ଟିକାର ଭିନ୍ନଭିନ୍ନ ଦାମ ନେଇ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ୍‌ …

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାର ଭିନ୍ନଭିନ୍ନ ଦାମ୍‌ ନେଇ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ୍‌ ମଧ୍ୟ ଲୋଡ଼ିଛନ୍ତି। ଶୁଣାଣି ସମୟରେ ବିଚାପତି ଏସ୍‌.ଆର୍‌. ଭଟ୍ଟ କହିଛନ୍ତି ଯେ, ସେନା, ରେଲଓ୍ବେର ଡାକ୍ତର କେନ୍ଦ୍ର ସରକାରଙ୍କ ଅଧିନ। ଦେଶରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ଜରୁରୀକାଳୀନ ପରିସ୍ଥିତି ସହିତ ସମାନ। ଏଭଳି ସମୟରେ ସେନା, ରେଲଓ୍ବେର ଡାକ୍ତରଙ୍କୁ କ୍ୱାରାଣ୍ଟାଇନ୍‌, ଟିକାକରଣ ଏବଂ ଅନ୍ୟ ହସ୍ପିଟାଲ ସହାୟତା କାର୍ଯ୍ୟରେ ନିୟୋଜିତ କରାଯିବା ଆବଶ୍ୟକ। କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନାର ଦ୍ୱିତୀୟ ଲହର ଏଭଳି ହେବ ବୋଲି କହାକୁ ଜଣା ନ ଥିଲା। ତେବେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଲଢ଼େଇ ଜାରି ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ଏଭଳି ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଜି ୨୪୨୩ ପଜିଟିଭ୍‌ ଚିହ୍ନଟ, ପୁଣି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୨୪୨୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଥିବା ରାଜ୍ୟ...

ଅକ୍ସିଜେନ ନ ଥିବା ହସ୍ପିଟାଲର ତାଲିକା ପ୍ରକାଶ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ୨୨।୪: ଦିଲ୍ଲୀରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀର ୬ଟି ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଷ୍ଟକ ନ ଥିବା ଦିଲ୍ଲୀ ସରକାରଙ୍କ...

ପେହଲୁ ଖାନ୍‌ ହତ୍ୟା ମାମଲା: ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ଗେହଲଟ

ଜୟପୁର,୧୭ା୮: ବହୁଚର୍ଚ୍ଚିତ ପେହଲୁ ଖାନ୍‌ ଭିଡ଼ହିଂସା ମାମଲାରେ ତଳକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା...

ଚାଇନିଜ୍‌ ମାଞ୍ଜା ପକ୍ଷୀଙ୍କ ସ୍ବାଧୀନତାରେ ସାଜିଛି ବାଧକ, ୧୫ ଦିନରେ ୨୭୭ ଉଦ୍ଧାର, ୪୦୦ରୁ ଅଧିକଙ୍କର କଟିଛି ଡେଣା-ବେକ-ଗୋଡ଼…

ନୂଆଦିଲ୍ଲୀ, ୧୮।୮ : ଦେଶର ରାଜଧାନୀରେ ଚାଇନାର ମାଞ୍ଜ କେବଳ ମଣିଷଙ୍କୁ ନୁହେଁ, ବିଦେଶରୁ ଆସୁଥିବା ପକ୍ଷୀମାନଙ୍କର ମୃତ୍ୟୁର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀରେ...

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପୁଣି ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ମେ’ ୨୮ରେ ଦେଶର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା...

ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ କଲେ ଏମିତି କାମ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଜଣେ ଶିଳ୍ପପତି ନୂଆ ଘରେ ପ୍ରବେଶ କରିବା ସମୟରେ ଦିବଂଗତ ସ୍ତ୍ରୀଙ୍କ ଅଭାବ ପୂରଣ ପାଇଁ ଏକ ନୂଆ ପନ୍ଥା ଆପଣାଇଥିଲେ। ଶିଳ୍ପପତି...

ଝିଅ ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଅଟକିଲା ବାହାଘର; କାରଣ ଜାଣିଲେ…

ଲକ୍ଷ୍ନୌ,୨୯।୪: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କାର୍ଡ ବି ବଣ୍ଟା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦିଆସରିଥିଲା। ଏପରିକି ବନ୍ଧୁବାନ୍ଧବ ବିବାହ ଉତ୍ସବରେ ଯୋଗ ଦେବେ...

କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି: ନଡ୍ଡା

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଲାଗି ରହିଛି ।...

Advertisement
Archives

Model This Week