ମିଶିଯିବେ ପୁଟିନ୍‌-ଟ୍ରମ୍ପ! ପୁଟିନ୍‌ କଲେ ବଡ଼ ଘୋଷଣା…

ମସ୍କୋ,୮।୧୧: ସୁପରପାଓ୍ବାରର ମୁକୁଟ ପିନ୍ଧିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆଗାମୀ ବର୍ଷ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପଙ୍କ ଆମେରିକା ଦଖଲ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ସବୁ ଦେଶର ମୁଖ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଶୁଭେଚ୍ଛା ଜଣାଇବେ ନାହିଁ ବୋଲି ଖୋଲାଖୋଲି କହିଥିଲେ। ସେ କହିଥିଲେ, ଟ୍ରମ୍ପ କହିଥିଲେ ଜିତିବା ପରେ ସେ ପ୍ରଥମେ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବେ। ଯୁଦ୍ଧ ବନ୍ଦ କରିବା ପରେ ଋଷିଆ ତାଙ୍କୁ ଶୁଭେଚ୍ଛା ଜଣାଇବ।

ତେବେ ଏପରି କହିବାର ୩ଦିନ ନଜାଉଣୁ ପୁଟିନ୍‌, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନ ବିଜୟୀର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ମସ୍କୋ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ଅଛି। ଏଥିରୁ ସଙ୍କେତ ମିଳୁଛି ଯେ, ଟ୍ରମ୍ପ ଆସିବା ପରେ ମସ୍କୋ-ଓ୍ବାଶିଂଟନ୍‌ ମଧ୍ୟରେ ସମ୍ପର୍କ ବଦଳିପାରେ। ଇଣ୍ଟରନାଶନାଲ ଡିଶକଶନ କ୍ଲବର ଏକ ଅଧିବେଶନକୁ ସମ୍ଭୋଧିତ କରି ପୁଟିନ୍‌ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଆମେରିକାବାସୀ ଟ୍ରମ୍ପଙ୍କ ଉପରେ ଭରସା କରିଥିବାରୁ ତାଙ୍କ ସହ ମିଶି ଆମେ କାମ କରିବାକୁ ପ୍ରସ୍ତୁତ ଅଛୁ।

ପୁଟିନ୍‌ଙ୍କ ଏହି ଅଭିନନ୍ଦନ ଏହି ସମୟରେ ଆସିଛି ଯେତେବେଳ ଆମେରିକା ଏବଂ ଋଷିଆ ମଧ୍ୟରେ ସମ୍ପର୍କ ବିଶେଷ ତିକ୍ତ ରହିଛି। ବିଶେଷ କରି ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ୟୁକ୍ରେନକୁ ସମର୍ଥନ କରିଛି। ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଟିନ ତାଙ୍କୁ ସାହସୀ ନେତା ବୋଲି କହିଛନ୍ତି।

ଟ୍ରମ୍ପଙ୍କ ସାହସିକତାକୁ ପୁଟିନ ମଧ୍ୟ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ, ଜୁଲାଇରେ ତାଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ସାହାସିକତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ମୁଁ ଟ୍ରମ୍ପଙ୍କ ଆଚରଣ ଦେଖିଛି, ସେ ବହୁତ ସାହସ ଦେଖାଇଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମେରିକା ସହ ସମ୍ପର୍କକୁ ପୁନଃସ୍ଥାପିତ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଆମେରିକା ଉପରେ ନିର୍ଭର କରେ।

ଋଷିଆ-ୟୁକ୍ରେନ ଯୁଦ୍ଧ ହେତୁ ଆମେରିକା ଏବଂ ଋଷିଆ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଛି। ଆମେରିକା ଋଷିଆ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି। ପୁଟିନ ଅଭିନନ୍ଦନ ଜଣାଇବା ପରେ ସୂଚାଇ ଦେଇଛନ୍ତି ଯେ ସେ ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ, କିନ୍ତୁ ଏଥିପାଇଁ ଆମେରିକାର ଆଭିମୁଖ୍ୟ ଜାଣିବା ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି… ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ବଦଳିଲା ସ୍ଥାନ

ଓ୍ବାଶିଂଟନ୍‌,୧୮।୧: ଜାନୁଆରୀ ୨୦ରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିବ। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ...

ଅଲଗା ହେବେ ଓବାମା ଦମ୍ପତି! ଟ୍ରମ୍ପଙ୍କ ଶପଥ ପୂର୍ବରୁ ଆମେରିକାରେ ଝଡ

ଓ୍ବାଶିଂଟନ୍‌,୧୭।୧: ଆମେରିକାରୁ ଆସୁଛି ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇପାରେ ଛାଡପତ୍ର! ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲ ଓବାମାଙ୍କ...

ପାକିସ୍ତାନ କୋର୍ଟରୁ ଇମ୍ରାନଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୧୭।୧: ଅଲ-କାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ବ୍ୟତୀତ...

ଯୁଦ୍ଧ ବିରତି ଚୁକ୍ତିନାମା ଉପରେ ଲାଗିଲା ଚୁଡ଼ାନ୍ତ ମୋହର, ଇସ୍ରାଏଲ ପିଏମ କହିଲେ, ହମାସ ସହ ଡିଲ ଫାଇନାଲ

ଜେରୁଜେଲମ,୧୭।୧: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ନିଶ୍ଚିତ କରିଛନ୍ତି ଯେ କାତାରରେ ଇସ୍ରାଏଲୀ ଏବଂ ହମାସ ଦଳ ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ...

ହ୍ବାଇଟ ହାଉସରେ ଆକ୍ରମଣ କରିବା ମହଙ୍ଗା ପଡିଲା ଏହି ଭାରତୀୟ ମୂଳ ବାସିନ୍ଦାଙ୍କୁ! ହେଲା ୮ ବର୍ଷ ଜେଲ

ଓ୍ବାଶିଂଟନ,୧୭।୧: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ୨୦ ବର୍ଷୀୟ ମୂଳ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮...

ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ

ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ...

ଜର୍ଜିଆ ମେଲୋନିଙ୍କ ପାଇଁ ଆଣ୍ଠୁମାଡ଼ି ଏପରି କଲେ ଆଲବାନିଆର ପ୍ରଧାନମନ୍ତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ ୪୮ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆଶ୍ଚର୍ଯ୍ୟ ଜଣକ ଢଙ୍ଗରେ ସ୍ୱାଗତ କରିଛନ୍ତି। ମେଲୋନୀଙ୍କୁ ସ୍ୱାଗତ...

ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍‌ର ଆକ୍ରମଣ: ୭୨ ମୃତ

ତେଲ୍‌ ଆଭିଭ୍‌,୧୬।୧: ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା ପରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ଗୁରୁବାର ଇସ୍ରାଏଲ୍‌ର ଆକ୍ରମଣରେ ଅନୂ୍ୟନ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri