Posted inଫୁରସତ

ସୋଫିଆଙ୍କ ସହ ରହିଛି ରାଣୀ ଲକ୍ଷ୍ମୀବାଈଙ୍କ ସଂଯୋଗ: ଆଶ୍ଚର୍ଯ୍ୟ କରିବ ସମ୍ପୂର୍ଣ୍ଣ ..

‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ । ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ସେ ଲଢ଼େଇ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ , ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢି ଆସିଛନ୍ତି । କର୍ଣ୍ଣଲଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ବାହାରିବା । ଏଥିରୁ ହିଁ ଜଣାପଡ଼େ ପିଢ଼ି ପରେ ପିଢ଼ି କର୍ଣ୍ଣଲ୍ ସୋଫିଆଙ୍କ ପରିବାର କେମିତି ଦେଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ।

ସୋଫିଆଙ୍କ ମା’ ଚାହୁଁଥି.ଲେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ ଏବଂ ମା’ଙ୍କ ଏହି ଇଚ୍ଛାକୁ ପୂରଣ କରିଥିଲେ ସୋଫିଆ । ତାଙ୍କ ପରିବାରର ଇତିହାସ ଭାରତୀୟ ସେନାର କାହାଣୀ ଭଳି । ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ । ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢ଼େଇରେ ସାମିଲ୍ ହୋଇଥିଲେ । ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ବର କାହାଣୀ ସବୁବେଳେ ଶୁଣାଉଥିଲେ,କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢ଼େଇ କରୁଥିଲେ ସବୁକିଛି ।

ଗୁଜରାଟର କର୍ଣ୍ଣେଲ ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ବିଜ୍ଞାନ ଅଧ୍ୟୟନ ଓ ସାମରିକ ବୈଷୟିକ ତାଲିମର ମିଶ୍ରଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। କର୍ଣ୍ଣେଲ ସୋଫିଆ  OTA (ଅଫିସର୍ସ ଟ୍ରେନିଂ ଏକାଡେମୀ)ରୁ ତାଲିମ ଗ୍ରହଣ କରିବା ପରେ ୧୯୯୯ ମସିହାରେ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇଥିଲେ। ପୂର୍ବରୁ, ସେ ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ସୋଫିଆ କୁରେଶୀ ୧୯୯୯ ମସିହାରେ ଭାରତୀୟ ସେନାରେ ତାଙ୍କର ସେବା ଆରମ୍ଭ କରିଥିଲେ। ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ତାଲିମ ଗ୍ରହଣ କରିଥିଲେ ଓ ସେହି ବର୍ଷ ଲେଫ୍ଟନାଣ୍ଟ ଭାବରେ କମିଶନ ପାଇଥିଲେ। କୁହାଯାଏ ଯେ ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ଥିଲେ, ଯାହା ତାଙ୍କୁ ଦେଶ ସେବା କରିବାକୁ ପ୍ରେରଣା ଦେଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri