ବାପା ହେବେ ପୁଟିନ୍‌, ଗର୍ଲଫ୍ରେଣ୍ଡ୍‌ ଆଲିନା ପୁଣି ଗର୍ଭବତୀ…

ମସ୍କୋ, ୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୦ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୩୮ ବର୍ଷୀୟା ଗର୍ଲଫ୍ରେଣ୍ଡ ଆଲିନା କବାବା ପୁଣି ଥରେ ଗର୍ଭବତୀ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସୂଚନା ସାମ୍ନାକୁ ଆସିବା ପରେ ପୁଟିନ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଚଳିତ ବର୍ଷ ଅକ୍ଟୋବରରେ ପୁଟିନଙ୍କୁ ୭୦ ବର୍ଷ ବୟସ ହୋଇଛି ଏବଂ ତାଙ୍କର ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ଆଲିନାଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଟିନ ଆଉ ସନ୍ତାନ ଚାହୁଁ ନଥିଲେ ଏବଂ ଏହି ଖବର ଆସିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ରୁଷିଆର ନ୍ୟୁଜ ଚ୍ୟାନେଲ ଜେନେରାଲ ଏସଭିଆର ଟେଲିଗ୍ରାମ ପ୍ରକାଶ କରିଛି ଯେ ଆଲିନା ପୁଣି ଗର୍ଭବତୀ ଅଛନ୍ତି। ସୂଚନାନୁସାରେ, ପୁଟିନ ରେଡ୍‌ ସ୍କୋୟାରରେ ରୁଷିଆର ବିଜୟ ଦିବସ ପରେଡ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କୁ ଆଲିନାଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦିଆଯାଇଥିଲା। ପୁଟିନ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଇ ସାରିଛନ୍ତି।

ରୁଷିଆର ନ୍ୟୁଜ୍‌ ଚ୍ୟାନେଲ କହିଛି ଯେ ପୁଟିନ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ଗର୍ଲଫ୍ରେଣ୍ଡ ପୁନର୍ବାର ଗର୍ଭବତୀ ଅଛନ୍ତି ଏବଂ ଏହା ଯୋଜନା ଅନୁଯାୟୀ ନ ଥିବା ଜଣା ପଡୁଛି।

ଆଲିନାଙ୍କ ସହ ତାଙ୍କର ସମ୍ପର୍କ ଥିବା ପୁଟିନ ଏପର୍ଯ୍ୟନ୍ତ ସ୍ବୀକାର କରିନାହାଁନ୍ତି। ଆଲିନା ରୁଷିଆର ଏକ ମିଡିଆ ଗ୍ରୁପ୍‌ର ମାଲିକ ଏବଂ ଏହା ପୂର୍ବରୁ ସେ ସ୍ବିଜରଲ୍ୟାଣ୍ଡରେ ରହୁଥିଲେ। ଏକ ସ୍ଥାନୀୟ ଖବରକାଗଜ ପ୍ରକାଶ କରିଛି ଯେ ଆଲିନାଙ୍କର ୨୦୧୫ରେ ସ୍ବିଜରଲ୍ୟାଣ୍ଡରେ ଏବଂ ୨୦୧୯ରେ ମସ୍କୋରେ ଦୁଇ ଜଣ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଲିନାଙ୍କ ଉପରେ ବର୍ତ୍ତମାନ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ପ୍ରତିବନ୍ଧକ ଲାଗୁ ହେବା ନେଇ ଆଶଙ୍କା ଦେଖାଦେଇଛି।

ଜିମ୍ନାଷ୍ଟ ଖେଳରୁ ଅବସର ନେବା ପରେ ଆଲିନା ରାଜନୀତିରେ ଯୋଗ ଦେଇଥିଲେ। ଆଲିନା ପୁଟିନଙ୍କ ୟୁନାଇଟେଡ ରୁଷିଆ ପାର୍ଟିର ସାଂସଦ ହୋଇଥିଲେ। ଦ ସନ ରିପୋର୍ଟ ଅନୁଯାୟୀ ପୁଟିନଙ୍କ ଗର୍ଲଫ୍ରେଣ୍ଡ ଆଲିନା ଏକ ପତ୍ରିକା ପାଇଁ ନିଜର ଅର୍ଦ୍ଧ ନଗ୍ନ ଚିତ୍ର ପାଇଁ ପୋଜ ଦେଇଛନ୍ତି। ଗାୟିକା ହେବା ପାଇଁ ଆଲିନା ମଧ୍ୟ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇପାରି ନଥିଲେ।

୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଆଲିନା ରୁଷିଆ ସଂସଦର ନିମ୍ନ ଗୃହର ଡେପୁଟି ଷ୍ଟେଟ ଡୁମା ଥିଲେ। ସେପ୍ଟେମ୍ବର ୨୦୧୪ରେ ଆଲିନାଙ୍କୁ ରୁଷିଆର ନ୍ୟାଶନାଲ ମିଡିଆ ଗ୍ରୁପ ଅଫ ଡାଇରେକ୍ଟର୍ସ ବୋର୍ଡର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?