Posted inଜାତୀୟ

ସଚିବାଳୟରେ ସୁରକ୍ଷା ନେଇ ପ୍ରଶ୍ନ: ଉଦ୍ଧବଙ୍କ ଫାଇଲରେ ଅଦଳ ବଦଳ

ମୁମ୍ବାଇ, ୨୪।୧: ମହାରାଷ୍ଟ୍ର ସଚିବାଳୟର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦ୍ୱାରା ଦସ୍ତଖତ ହୋଇଥିବା କେତେକ ଫାଇଲ୍‌ରେ ନିଷ୍ପତ୍ତି ଅଦଳ ବଦଳ କରାଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ମରିନ୍‌ ଡ୍ରାଇଭ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ ପିଡବ୍ଲ୍ୟୁଡି ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟରଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ୍‌ ନିର୍ଦ୍ଦେଶ ଲାଗି ଏକ ଫାଇଲ୍‌ରେ ଦସ୍ତଖତ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ଯାଞ୍ଚ୍‌କୁ ବନ୍ଦ କରିବା ଲାଗି ଲାଲ୍‌ ରଙ୍ଗରେ ଲେଖାଯାଇଛି। ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଡିସିପି ଜୋନ୍‌-୧ ଶଶିକୁମାର ମିନା ସୂଚନା ଦେଇଛନ୍ତି। କାହିଁକି ଏବଂ କିଏ କେଉଁ ଉଦ୍ଦେଶ୍ୟ ରଖି ଏଭଳି କରିଛନ୍ତି ତାହାର ତଦନ୍ତ ଆରମ୍ଭ ହୋଇଛି। ସଚିବାଳୟର ସିସିଟିଭି କ୍ୟାମେରା ରେକର୍ଡିଂକୁ ଯାଞ୍ଚ୍‌ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଷାନ ସମ୍ମାନ ନିଧି ହେବ ୨ ଗୁଣା, ଚାଷୀଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର…

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଦିଲ୍ଲୀରୁ ଖୁସି ଖବର ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହା...

୩ ପ୍ରସଙ୍ଗ ବନାମ ୫ ରାଜ୍ୟ…

ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବାକୁ ଯାଉଛି। ଏସବୁ ରାଜ୍ୟରେ...

‘ଦେଶଦ୍ରୋହୀଙ୍କୁ ଗୁଳି କର’ ସ୍ଲୋଗାନ ଦେଇ ୩ ଭାଜପା କର୍ମକର୍ତ୍ତା ଗିରଫ

କୋଲକାତା,୨।୩: ପଶ୍ଚିମବଙ୍ଗ କୋଲକାତାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଆୟୋଜିତ ଏକ ରାଲିରେ ଯୋଗଦେଇଥିଲେ। ଏହି ଅବସରରେ ୩ ଭାଜପା...

ଜମ୍ମୁ-କଶ୍ମୀରରେ ୩ ଲଶ୍କର ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୯।୯: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷା ବଳଙ୍କ ସଫଳତା ମିଳିଛି। ଏଠାରେ ୩ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ରାଜୌରୀ ଜିଲାରୁ ଶନିବାର ଆତଙ୍କବାଦୀମାନଙ୍କୁ...

କାହିଁକି ହେଉନି ପେଗାସସ୍‌ ତଦନ୍ତ

ନୂଆଦିଲ୍ଲୀ,୨୮ା୭ :ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ନେତା, ଖବରଦାତା, ମାନବାଧିକାର କର୍ମୀ ଓ ବିଜ୍‌ନେସମ୍ୟାନଙ୍କ...

୩ ବର୍ଷରେ କରୋନା ନେଲାଣି ୬୦ ଲକ୍ଷ ଜୀବନ

ବ୍ୟାଙ୍କକ୍‌,୬।୩ କୋଭିଡ୍‌ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍‌ ମୃତ୍ୟୁସଂଖ୍ୟା...

କରୋନାକୁ ନେଇ ସନ୍ଧ୍ୟା ୬ଟାରେ ମୋଦିଙ୍କ ସ୍ୱତନ୍ତ୍ର ବୈଠକ ଯୋଗଦେବେ ନାହିଁ କଂଗ୍ରେସ, ଶିରୋମଣି ଅକାଳିଦଳ

ନୂଆଦିଲ୍ଲୀ,୨୦ ।୭: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ହେଲେ ଏଥିରେ ସାମିଲ ହେବାକୁ...

ଚାଇନା ବିରୋଧରେ ‘ଯେସାକୁ ତେସା’ ନୀତି ଆପଣାଇଲା ଭାରତ

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚାଇନା ନାଗରିକଙ୍କୁ...

Advertisement
Archives

Model This Week