ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ସୁଦୃଢ଼ କରାଯିବ

ଭୁବନେଶ୍ୱର, ୧୭।୧(ବ୍ୟୁରୋ): କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏପରିସ୍ଥିତିରେ ଏ କ୍ଷେତ୍ରରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ପଦକ୍ଷେପ ନିଆଯିବ। ସରକାର ରାଜ୍ୟବ୍ୟାପୀ ଅଷ୍ଟମ ଶ୍ରେଣୀ ଲାଗି ୧୪,୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ କକ୍ଷ ଖୋଲିବାକୁ ନିଷ୍ପତ୍ତି ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୩,୮୨୩ଟି ସ୍କୁଲରେ ନିର୍ମାଣ ଶେଷ ହୋଇଛି। ୪୬୮ଟି ସ୍କୁଲରେ ନିର୍ମାଣ ଚାଲିଥିବାବେଳେ ବଳକା ୩୧୦ଟି ସ୍କୁଲରେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ସମସ୍ତ ସ୍କୁଲରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ସହ ୭୫୦ ସ୍କୁଲରେ ୱାଲ୍‌ ପେଣ୍ଟିଂ କରାଯାଇ ଶୈକ୍ଷିକ ପରିବେଶକୁ ଆକର୍ଷଣୀୟ କରାଯିବ।
ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୬୫,୨୭୯ ସ୍କୁଲ ରହିଛି। ସେଥିମଧ୍ୟରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୬,୦୭୦ ସ୍କୁଲ ଥିବାବେଳେ ୨୨,୦୧୯ ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି। ଚଳିତବର୍ଷଠାରୁ ସବୁ ସ୍କୁଲରେ ପିଲାଙ୍କୁ ଦକ୍ଷତା ପ୍ରମାଣପତ୍ର ଦିଆଯିବ। ପ୍ରଥମ ଓ ଦ୍ୱତୀୟ ଶ୍ରେଣୀରେ ସର୍ବାଧିକ ମାର୍କ ରଖିଥିବା ୧୨,୧୭,୮୪୮ ପିଲାଙ୍କୁ ପୋଗ୍ରେସ ରିପୋର୍ଟ, ଲର୍ନିଂ କିଟ୍‌ ଏବଂ ୱାର୍କ ବୁକ୍‌ ପ୍ରଦାନ କରାଯିବ। ସେହିଭଳି କେବଳ ଅଷ୍ଟମ ଶ୍ରେଣୀର ୫୨,୨୯୭ଜଣ ପିଲାଙ୍କୁ ଗଣିତ ଏବଂ ବିଜ୍ଞାନ କିଟ୍‌ ପ୍ରଦାନ କରାଯିବ। ଏଥିପାଇଁ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନରୁ ଅର୍ଥ ଖର୍ଚ୍ଚ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ରୀଛାତ୍ର ୬୦ପ୍ରତିଶତରୁ ଅଧିକ ମାର୍କ ରଖିବେ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ।
ସେପଟେ ରାଜ୍ୟରେ ସବୁ ସ୍କୁଲରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ବିଭାଗ ଲକ୍ଷ୍ୟ ରଖିଛି। ମାସକରେ ୨ଥର ସମୀକ୍ଷା ବୈଠକ ଓ ଜିଲାସ୍ତରରେ ୪ ଥର ସମୀକ୍ଷା ବୈଠକ ଆୟୋଜନ କରାଯାଉଛି। ଶିକ୍ଷା ବ୍ୟତୀତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବିଜ୍ଞାନ ଦକ୍ଷତା ବୃଦ୍ଧି ଲାଗି ଖୁବ୍‌ଶୀଘ୍ର ଭ୍ରାମ୍ୟମାଣ ପ୍ରଦର୍ଶନର ଆୟୋଜନ କରାଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କୁ ସ୍ବତନ୍ତ୍ର କ୍ରୀଡ଼ା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଚିତ୍ର ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ ଲାଗି ରାଜ୍ୟର ୭୫୦ ସ୍ବତନ୍ତ୍ର ସ୍କୁଲରେ ୱାଲ୍‌ ପେଣ୍ଟିଂ କରାଯିବ, ଯେଉଁଥିରେ ଗଣିତ ଏବଂ ବିଜ୍ଞାନର ସୂତ୍ର ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ନବ ଦାସଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳ ହତ୍ୟାକାରୀ ନା…

ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି।...

୨ୟ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ଚଢାଉ

ଭୁବନେଶ୍ୱର,୧୮।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ପୀଡ଼ିତାଙ୍କ ସହ ଥିବା ଯୁବକଜଣଙ୍କ କିଏ?

ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ...

ନବଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋପାଳ ନୁହେଁ ଇଏ ମାରିଥିଲେ! ରାଜ୍ୟରେ ଚହଳ

ଭୁବନେଶ୍ୱର,୧୭।୧: ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ...

ପେଙ୍ଗଢୁସି ଗାଁରେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଥୁଆମୂଳ ରାମପୁର, ୧୭।୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମରେ ଲକ୍ଷ୍ମଣ ମାଝୀ (୩୬ ବର୍ଷ) ନାମକ ଜଣେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri