କ୍ୱାଣ୍ଟମ କମ୍ପ୍ୟୁଟର

ଡ.ନରେନ୍ଦ୍ର ସେଠୀ

 

ପାଷାଣ ଯୁଗରେ ମୁନିଆ ପଥରକୁ ବ୍ୟବହାର କରି ପେଟ ପୋଷୁଥିବା ମଣିଷ କେବେ ଭାବି ନ ଥିବ ଯେ ଦିନେ ସେ ଏତେ ବୁଦ୍ଧିମାନ ହୋଇ ସମଗ୍ର ବିଶ୍ୱ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବ। ବିଶ୍ୱର ସବୁ ବିଶାଳ, ଶକ୍ତିଶାଳୀ, ବିପଜ୍ଜନକ ଓ ଦୁର୍ଗମ ଜିନିଷ ଉପରେ ନିଜର ବିଜୟ କରିସାରି ମଣିଷ ଏବେ ଅଣୁ ପରମାଣୁ ଭଳି ଅଦୃଶ୍ୟ ଛୋଟ ଜିନିଷ ଭିତରେ ନିହିତ ବିଶାଳ ଶକ୍ତି ଓ ଦକ୍ଷତା ଉପରେ ନିୟନ୍ତ୍ରଣ କରିବାକୁ ଯାଉଛି। ଏପରି କି ବିଜ୍ଞାନ ବଳରେ ମଣିଷ ପରମାଣୁର ବିଖଣ୍ଡନରେ ନିର୍ଗତ ଅସୁମାରୀ ଶକ୍ତିକୁ ନିଜ ବ୍ୟବହାରରେ ଲଗେଇବାରେ ସକ୍ଷମ ହୋଇଛି। ସେହିପରି ପଦାର୍ଥ ବିଜ୍ଞାନର ଏକ ସଦ୍ୟତମ ଶାଖା ଭାବରେ କ୍ୱାଣ୍ଟମ ପ୍ରାଦ୍ୟୋଗିକ ସୂକ୍ଷ୍ମ ସ୍ତରରେ ଶକ୍ତି ଓ ପଦାର୍ଥର ବ୍ୟବହାରକୁ ଅଧ୍ୟୟନ କରେ, ଯେଉଁଠି ଗତାନୁଗତିକ ବିଜ୍ଞାନର ନିୟମ ନ ଥାଏ। ଏହି ତତ୍ତ୍ୱକୁ ଆଧାର କରି ଏବେ ବିଜ୍ଞାନ ଜଗତରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ସାଧାରଣତଃ କମ୍ପ୍ୟୁଟରଗୁଡ଼ିକ ଟ୍ରାଞ୍ଜିଷ୍ଟର ଚାଳିତ ହୋଇଥିବା ବେଳେ ଏହା ଏବେ କ୍ୱାଣ୍ଟମ କମ୍ପ୍ୟୁଟରରେ ବଦଳିଯିବ, ଯାହା ସୂକ୍ଷ୍ମ ସ୍ତରରେ ପରମାଣୁ ଚାଳିତ ହେବ। ଫଳରେ ସାଧାରଣ କମ୍ପ୍ୟୁଟରର ଥିବା ସ୍ମରଣ କ୍ଷମତା, ଯାହା ବିଟ ଉପରେ ଆଧାରିତ ଥିଲା ଓ ଏହା ବାଇନାରି ପଦ୍ଧତିରେ କାମ କରୁଥିଲା। ଅର୍ଥାତ୍‌ ଯଦି ଟ୍ରାଞ୍ଜିଷ୍ଟର ମଧ୍ୟରେ ସିଗ୍‌ନାଲ ଗଲା ତାହାହେଲେ ଏହାକୁ ୧ ଓ ସିଗ୍‌ନାଲ ନ ଗଲେ ତାକୁ ୦ ବିଟ ଭାବରେ ଇଙ୍ଗିତ କରି ଏହା କାର୍ଯ୍ୟ କରିଥାଏ। କିନ୍ତୁ କମ୍ପ୍ୟୁଟରକୁ ଆହୁରି କାର୍ଯ୍ୟକ୍ଷମ କରିବା ପାଇଁ ଏହି ଟ୍ରାଞ୍ଜିଷ୍ଟର ଭିତରେ ଅଧିକ ଡାଟା ରଖିବାକୁ ହେବ। ତେବେ କିଛି ବର୍ଷ ପର୍ଯ୍ୟନ୍ତ ଟ୍ରାଞ୍ଜିଷ୍ଟରଗୁଡିକ ମଧ୍ୟ ଆଧୁନିକ ହୋଇ ସାତ ନାନୋମିଟର ପର୍ଯ୍ୟନ୍ତ ଛୋଟ ଆକାର ଭିତରେ ଅନେକ ଡାଟା ରଖିବାକୁ ସକ୍ଷମ ହେଲା। ତେବେ କମ୍ପ୍ୟୁଟରକୁ ଆହୁରି କାର୍ଯ୍ୟକ୍ଷମ କରିବାକୁ ହେଲେ ଆମକୁ ଏପରି ଅନେକ ଟ୍ରାଞ୍ଜିଷ୍ଟର ଲଗେଇବାକୁ ହେବ କିମ୍ବା କମ୍ପ୍ୟୁଟରର ଆକାର ବଡ଼ କରିବାକୁ ହେବ, ଯାହା ଏକ ସମସ୍ୟା। ଯେହେତୁ ଆଜିର କମ୍ପ୍ୟୁଟରଗୁଡିକ ବାଇନାରି ପଦ୍ଧତିରେ କାମ କରନ୍ତି ଏମାନେ ବଡ଼ ବଡ଼ ଗାଣିତିକ ସମସ୍ୟାଗୁଡିକ ସହଜରେ ସାମ୍ନା କରିପାରିବେ ନାହିଁ। ଏପରିକି ଆଜିର ଆଧୁନିକ ସୁପର କମ୍ପ୍ୟୁଟର ମଧ୍ୟ ଜଟିଳ ଜୀବନ ରକ୍ଷା ଔଷଧିର ସୂତ୍ର ଓ ପ୍ରସ୍ତୁତ ପ୍ରଣାଳୀରେ ବ୍ୟବହୃତ ଗାଣିତିକ ମଡେଲକୁ ଶୁଝାଇପାରେନି। ଏହିସବୁ କମ୍ପ୍ୟୁଟରଗୁଡିକୁ ଏପରି ସମସ୍ୟା ଶୁଝାଇବା ପାଇଁ ହଜାରେ ବର୍ଷ ଲାଗିପାରେ। ଅର୍ଥାତ୍‌ ବାଇନାରି କମ୍ପ୍ୟୁଟର ସହଜରେ ମଣିଷର ନକଲ କରିପାରେନି। ଏହା କିନ୍ତୁ କ୍ୱାଣ୍ଟମ କମ୍ପ୍ୟୁଟର ସାହାଯ୍ୟରେ ସମ୍ଭବ।
କ୍ୱାଣ୍ଟମ କମ୍ପ୍ୟୁଟରରେ ଇଲେକ୍ଟ୍ରୋନର ନିମ୍ନ ବା ଉଚ୍ଚ ଶକ୍ତି ଅବସ୍ଥାର ସ୍ଥିତିକୁ ନେଇ ଡାଟା ସଂରକ୍ଷଣ ହେଉଥିବାରୁ ଏହା ପ୍ରଚଣ୍ଡ ଶକ୍ତିଶାଳୀ ହୋଇ ପାରିଛି। କ୍ୱାଣ୍ଟମ କମ୍ପ୍ୟୁଟରରେ ପାରମ୍ପରିକ ବିଟ ବଦଳିଯାଇ କ୍ୱାଏମ ବିଟ ହେଇଯିବ। ଏହା ଦ୍ୱାରା ନୂତନ ରୂପରେ ଯେଉଁ କ୍ୱାଣ୍ଟମ କମ୍ପ୍ୟୁଟର ପଦାର୍ପଣ କରିବ ତା’ର କାର୍ଯ୍ୟକ୍ଷମତା ଏବେକାର କମ୍ପ୍ୟୁଟର ଅପେକ୍ଷା ବହୁଗୁଣିତ ହୋଇଯିବ। ଏହା ଛଡା ଏହି କ୍ୱାଣ୍ଟମ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଏହାର ସୁରକ୍ଷା ବ୍ୟବସ୍ଥା ଖୁବ୍‌ ଶକ୍ତିଶାଳୀ ହେବ ଓ ଏହାକୁ ସହଜରେ ହ୍ୟାକ୍‌ କରିହେବ ନାହିଁ। କ୍ୱାଣ୍ଟମ ସୂଚନାତନ୍ତ୍ର ଦୁଇଟି ଅଲଗା ଜାଗା ବା ବ୍ୟକ୍ତି ଭିତରେ ଯୋଗାଯୋଗ କରିବାର ସବୁଠୁ ସୁରକ୍ଷିତ ଉପାୟ, କାରଣ ସହଜରେ ଏହାର କୋଡ୍‌କୁ ଅନ୍ୟ କେହି ବୁଝିପାରିବେ ନାହିଁ ଓ କେହି ବାହ୍ୟ ବ୍ୟକ୍ତି ବା ସଂସ୍ଥା ଏହାକୁ ପଢିବାକୁ ଚେଷ୍ଟା କଲେ ତାହା ସଙ୍ଗେ ସଙ୍ଗେ ନିଜକୁ ବଦଳେଇ ଦେବ। ଏହି ବିଚକ୍ଷଣ କ୍ୱାଣ୍ଟମ କମ୍ପ୍ୟୁଟର ଜରିଆରେ ଅତି ଆଧୁନିକ ସେନ୍ସର ନିର୍ମାଣ କରାଯାଇପାରିବ, ଯାହା ଅତି ସୂକ୍ଷ୍ମ ମାତ୍ରାରେ ତାପମାତ୍ରା, ଚୁମ୍ବକୀୟ କ୍ଷେତ୍ର, ମାଧ୍ୟାକର୍ଷଣ ତରଙ୍ଗଗୁଡିକୁ ଖୁବ୍‌ ଠିକ୍‌ ଭାବେ ମାପି ପାରିବ। ଏଣୁ କ୍ୱାଣ୍ଟମ କମ୍ପ୍ୟୁଟରଗୁଡିକ ମହାକାଶ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନରେ ପ୍ରଚୁର ମାତ୍ରାରେ ବ୍ୟବହାର ହେବ। ଏହା ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦୃଢ଼ୀକରଣ ହେବ ଓ ଡିଜିଟାଲ ନେଣଦେଣ ସୁରକ୍ଷିତ ଭାବରେ ହୋଇପାରିବ। କ୍ୱାଣ୍ଟମ ବିଜ୍ଞାନ ବଳରେ ଆହୁରି ଠିକ୍‌ ଭାବରେ ପାଣିପାଗର ସୂଚନା, କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦି କ୍ଷେତ୍ରରେ ପ୍ରୟୋଗ ହେବ। କ୍ୱାଣ୍ଟମ ବିଜ୍ଞାନ ବର୍ତ୍ତମାନର ବ୍ୟବହୃତ ବ୍ୟାଟେରିଗୁଡିକର କାର୍ଯ୍ୟକାରିତା ପ୍ରଚୁର ପରିମାଣରେ ବୃଦ୍ଧି କରାଇବାରେ ସକ୍ଷମ ହେବ। ଏପରି କି ଟ୍ରାଫିକ୍‌ ପରିଚାଳନା, ଉନ୍ନତ ଔଷଧ ପ୍ରସ୍ତୁତ ପାଇଁ ମଧ୍ୟ ଏହି ବିଚକ୍ଷଣ ବିଜ୍ଞାନର ଉପଯୋଗିତା ହେବ। ଏଣୁ ଅନେକ ଦେଶ ଏବେଠୁ ଏହି ଦିଗରେ କାମ କରିବା ଆରମ୍ଭ କଲେଣି। ଆମେରିକା, ଚାଇନା, ଇସ୍ରାଏଲ, ରୁଷିଆ, ସିଙ୍ଗାପୁର, ଫ୍ରାନ୍ସ, କାନାଡା, ଜର୍ମାନୀ ଓ ଦକ୍ଷିଣ କୋରିଆ ଭଳି ଦେଶଗୁଡିକ ଏହି ଦିଗରେ ଅଗ୍ରଣୀ ସ୍ଥାନରେ ଅଛନ୍ତି। ଯେହେତୁ ଭାରତ ସଫ୍ଟୱେର କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ଓ ଭାରତର ସଫ୍ଟୱେର ବିଜ୍ଞାନୀମାନେ ବିଶ୍ୱରେ ନିଜର ସକ୍ଷମତା ପ୍ରମାଣିତ କରିସାରିଛନ୍ତି, ସେଇଥିପାଇଁ ଭାରତ ନିଜସ୍ବ ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣ କରିବାକୁ ଅଗ୍ରସର ହୋଇଛି। ଏଥିପାଇଁ ଭାରତ ସରକାର ଗତ କିଛିଦିନ ତଳେ ୬ ହଜାର କୋଟି ଟଙ୍କାର ଜାତୀୟ କ୍ୱାଣ୍ଟମ ମିଶନ ଘୋଷଣା କରିଛନ୍ତି। ଏହା ଭାରତର ଏକମାତ୍ର ବୈଜ୍ଞାନିକ ମିଶନ, ଯେଉଁଥିରେ ଭାରତର ବିଜ୍ଞାନୀମାନେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଟିକିନିକି ସବୁ ସରଞ୍ଜାମ ନିଜେ ପ୍ରସ୍ତୁତ କରିବେ। ଏହା ବିଶ୍ୱରେ ଭାରତର ବୈଜ୍ଞାନିକ ଉତ୍କୃଷ୍ଟତା ପ୍ରତିପାଦନ କରିବାର ଏକ ସୁନେହେରା ଅବସର ହେବ ନିଶ୍ଚୟ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?