Posted inଖେଳ

ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍‌ ଅଶ୍ୱିନ୍‌: ଦେଶରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୧୧।୧:କେନ୍ଦ୍ର ସରକାର ହିନ୍ଦୀ ଭାଷାର ପ୍ରସାର ଉପରେ ଜୋର୍‌ ଦେଉଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାର ଦୃଢ଼ ବିରୋଧ କରିଆସୁଛନ୍ତି। ଶେଷରେ କ୍ରିକେଟର ରବିଚନ୍ଦ୍ରନ୍‌ ଅଶ୍ୱିନ ମଧ୍ୟ ହିନ୍ଦୀ ବିରୋଧୀ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ ବୋଲି ଅଶ୍ୱିନୀ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାମିଲନାଡୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସ୍ନାତକ ଉତ୍ସବରେ ଯୋଗଦେଇ କ୍ରିକେଟର କହିଥିଲେ, ହିନ୍ଦୀ ଆମ ରାଷ୍ଟ୍ରଭାଷା ନୁହେଁ, ଏକ ସରକାରୀ ଭାଷା। ତାଙ୍କର ଏହି ମନ୍ତବ୍ୟ ବିତର୍କ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ତାମିଲନାଡୁ ଭାଜପା ସଭାପତି କେ.ଆନ୍ନାମଲାଇ କ୍ରିକେଟର ଅଶ୍ୱିନଙ୍କ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇ ସମର୍ଥନ ଜଣାଇଛନ୍ତି।
ତାମିଲନାଡୁରେ ହିନ୍ଦୀକୁ ତୀବ୍ର ବିରୋଧ କରାଯାଇଥାଏ। ଉତ୍ସବରେ ଯୋଗଦେଇଥିବା ଛାତ୍ରୀଛାତ୍ର ଇଂଲିଶ କିମ୍ବା ତାମିଲରେ ପ୍ରଶ୍ନ କରିବାକୁ ପସନ୍ଦ କରନ୍ତି ନା ହିନ୍ଦୀରେ ପଚାରିବାକୁ ଚାହିଁବେ ବୋଲି ଅଶ୍ୱିନୀ ଜାଣିବାକୁ ଚାହିଁଥିଲେ। ଅଧିକାଂଶ ଇଂଲିଶ ଏବଂ ତାମିଲରେ କହିବାକୁ ଚାହାନ୍ତି ବୋଲି ଉଚ୍ଚ ସ୍ବରରେ କହିଥିଲେ। ତେବେ ହିନ୍ଦୀରେ କେହି ପ୍ରଶ୍ନ କରିବାକୁ ଚାହାନ୍ତି କି ପଚରାଯିବାରୁ ହଠାତ୍‌ ସମସ୍ତେ ନୀରବ ହୋଇଯାଇଥିଲେ। ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ, ବରଂ ଏହାକୁ ଏକ ସରକାରୀ ଭାଷା କୁହାଯିବା ଆବଶ୍ୟକ ବୋଲି ଅଶ୍ୱିନୀ ତାମିଲରେ କହିଥିଲେ। ତାମିଲନାଡୁର ଶାସକ ଡିଏମ୍‌କେ ସମେତ ବିରୋଧୀ ଦଳଗୁଡ଼ିକ ଅନେକ ସମୟରେ ହିନ୍ଦୀକୁ ବିରୋଧ କରି ମନ୍ତବ୍ୟ ଦେଇଆସିଛନ୍ତି। ଅଣହିନ୍ଦୀଭାଷୀ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଲଦିଦେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri