ଦେଶୀ ବନ୍ଧୁକ କାରଖାନା ଚଢ଼ାଉର ସ୍ବଚ୍ଛତାକୁ ନେଇ ପ୍ରଶ୍ନ

ନୟାଗଡ଼ ଅଫିସ,୧୬।୩:ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଥାନା ପୋଲିସ ନୟାଗଡ଼ ଜିଲା ଓଡ଼ଗଁା ଥାନା ବାହାଡାଝୋଲା ଫାଣ୍ଡି ଡିମିରିପଲ୍ଲୀ ଆଦିବାସୀ ସାହି ଉପରେ ଚଢ଼ାଉ କର ଦେଶୀ ବନ୍ଧୁକ କାରଖାନା ଠାବ କରିବା ଘଟଣା ନୂଆ ମୋଡ ନେଇଛି । ଚଢ଼ାଉ ପୂର୍ବ ଓ ଚଢ଼ାଉ ପରେ ଓଡ଼ଗଁା ଥାନା ପୋଲିସକୁ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଅବଗତ କରିନି । ପୁଣି ଅଭିଯୁକ୍ତଙ୍କଠାରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନେଇଥିଲେ ମଧ୍ୟ ସେନେଇ ଗଣମାଧ୍ୟମକୁ ସେ ସମ୍ପର୍କରେ ସୂଚନା ଦେଇନି । ଜଣେ କାଠ କାରିଗରକୁ ଦେଶୀ ବନ୍ଧୁକ କାରିଗର ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅଭିଯୋଗ ଉଠିଛି। ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ାଉକୁ ଅନୁଧ୍ୟାନ କଲେ ଜଗନ୍ନାଥପ୍ରସାଦ ଥାନା ପୋଲିସର କାର୍ଯ୍ୟ ସନ୍ଦେହଘେରକୁ ଆସିଛି।
ଜଗନ୍ନାଥପ୍ରସାଦ ଥାନା ପୋଲିସର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୨୬ ତାରିଖ ରାତିରେ ପାଟ୍ରୋଲିଂ ବେଳେ ଖଇରପଟି ଗଁାରେ ସୁଶାନ୍ତ ନାୟକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରାଯାଇଥିଲା। ସୁଶାନ୍ତଙ୍କଠାରୁ ହାତହତିଆର ଓ ବନ୍ଧୁକ ଜବତ ହୋଇଥିଲା। ପଚରାଉଚୁରା ପରେ ବନ୍ଧୁକଟି ଓଡ଼ଗଁା ଥାନା ବାହାଡାଝୋଲା ଫାଣ୍ଡି ଡିମିରିପଲ୍ଲୀର ମୋହନ ମଳିକଙ୍କଠାରୁ କିଣିଥିବା ସୁଶାନ୍ତ କହିଥିଲେ । ସୁଶାନ୍ତଙ୍କ ସୂଚନାକୁ ଆଧାର କରି ଜଗନ୍ନାଥପ୍ରସାଦ ଥାନା ପୋଲିସ ଗତ ୧୨ ତାରିଖ ରାତିରେ ଡିମିରିପଲ୍ଲିରେ ଚଢ଼ାଉ କରି ଦେଶୀ ବନ୍ଧୁକ କାରଖାନା ଠାବ କରିଥିଲା । ଏପରିକି ୩ଟି ବନ୍ଧୁକ ଜବତ କରି ମୋହନ ମଳିକଙ୍କୁ ଗିରଫ କରିଥିଲା । ଅନ୍ୟପକ୍ଷେ ବାପ ପୁଅ ବନ୍ଧୁକ ତିଆରି କରୁଥିବା କହୁଥିବାବେଳେ କେବଳ ବାପାଙ୍କ ନଁାରେ ୧୨୬/୨୩ରେ ମାମଲା ରୁଜୁ କରିଥିଲା । ଡିମରିପଲ୍ଲୀରେ ୩୦ ବର୍ଷ ହେଲା ବନ୍ଧୁକ ନିର୍ମାଣ ହେଉଥିଲା । ବନ୍ଧୁକ ନୟାଗଡ, ଦଶପଲ୍ଲା, ଗଞ୍ଜାମ, କନ୍ଧମାଳକୁ ଚାଲାଣ ହେଉଥିଲା ବୋଲି କହିଥିଲା । ସେହିପରି ଅଭିଯୁକ୍ତ ମୋହନ ମଳିକଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ୧୨ ତାରିଖ ରାତିରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅତର୍କିିତ ଚଢ଼ାଉ କରିଥିଲେ। ୧୧ ଜଣ ପୋଲିସ ଘରେ ପଶି ତନଖି କରି ଧମକଚମକ ଦେବା ସହ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଘରୁ କେବଳ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ତାର କାଗଜପତ୍ର ନେଇଥିଲେ।
ପଚରାଉଚୁରା ପାଇଁ ଥାନାକୁ ନିଆଯାଉଥିବା କହି ବନ୍ଧୁକ ନିର୍ମାଣ କରିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି କହି କାନ୍ଦି ପକାଇଥିଲେ। ଅନ୍ୟପକ୍ଷେ ମୋହନଙ୍କ ପରିବାର ଲୋକେ କାଠ କାମ କରି ପେଟ ପୋଷୁଥିଲେ ବୋଲି କହିଛନ୍ତି।
ଅଭିଯୁକ୍ତ ପରିବାର ଓ ଜଗନ୍ନାଥପ୍ରସାଦ ଥାନା ପୋଲିସର ସୂଚନାକୁ ଅନୁଧ୍ୟାନ କଲେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
କେଉଁଠି ନଁା କେଉଁଠି ତଦନ୍ତରେ କେଁ ରଖାଯାଇ ତଦନ୍ତକୁ ଜାଣିଶୁଣି ବାଟବଣା କରାଯାଉଛି ବୋଲି ଅଭିଯୋଗ ଉଠିଛି । ବାପ ପୁଅ ବନ୍ଧୁକ ତିଆରି କରୁଥିବାବେଳେ ମକଦ୍ଦମାରୁ ପୁଅକୁ କାହିଁକି ବାଦ୍‌ ଦିଆଗଲା।
ପୁଅ କାହିଁକି ତଦନ୍ତ ପରିସର ଭୁକ୍ତ ହେବନି। ଘଟଣା ସମ୍ପର୍କରେ ଓଡ଼ଗଁା ଥାନା ପୋଲିସ ଜାଣିଥିଲେ ପୁଅ ମଧ୍ୟ ଗିରଫ ହୋଇଥାନ୍ତା ।
ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ଯଦି ଓଡ଼ଗଁା ଥାନା ପୋଲିସର କାର୍ଯ୍ୟକଳାପ ଉପରେ ଜଗନ୍ନାଥପ୍ରସାଦ ପୋଲିସର ସନ୍ଦେହ ହେଲା ଗିରଫ ପରେ ନିଜ ଥାନାକୁ ଯାଇ ଘଟଣା ସମ୍ପର୍କରେ ଓଡ଼ଗଁା ଥାନା ପୋଲିସକୁ ଅବଗତ କରାଯାଇ ପାରିଥାନ୍ତା।
ଅଭିଯୁକ୍ତ ଗିରଫ ହେବାର ୪ଦିନ ବିତି ଯିବାକୁ ବସିଥିବାବେଳେ ଓଡ଼ଗଁା ପୋଲିସକୁ ଏଯାବତ ଜଗନ୍ନାଥପ୍ରସାଦ ଥାନା ପୋଲିସ ସୂଚନା ନଦେବା ସ୍ବଚ୍ଛତା ଉପରେ ଦାଗ ଲଗାଇଛି । ଦେଶୀ ବନ୍ଧୁକ କାରଖାନା ଠାବ ଓ ଅଭିଯୁକ୍ତ ଗିରଫ ଘଟଣାର କେତେ ସତ୍ୟାସତ୍ୟ ରହିଛି ଘଟଣାର ପୁଙ୍ଖାପୁଙ୍ଖ ତଦନ୍ତ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି । ଏନେଇ ଓଡ଼ଗଁା ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ପଚାରିବାରୁ କହିଥିଲେ ବାହାଡାଝୋଲା ଫାଣ୍ଡିର ଡିମିରିପଲ୍ଲୀ ଗଁାରେ ଦେଶୀ ବନ୍ଧୁକ କାରଖାନା ଠାବ ଓ ଜଣେ ଗିରଫ ସମ୍ପର୍କରେ ଆମକୁ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅବଗତ କରିନି । ଏନେଇ ଆମେ କେବଳ ଶୁଣିଛୁ । ଘଟଣାର ସତ୍ୟାସତ୍ୟ ଜାଣି ନାହୁଁ ।
ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କୁ ପଚାରିବାରୁ କହିଥିଲେ ଚଢ଼ାଉ ପରେ ଅଥବା ପୂର୍ବରୁ ସୂଚନା ଦେବାର ଆବଶ୍ୟକତାା ଥିଲା। ତେବେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଆମକୁ ଏନେଇ ଅବଗତ କରାଇନି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri