ଯୁବତୀଯୁବକଙ୍କୁ ୧୦ ବର୍ଷ ଗାଁ ମନା

କାଳିଆପାଣି,୧୬ା୩(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଗଁାରେ ପ୍ରେମ ବିବାହକୁ ନେଇ କଙ୍ଗାରୁକୋର୍ଟ ହୋଇଛି। କୋର୍ଟ ନିଷ୍ପତ୍ତି ଅନୁସାରେ ପ୍ରେମ ବିବାହ କରିଥିବା ଯୁବତୀଯୁବକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଗଁାରେ ପଶିବାକୁ ମନା କରାଯାଇଛି। ଏଥିସହିତ ତାଙ୍କୁ ସହଯୋଗ କରିଥିବା ଜଣେ ଯୁବକଙ୍କୁ ୧୦ ହଜାର ଟଙ୍କା ଜରିମନା ଦେବାକୁ ଆଦେଶ ହୋଇଛି। ଏହା ମଧ୍ୟରେ ନବଦମ୍ପତି ଗଁାକୁ ଆସିଥିଲେ ମଧ୍ୟ ସେମାନଙ୍କୁ ରହିବାକୁ ସୁଯୋଗ ଦିଆଯାଇନାହିଁ। ଫଳରେ ସେମାନେ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ଯୁବତୀଯୁବକ ଗୋଟିଏ ଗଁାର ହୋଇଥିବାବେଳେ ଦୀର୍ଘଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିଲା। ତେବେ ଯୁବତୀଙ୍କ ବଡ଼ ଭଉଣୀ ବିବାହ ନ କରିବା ପର୍ଯ୍ୟନ୍ତ ଏମାନଙ୍କ ବିବାହ ସମ୍ଭବ ହୋଇ ନ ଥିଲା। ଏପରି କି ପୁଅ ଅନ୍ୟଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ବିବାହକୁ ବିରୋଧ କରୁଥିଲେ। ଏହାମଧ୍ୟରେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ନେଇ ଫେରାର ହେବାସହ କୋର୍ଟରେ ବିବାହ କରିଥିଲେ। ମାତ୍ର ସେମାନଙ୍କ ଫେରାର ଓ ବିବାହକୁ ନେଇ ଗ୍ରାମରେ ଯୁବତୀଙ୍କ ପରିବାର ପକ୍ଷରୁ କେତେଜଣ ମୁରବୀ ଶ୍ରେଣୀର ଲୋକଙ୍କ ମିଳିତ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଏହି ବେଆଇନ ନିଷ୍ପତ୍ତିକୁ ଗ୍ରାମର ଯୁବକମାନେ ବିରୋଧ କରିଛନ୍ତି। ଯୁବକ ଗଁା ନିକଟ ଏକ କମ୍ପାନୀରେ ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ଅଧିକ ଦିନ କାମରେ ଅନୁପସ୍ଥିତ ରହିଲେ ଚାକିରି ଚାଲିଯିବା ଭୟ ମଧ୍ୟ ରହିଛି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ ମିଶ୍ରଙ୍କୁ ପଚାରିବାରେ ତାଙ୍କ ନିକଟରେ ଏଭଳି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ-ତାମିଲନାଡୁ ବିଧାନସଭା ପାଇଁ ଭୋଟିଂ ଆରମ୍ଭ: ହେବ କଡ଼ା ଟକ୍କର

ନୂଆଦିଲ୍ଲୀ,୨୧।୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ ହୋଇଛି। ୧୬ ଜିଲାରେ ହେବାକୁ ଥିବା ଏହି ମତଦାନ…

ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେଲା ବରଗଡ଼ ଜିଲାର ଏହି ପର୍ଯ୍ୟଟନ କ୍ଷେତ୍ର

ବରଗଡ଼,୨୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ୨ ଶୈବପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଛନ୍ତି। ସେଗୁଡ଼ିକ ହେଲା, ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ…

ହାରିବା ବାଜି ଜିତିଲା ରାଜସ୍ଥାନ, ୪୦ ରନରେ ଲକ୍ଷ୍ନୌ ପରାସ୍ତ

ଲକ୍ଷ୍ନୌ,୨୨ା୪: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ବୋଲରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ରୟାଲ୍ସ ୪୦ ରନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଏହା…

ବ୍ରେକ୍‌ ଫେଲ୍‌ ସାଜିଲା କାଳ: ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇଗଲା ବୋଲେରୋ, ଜୀବନ୍ତ ଜଳିଗଲେ ୬ ଯାତ୍ରୀ, ମୃତ୍ୟୁର ଚିତ୍କାରରେ…

ମିର୍ଜାପୁର,୨୨।୪: ମିର୍ଜାପୁର-ରିୱା ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗାଡ଼ି ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଉଁଶ ବଣ, ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ…

ବନ୍ତ,୨୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମୁଖରେ ଥିବା ଏକ ବାଉଁଶ ବଣରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସ୍ଥାନୀୟ…

କଲ୍ୟାଣ ମଣ୍ଡପ ଏବେ ଅସ୍ଥାୟୀ ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଏନ୍‌ଏସି (NAC) କାର୍ଯ୍ୟାଳୟ ଏବେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। ପୁରୁଣା କାର୍ଯ୍ୟାଳୟ ଗୃହକୁ ଭାଙ୍ଗି…

ବୈତରଣୀରେ ବେଆଇନ ବାଲି ଉଠାଣ ଉପରେ ଲାଗିଲା ଲଗାମ, ଧାରା ୧୬୩ ଜାରି

ଭଦ୍ରକ, ୨୨।୪(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀରେ ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ଉଠାଣ ବଢ଼ି ଚାଲିଛି। ଏହି ଅବୈଧ ବାଲି…

ଅସହ୍ୟ ତାତି: ବରଗଡ଼ ଜିଲାରେ ଏହି ତାରିଖ ପର୍ଯ୍ୟନ୍ତ ବଢ଼ିଲା ସ୍କୁଲ, କଲେଜ ଛୁଟି

ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri