ବାପା ଲଗାଇଥିବା ଲିଚୁ, ଆମ୍ବ ଏବେ…

ଖଜୁରିପଡ଼ା,୧୨ା୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଉଛି। ଲିଚୁ ଓ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି ବୋଲି କହିଛନ୍ତି ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଦଳ ପଡ଼ା ପଞ୍ଚାୟତର ଲମ୍ବା ବାଡ଼ି ଗ୍ରାମର ଲଲିନି କାନ୍ତ କହଁର। ବୟସ ୫୨ ବର୍ଷ।

ପରିବାର କହିଲେ ସ୍ତ୍ରୀ ଓ ଝିଅ ପୁଅ ୪ଜଣ ସଦଶ୍ୟ। ପୁଅ ଉଦିତ ନାରାୟଣ କହଁର ଏବେ ଗ୍ରାଜୁଏଶନ ପଢି ଭୁବନେଶ୍ୱରଠାରେ କମ୍ପ୍ୟୁଟର ପାଠପଡୁଛି। ଘରକୁ ଆସିଲେ ଚାଷ କାମରେ ସାହାଯ୍ୟ କରନ୍ତି। ଝିଅ ପଢ଼ା ସାରି ଏକ ସଂସ୍ଥାରେ ଚାକିରି କରୁଛନ୍ତି। ଘର କାମରୁ ସମୟ ମଳିଲେ ସ୍ତ୍ରୀ ଲଳିତା ଚାଷ କାମରେ ସାହାଯ୍ୟ କରନ୍ତି। ଲଳିନିକାନ୍ତଙ୍କ କହିବା ଅନୁଯାୟୀ ତାଙ୍କ ବାପା ଚକ୍ର ମଣି କହଁର ୨ ଏକର ଜମିରେ ଲିଚୁ ଏବଂ ଆମ୍ବ ଗଛ ଲଗାଇଥିଲେ। ସେହି ଗଛରୁ ଲିଚୁ ଏବଂ ଆମ୍ବ ସଂଗ୍ରହ କରି ଫୁଲବାଣୀ ବଜାରରେ ଲିଚୁ କିଲୋ ୨୦୦ ଟଙ୍କାରେ ଏବଂ ଆମ୍ବ ୫୦ରୁ ୧୦୦ ଟଙ୍କା ଭିତରେ ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି।

ଧାନ, ମାଣ୍ଡିଆ ସହିତ ପନିପରିବା ଚାଷ କରି ତାହା ମଧ୍ୟ ବଜାରରେ ନେଇ ବିକ୍ରି କରନ୍ତି। ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆଗ୍ରହ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେଣୁ ଆଜିର ଯୁବପିଢ଼ି ଚାଷ ପ୍ରତି ଆଗ୍ରହ କରି ଚାଷ କଲେ ଭଲ ରୋଜଗାର କରିପାରନ୍ତେ। ସେ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, କୂପଟିଏ ଯୋଗାଇ ଦେଲେ ଚାଷ କରିବା ସମୟରେ ପାଣି ସମସ୍ୟା ରହନ୍ତା ନାହିଁ। ତାଙ୍କ ବାଡ଼ି ବଗିଚାର ଲିଚୁ ମିଠା ଓ ସୁଆଦିଆ ଥିବାରୁ ଗ୍ରାହକଙ୍କ ଭିଡ ଲାଗିଥାଏ। ଲିଚୁ ଫଳ ତାଙ୍କୁ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ଦେଉଛି ଏବଂ ଭଲ ରୋଜଗାର ବି ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri