ଔଷଧ-ପ୍ରସାଧାନ ସାମଗ୍ରୀର ଗୁଣବତ୍ତା ହେବ ସୁନିଶ୍ଚିତ: ସିଡିଏସସିଓ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୭।୨ : ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣବତ୍ତା ଏବଂ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ୟୁନିଫର୍ମ ନମୁନା ପ୍ରଣାଳୀ ଗ୍ରହଣ କରିବାକୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ଶନିବାର ନିର୍ଦ୍ଦେଶନାମା ଜାରି କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସର୍ବୋଚ୍ଚ ଔଷଧ ନିୟାମକ ସିଡିଏସସିଓ କହିଛନ୍ତି ବର୍ତ୍ତମାନ ଅଧିକାଂଶ ଔଷଧ ବଡ ବ୍ରାଣ୍ଡରୁ ସୋର୍ସ କରାଯାଉଛି ଏବଂ ଏହାର ବ୍ୟବହାର କେବଳ ସହରାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ରହିଛି।

ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣର ନମୁନା ନେବା ପାଇଁ ଗତ ସପ୍ତାହରେ ନୂତନ ନିର୍ଦ୍ଦେଶାବଳୀକୁ ସୂଚିତ କରାଯାଇଥିଲା। ଏଥିରେ କୁହାଯାଇଥିଲା ହିଣ୍ଟରଲାଣ୍ଡ କିମ୍ବା ଗ୍ରାମାଞ୍ଚଳଗୁଡିକୁ ଏଥିରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଫଳସ୍ବରୂପ ଦୂର ବ୍ୟବହାରକାରୀ କିମ୍ବା ଉପଭୋକ୍ତାମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଔଷଧର ଗୁଣବତ୍ତା ମୂଲ୍ୟାଙ୍କନ କରାଯାଉ ନାହିଁ।

ନିର୍ଦ୍ଦେଶରେ ଊଲ୍ଲେଖ କରାଯାଇଛି ଅତୀତର ଟ୍ରେଣ୍ଡରେ ଏହା ଦେଖାଯାଇଛି ନମୁନା ଚୟନ ଏବଂ ନମୁନା ସ୍ଥାନ ଇତ୍ୟାଦି ପାଇଁ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନାହିଁ। ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି କେତେକ କ୍ଷେତ୍ରରେ ପ୍ରସାଧନ ନମୁନା ସଂଗ୍ରହ କରାଯାଇ ନାହିଁ। କୁହାଯାଇଛି ଏପରି ବିକ୍ରୟ କେନ୍ଦ୍ରଗୁଡ଼ିକରକୌଣସି କେନ୍ଦ୍ରୀଭୂତ ଡାଟାବେସ ନାହିଁ ଯେଉଁଠାରେ ନକଲି ଉତ୍ପାଦ ବିଷୟରେ ସୂଚନା ଦିଆଯାଇଛି। ଏହିପରି କେନ୍ଦ୍ରଗୁଡିକ ନିୟମିତ ତଦାରଖ କରାଯିବା ଉଚିତ।

ସିଡିଏସସିଓ କହିଛି ଏହି ନିର୍ଦ୍ଦେଶାବଳୀଗୁଡିକ ଉପଲବ୍ଧ ସୂଚନାର ବ୍ୟବହାର ତଥା ଉତ୍ପାଦନ କେନ୍ଦ୍ରରୁ ବଜାରକୁ ଆସୁଥିବା ବିଭିନ୍ନ ପ୍ରକାରର ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଉପକରଣର ବ୍ୟବହାର ଉପରେ ବିଶେଷ ଧ୍ୟାନ ଦେଇଥାଏ। ନକଲି ଔଷଧର ତାଲିକା ସିଡିଏସସିଓ ୱେବସାଇଟରେ ପ୍ରକାଶ କରିବାକୁ ପଡିବ। ଯାହାଦ୍ୱାରା ଭବିଷ୍ୟତରେ ସେସବୁର ବ୍ୟବହାରକୁ ଏଡାଇ ଦିଆଯାଇପାରିବ।ଏହି ତାଲିକା ପ୍ରତି ମାସରେ ଅପଡେଟ ହେବ। ସମ୍ପ୍ରତି, ସିଡିଏସସିଓ ଦ୍ୱାରା ଅଂଶୀଦାର ହୋଇଥିବା ଷ୍ଟାଣ୍ଡାର୍ଡ ଏବଂ ନକଲି ଔଷଧର ତାଲିକା ପ୍ରତି ମାସରେ ଅପଡେଟ ହେଉ ନାହିଁ । ଯେଉଁଠାରୁ ନମୁନା ନିଆଯାଏ ବିତରକମାନଙ୍କୁ ସେ ବିଷୟରେ ସୂଚନା ଅଂଶୀଦାର ହୋଇ ନ ଥାଲ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?