ଆର୍‌ବିଆଇ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ;ଏମ୍‌ପିସିର ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ସରକାରଙ୍କ ଅଣଦେଖା

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତିକୁ ଚାଲିଯାଇଛି। ମଙ୍ଗଳବାରଠାରୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଅନୁଷ୍ଠିତ ହେବାର ଥିଲା। ସୁଧହାର ବା ରେପୋ ନେଇ ନିଷ୍ପତ୍ତି ଗ୍ରହଣ କରୁଥିବା ଏହି କମିଟି ବୈଠକ କିନ୍ତୁ ଚଳିତ ଥର ଧାର୍ଯ୍ୟ ସମୟରେ ହୋଇ ପାରିଲା ନାହିଁ। କମିଟିରେ ଯଥେଷ୍ଟ ସଦସ୍ୟ ନ ଥିବା ଯୋଗୁ ଏହାକୁ ଆୟୋଜନ କରାଇବାକୁ ରିଜର୍ଭ ବ୍ୟାଙ୍କ ସକ୍ଷମ ହୋଇନାହିଁ। ବର୍ତ୍ତମାନ ଅକଳରେ ଥିବା ଅର୍ଥ ବ୍ୟବସ୍ଥା ଲାଗି ଏହି କମିଟି ବୈଠକ ଅନେକ ଗୁରୁତ୍ୱପୂର୍ଣ୍ଣ। ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଉପରେ ବଜାରର ନଜର ରହିଥାଏ। ହେଲେ ସରକାର ଏ ନେଇ କୌଣସି ପୂର୍ବ ସୂଚନା ବିନା ହଠାତ୍‌ ବୈଠକକୁ ସ୍ଥଗିତ କରି ଦେଇଛନ୍ତି। ଫଳରେ ଚଳିତ ସପ୍ତାହରେ ଅର୍ଥ ବ୍ୟବସ୍ଥା ଲାଗି ସରକାର ଆହୁରି ଅନିଶ୍ଚିତତାକୁ ଡାକି ଆଣିଥିବା ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ମୁଦ୍ରାନୀତି ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ଏମ୍‌ପିସି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସରକାରଙ୍କୁ ଅଛପା ନାହିଁ। ହେଲେ ଏକାଥରକେ ଏତେ ସଦସ୍ୟ ବୈଠକରେ ନ ରହିବା ଆର୍‌ବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ଏହି କମିଟି ଗୁରୁତ୍ୱପୂର୍ଣ୍ଣ ତେବେ କମିଟିର ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ଆଗରୁ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଥିଲା। ମାତ୍ର ଅର୍ଥ ବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ସରକାର କିଭଳି ଦେଶର କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି ସଂକ୍ରାନ୍ତ କାର୍ଯ୍ୟରେ ବାଧା ଉପୁଜାଇଲେ ବୋଲି ଅନେକେ ପ୍ରଶ୍ନ କରିଛନ୍ତି। କେଉଁ କାରଣ ଲାଗି ବୈଠକ ହୋଇପାରିଲା ନାହିଁ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ପୂର୍ବରୁ କିଛି ସ୍ପଷ୍ଟ କରିନାହିଁ। ଅପରପକ୍ଷରେ ପୁଣି ଥରେ କେବେ ବୈଠକ ହେବ ସେ ନେଇ ନୂଆ ତାରିଖ ଘୋଷଣା ହୋଇନାହିଁ। ୬ ସଦସ୍ୟ ବିଶିଷ୍ଟ ଏମ୍‌ପିସି କମିଟିରେ ୩ ସଦସ୍ୟଙ୍କ କାର୍ଯ୍ୟକାଳ ଗତ ମାସରେ ଶେଷ ହୋଇଛି। ଅର୍ଥ ବ୍ୟବସ୍ଥାର ଏଭଳି ଜଟିଳ ସ୍ଥିତିରେ ସରକାର କାହିଁକି କିଛି ପଦକ୍ଷେପ ନେଲେ ନାହିଁ ସେ ନେଇ ଅନେକ ପ୍ରଶ୍ନ ଏବେ ବିଶେଷଜ୍ଞ ଉଠାଇଛନ୍ତି।
ଅନ୍ତତଃ ପକ୍ଷେ ୪ ସଦସ୍ୟ ଏମ୍‌ପିସି କମିିଟିରେ ନ ହେଲେ ବୈଠକ କରାଯାଇ ପାରିବ ନାହିଁ। ହେଲେ ଏଭଳି ଜରୁରୀ ନିଯୁକ୍ତିକୁ ସରକାର ଅଣଦେଖା କରିଥିବାରୁ ବିତ୍ତ ବଜାରରେ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ସବୁ ଭାରକୁ ଏକାକୀ ଉଠାଇଥିବା ପ୍ରତୀୟମାନ ହୁଏ। କାରଣ ସରକାର ବିତ୍ତୀୟ ଦୃଷ୍ଟିକୋଣରୁ ବେଶି କିଛି ପଦକ୍ଷେପ ନେଇନାହାନ୍ତି। ରିଜର୍ଭ ବ୍ୟାଙ୍କ ଉପରେ ସବୁ କିଛି ଲଦି ଦିଆଗଲା ଭଳି ସ୍ଥିତି ଉପୁଜିଛି। ଏହି ପରିପ୍ରେକ୍ଷୀରେ ଆଇସିଆଇସିଆଇ ସିକ୍ୟୁରିଟିଜର ମୁଖ୍ୟ ଅର୍ଥନୀତିଜ୍ଞ ଏ. ପ୍ରସନ୍ନା କହିଛନ୍ତି, ୩ ମାସ ସମୟ ଥିଲେ ମଧ୍ୟ କମିଟି ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ସରକାର ସକ୍ଷମ ହେଲେ ନାହିଁ। ଅର୍ଥ ବ୍ୟବସ୍ଥା ଲାଗି ମୁଦ୍ରାନୀତି କମିଟିର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ଏଭଳି ଅନିଶ୍ଚିତତା ପରିସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ କିଭଳି ଆଶ୍ୱସ୍ତି ମିଳିବ ତାହା ଚିନ୍ତାର ବିଷୟ। ଏକ ଇଂରାଜୀ ନ୍ୟୁଜ ଓ୍ବେବ୍‌ସାଇଟ୍‌ ରିପୋର୍ଟ ମୁତାବକ, ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ମାତ୍ର ଆଉ କିଛି କାର୍ଯ୍ୟ ବାକି ରହିବାରୁ ସରକାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିପାରିନାହାନ୍ତି। ଏମ୍‌ପିସି ବୈଠକ ଗୋଟିଏ ସପ୍ତାହ ମଧ୍ୟରେ ସମ୍ପନ୍ନ ହେବ ବୋଲି ଜଣେ ବରିଷ୍ଟ ସରକାରୀ ଅଧିକାରୀ କହିଛନ୍ତି।
ଚଳିତ ସପ୍ତାହ ଗୁରୁବାର ରିଜର୍ଭ ବ୍ୟାଙ୍କ ରେପୋ ସମ୍ପର୍କରେ ଘୋଷଣା କରିଥାନ୍ତା। ଚଳିତ ଥର ସୁଧହାର ଅପରିବର୍ତ୍ତିତ ରହିବ ବୋଲି ଅର୍ଥନିତୀଜ୍ଞମାନେ ଆକଳନ କରିଥିଲେ। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ୧୧୫ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିଛି। ସେହିଭଳି ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ଉନ୍ନତ ପଦକ୍ଷେପ ମାନ ମଧ୍ୟ ନେଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଅର୍ଥ ବ୍ୟବସ୍ଥା -୨୩.୯% ଖସିଛି। ଚଳିତ ଆର୍ଥତ୍କ ବର୍ଷ ସାରା ଜିଡିପି ପ୍ରାୟ ୧୪.୮% ଖସିଯିବ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ ଆକଳନ କରାଯାଇଛି। ସରକାର ଖର୍ଚ୍ଚ ପାଇଁ ଅଧିକ ଋଣ କରୁଥିବାରୁ ଏହା ଚଳିତ ବର୍ଷ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ୧୨ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଏମ୍‌ପିସିର କାର୍ଯ୍ୟକୁ ମହାମାରୀ ସମୟରେ ସୁରୁଖୁରୁରେ ଚଳାଇବା ଲାଗି ସରକାରଙ୍କୁ ଚିଠି ଲେଖିଥିଲା। କମିଟିର ବହିଃ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଚେତନ ଘାଟେ, ରବୀନ୍ଦ୍ର ଢୋଲାକିଆ ଏବଂ ପମି ଦୁଆଙ୍କ କାର୍ଯ୍ୟ ଅବଧିକୁ ଆଉ କିଛିଦିନ ଲାଗି ଜାରି ରଖିବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଥିଲା। ମହାମାରୀ ସ୍ଥିତିରେ ନୂଆ କମିଟି ଗଠନ ପରିବର୍ତ୍ତେ କାମକୁ ଚଳାଇ ରଖିବା ଲାଗି ଏଭଳି ପରାମର୍ଶ ଦିଆଯାଇଥିଲା ହେଲେ ସରକାର ହୁଏତ ଏହାକୁ ଟାଳି ଦେଇଛନ୍ତି। ଫଳରେ ଏଭଳି ସ୍ଥିତି ଉପୁଜିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି ଏହା କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ କୋଝିକୋଡ୍‌)ର ଇକୋନୋମିକ୍ସ ପ୍ରଫେସର ରୁଦ୍ର ସେନ୍‌ ଶର୍ମା କହିଛନ୍ତି, ଏହି ଘଟଣାର ଗମ୍ଭୀରତାକୁ ସରକାର ବୁଝିବେ ବୋଲି ଆଶା ରହିଛି। ନିଷ୍ପତ୍ତି ଗ୍ରହଣ ଦିଗରେ ରିଜର୍ଭ ବ୍ୟାଙ୍କର ରହିଥିବା ବିଶ୍ୱସନୀୟତା ଏହା ସହ ଜଡିତ ଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସରକାର କିଭଳି ଏଭଳି ପ୍ରସଙ୍ଗକୁ ଠିକ୍‌ ଭାବେ ସମ୍ଭାଳିବାକୁ ସକ୍ଷମ ହେଲେ ନାହିଁ ବୋଲି ଶର୍ମା ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri