ଯୁବତୀଯୁବକଙ୍କୁ ୧୦ ବର୍ଷ ଗାଁ ମନା

କାଳିଆପାଣି,୧୬ା୩(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଗଁାରେ ପ୍ରେମ ବିବାହକୁ ନେଇ କଙ୍ଗାରୁକୋର୍ଟ ହୋଇଛି। କୋର୍ଟ ନିଷ୍ପତ୍ତି ଅନୁସାରେ ପ୍ରେମ ବିବାହ କରିଥିବା ଯୁବତୀଯୁବକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଗଁାରେ ପଶିବାକୁ ମନା କରାଯାଇଛି। ଏଥିସହିତ ତାଙ୍କୁ ସହଯୋଗ କରିଥିବା ଜଣେ ଯୁବକଙ୍କୁ ୧୦ ହଜାର ଟଙ୍କା ଜରିମନା ଦେବାକୁ ଆଦେଶ ହୋଇଛି। ଏହା ମଧ୍ୟରେ ନବଦମ୍ପତି ଗଁାକୁ ଆସିଥିଲେ ମଧ୍ୟ ସେମାନଙ୍କୁ ରହିବାକୁ ସୁଯୋଗ ଦିଆଯାଇନାହିଁ। ଫଳରେ ସେମାନେ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ଯୁବତୀଯୁବକ ଗୋଟିଏ ଗଁାର ହୋଇଥିବାବେଳେ ଦୀର୍ଘଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିଲା। ତେବେ ଯୁବତୀଙ୍କ ବଡ଼ ଭଉଣୀ ବିବାହ ନ କରିବା ପର୍ଯ୍ୟନ୍ତ ଏମାନଙ୍କ ବିବାହ ସମ୍ଭବ ହୋଇ ନ ଥିଲା। ଏପରି କି ପୁଅ ଅନ୍ୟଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ବିବାହକୁ ବିରୋଧ କରୁଥିଲେ। ଏହାମଧ୍ୟରେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ନେଇ ଫେରାର ହେବାସହ କୋର୍ଟରେ ବିବାହ କରିଥିଲେ। ମାତ୍ର ସେମାନଙ୍କ ଫେରାର ଓ ବିବାହକୁ ନେଇ ଗ୍ରାମରେ ଯୁବତୀଙ୍କ ପରିବାର ପକ୍ଷରୁ କେତେଜଣ ମୁରବୀ ଶ୍ରେଣୀର ଲୋକଙ୍କ ମିଳିତ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଏହି ବେଆଇନ ନିଷ୍ପତ୍ତିକୁ ଗ୍ରାମର ଯୁବକମାନେ ବିରୋଧ କରିଛନ୍ତି। ଯୁବକ ଗଁା ନିକଟ ଏକ କମ୍ପାନୀରେ ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ଅଧିକ ଦିନ କାମରେ ଅନୁପସ୍ଥିତ ରହିଲେ ଚାକିରି ଚାଲିଯିବା ଭୟ ମଧ୍ୟ ରହିଛି। ଏ ସମ୍ପର୍କରେ କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ ମିଶ୍ରଙ୍କୁ ପଚାରିବାରେ ତାଙ୍କ ନିକଟରେ ଏଭଳି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ମାଓବାଦୀ-ପୋଲିସ ଗୁଳି ବିନିମୟ: ମାଓନେତା କିଶୋର ମୃତ, ଜଣେ ଆହତ

ମାଲକାନଗିରି/ଚିତ୍ରକୋଣ୍ଡା,୨୬।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀବହୁଳ ଉପାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ...

ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍‌, ପରେ ବଦଳିଲା ସ୍ବର

ବ୍ରହ୍ମପୁର ଅଫିସ୍‌,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ...

ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ସମ୍ବଲପୁର,୧୦ା୧୦(ବ୍ୟୁରୋ)-ସମ୍ବଲପୁର ଟାଉନ ଥାନା ଅଧୀନ ହାଟପଡା କଲ୍ୟାଣ ମଣ୍ଡପ ନିକଟସ୍ଥ ଏକ ପାନ ଦୋକାନରେ ଶନିବାର ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ୪ ଜଣ...

ଯାଜପୁରରେ ଭାରତ ବନ୍ଦ ସଫଳ

ଯାଜପୁର ଅଫିସ, ୮।୧: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଆଦି ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାସନଗର...

ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ

ମୁନିଗୁଡ଼ା,୬ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଲାଗି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋମବାର ଏହା ୧୩ ଦିନରେ ପହଞ୍ଚିଛି। ବହୁ ଲୋକ ଏହାକୁ ସମ୍ପୂର୍ଣ୍ଣ...

ଧାନକିଣାକୁ ନେଇ ଉତ୍ତେଜନା

ଚମ୍ପୁଆ, ୨୯।୧ (ଡି.ଏନ.ଏ.) ଧାନକିଣାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଷୀ ଟୋକନ ପାଇ ନିର୍ଦ୍ଧାରିତ ଦିନରେ ଧାନ ବିକିବାକୁ ଆସୁଥିବା ବେଳେ ଟାର୍ଗେଟ...

ଆଉ ୧୦ ଲକ୍ଷ ଟଙ୍କା ଦେଲେ ଏମ୍‌ପି

ଢେଙ୍କାନାଳ ଅଫିସ, ୨୯। ୩: କରୋନା ମୁକାବିଲା ପାଇଁ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ନିଜର ଏମ୍‌ପି ଲାଡ୍‌ରୁ ୩୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

‘୨୦୨୩ ସୁଦ୍ଧା ପଦ୍ମପୁର ହେବ ଜିଲା’

ବରଗଡ଼ ଅଫିସ୍‌/ପାଇକମାଳ/ ଝାରବନ୍ଧ/ପଦ୍ମପୁର,୩ା୧୨: କଥା ନୁହେଁ, କାମରେ ବିଶ୍ୱାସ କରେ। ଆସନ୍ତା ୨୦୨୩ ସୁଦ୍ଧା ପଦ୍ମପୁର ଜିଲା ଗଠନ ହେବ। ନିର୍ବାଚନ ଆଚରଣ ସଂହିତା ଉଠିଲେ...

Advertisement
Archives

Model This Week