସିକୁ ପଠାଇଥିବା ତାଲିକାରେ ରଖିଛି।

ଖେମ୍‌କାଙ୍କ ଦୁଃଖ

ଜମି କିଣାବିକା ଅନିୟମିତତା ପାଇଁ ଏଫ୍‌ଆଇଆର ଦାୟର କରିବାର ୫ ବର୍ଷ ପରେ ହରିୟାଣା ସରକାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଏହାକୁ ନେଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଶୋକ ଖେମ୍‌କା ନିରାଶ ହୋଇଛନ୍ତି। ସେତେବେଳେ ଭଦ୍ରା ଜଡ଼ିତ ଥିବା ୩୩ ଏକର ଜମି ଡିଲ୍‌ର ମ୍ୟୁଟେଶନକୁ ଖେମ୍‌କା ରଦ୍ଦ କରିଦେଇଥିଲେ ଓ ଜଣେ ହ୍ବିସିଲ ବ୍ଲୋୟର ଭାବେ ବେଶ୍‌ ପ୍ରଶଂସା ପାଇଥିଲେ। ହରିୟାଣାରେ କଂଗ୍ରେସ ଶାସନ ସମୟରେ ଜମି କିଣାବିକାରେ ଅନିୟମିତତା ହୋଇଥିଲା ବୋଲି ୨୦୧୪ ନିର୍ବାଚନ ବେଳେ ଭାଜପା ଅଭିଯୋଗ କରି ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା। ତେବେ ଉକ୍ତ ମାମଲାରେ କ୍ଲିନ୍‌ଚିଟ୍‌କୁ ନେଇ ଏବେ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଖେମ୍‌କା ଟୁଇଟ କରି ଦର୍ଶାଇଛନ୍ତି ଯେ, ଦୁର୍ନୀତି ଅଭିଯୋଗ କ’ଣ କେବଳ ରାଜନୈତିକ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ । ନୈତିକତା ଦୃଷ୍ଟିରୁ ଜଣେ ସଚ୍ଚୋଟ ଅଧିକାରୀ ଭାବେ ଖେମ୍‌କାଙ୍କ ଖ୍ୟାତି ରହିଛି। ହେଲେ ଏହା ନିଶ୍ଚିତ ଯେ, ତାଙ୍କ ସ୍ବଚ୍ଛ ଭାବମୂର୍ତ୍ତିର ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିଛି। ତାଙ୍କ କ୍ୟାରିୟର ମଧ୍ୟରେ ଭୁଲ୍‌ ବାଟରେ ହରିୟାଣାକୁ ଶାସନ କରିଥିବା ପ୍ରତ୍ୟେକ ସରକାରଙ୍କୁ ସେ ହରଡ଼ଘଣାରେ ପକାଇବାରେ ସକ୍ଷମ ହୋଇଛନ୍ତି। ଖେମ୍‌କା ତାଙ୍କ ୩୦ ବର୍ଷ କ୍ୟାରିୟର ମଧ୍ୟରେ କେବଳ ରାଜ୍ୟରେ ନୁହେଁ, ସମ୍ଭବତଃ ସାରା ଦେଶରେ ସବୁଠୁ ଅଧିକ ଥର ବଦଳି ହୋଇଛନ୍ତି। ସେ ଏବେ ୫୬ ତମ ବଦଳିରେ ରାଜ୍ୟ ଅଭିଲେଖାଗାର ବିଭାଗର ଅତିରିକ୍ତ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି। ତେବେ ତାଙ୍କୁ ଯେ ସେଠାରୁ ପୁଣି ବଦଳି କରା ନ ଯିବ ତାହା କେହି କହିପାରିବେ ନାହିଁ। ତେବେ ସ୍ବଚ୍ଛ ପ୍ରଶାସନ ପାଇଁ ସେ ଜାରି ରଖିଥିବା ସଂଘର୍ଷ ପ୍ରତି ଏବକାର ଝଟ୍‌କା ହିଁ ତାଙ୍କ ନୈରାଶ୍ୟ ଓ ଦୁଃଖର କାରଣ ହୋଇଛି।

ନୂଆ ଇନିଂସ୍‌

ପ୍ରଶାସନରେ ମୁଖ୍ୟ ପଦବୀଗୁଡ଼ିକରେ ଅବସରପ୍ରାପ୍ତ ବାବୁମାନଙ୍କୁ ପୁନଃ ନିଯୁକ୍ତି ଦେବାର ଧାରା ଜାରି ରଖିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରର ଏଭଳି ପଦାଙ୍କ ଅନୁସରଣ କରିବା ମଧ୍ୟ ରାଜ୍ୟ ସରକାରଗୁଡ଼ିକ ପାଇଁ ଏକ ଟ୍ରେଣ୍ଡ ହୋଇଗଲାଣି। ପୁନଃ ନିଯୁକ୍ତି ବା ନୂଆ ଇନିଂସ୍‌ ପାଉଥିବା ଅଧିକାରୀମାନଙ୍କୁ ବହୁସମୟରେ କ୍ଷମତାସୀନ ସରକାରଙ୍କ ପ୍ରିୟ ଭାବେ ଚୟନ କରାଯାଏ। ଶାସନରେ ଲଗାତର ରହିବା ଏବଂ ପ୍ରଶାସନିକ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ରଖିବାର ଉଦ୍ଦେଶ୍ୟକୁ ଏଭଳି ନିଯୁକ୍ତି ସ୍ପଷ୍ଟ କରେ। କେବଳ ଏତିକି ନୁହେଁ,ଏହା ମଧ୍ୟ ରାଜନୈତିକ ସ୍ବାର୍ଥକୁ ଆଗକୁ ବଢ଼ାଉଛି। ନିକଟରେ ଛତିଶଗଡ଼ ସରକାର ୧୯୮୬ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଡି.ଏମ୍‌.ଅଓ୍ବସ୍ତିଙ୍କୁ ରାୟପୁର ପୋଲିସ ମୁଖ୍ୟାଳୟରେ ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ନେଇ ରାଜ୍ୟର ବାବୁ ଓ ରାଜନୈତିକ ପରିସରରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଅଓ୍ବସ୍ତିଙ୍କୁ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇକୋନୋମିକ ଅଫେନ୍ସ ଓ୍ବିଙ୍ଗ( ଇଓଡବ୍ଲ୍ୟୁ) ଏବଂ ଆଣ୍ଟି କରପ୍‌ଶନ ବ୍ୟୁରୋ(ଏସିବି)ର ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଅଓ୍ବସ୍ତି ଅବସର ନେଇଥିଲେ ବି ତାଙ୍କୁ ତୁରନ୍ତ ଓଏସ୍‌ଡି ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା, ଯାହା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କ ସରକାରରେ ତାଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରେ। ସେ ସବୁବେଳେ ବଘେଲାଙ୍କର ଅତି ପ୍ରିୟ ଅଧିକାରୀ ଥିଲେ ବୋଲି କାହାକୁ ଅଛପା ନାହିଁ। ତେବେ ଏହି ନିଯୁକ୍ତିକୁ ବଘେଲାଙ୍କ ପ୍ରଶାସନରେ ଅଓ୍ବସ୍ତିଙ୍କ ବିଶେଷଜ୍ଞାନ ଓ ଅଭିଜ୍ଞତାରୁ ଲାଭ ଉଠାଇବାର ଏକ ପ୍ରଚେଷ୍ଟା ଭାବେ ଦେଖାଯାଉଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?