ପୁଟିନଙ୍କୁ ଲାଗୁଛି ଭୟ, ମିଷ୍ଟ୍ରି ଗର୍ଲଙ୍କ ସହିତ ଗୁପ୍ତସ୍ଥାନରେ ବିତାଉଛନ୍ତି ସମୟ…

ମସ୍କୋ,୧।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଭୟ ଲାଗୁଛି। ସେ ତାଙ୍କ ଜିମ୍ନାଷ୍ଟ ମିଷ୍ଟ୍ରି ଗର୍ଲଫ୍ରେଣ୍ଡଙ୍କ ସହ ଏକ ବଡ଼ ବହୁ ସୁରକ୍ଷାକର୍ମୀ ମୁତୟନ ଥିବା ଇଷ୍ଟେଟରେ ରହୁଛନ୍ତି ଯେଉଁଥିରେ ଅନେକ ବିଳାସପୂର୍ଣ୍ଣ ମହଲ ଏବଂ ଛୋଟ ପିଲାମାନଙ୍କ ପାଇଁ ଏକ ଖେଳ ପଡିଆ ଅଛି। ରୁଷିଆର ଅନୁସନ୍ଧାନକାରୀ ନ୍ୟୁଜ ସାଇଟ ପ୍ରୋଜେକ୍ଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ପ୍ରୋଜେକ୍ଟ ଦାବି କରିଛି ଯେ ପୁଟିନ ତାଙ୍କ ଜିମ୍ନାଷ୍ଟ ଗର୍ଲଫ୍ରେଣ୍ଡ ଏବଂ ପିଲାମାନଙ୍କ ସହ ହ୍ରଦ କୂଳରେ ବିଳାସପୂର୍ଣ୍ଣ ମହଲରେ ରହୁଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପୁଟିନ ଏହି ସମ୍ପତ୍ତି ତାଙ୍କ ମିଷ୍ଟ୍ରି ଗର୍ଲଫ୍ରେଣ୍ଡ ପାଇଁ ୧୨୦ ମିଲିୟନ ଡଲାରରେ କିଣିଛନ୍ତି। ଭାଲଦାଇ ହ୍ରଦ ଠାରେ ନିର୍ମିତ ଏହି ବହୁ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ସମ୍ପତ୍ତି ବିଷୟରେ ସୂଚନା ଏକ ଅଜ୍ଞାତ ଗୁପ୍ତଚରଙ୍କ ଦ୍ୱାରା ପ୍ରକାଶ ପାଇଛି ।

ମିଷ୍ଟ୍ରି ଗର୍ଲଙ୍କ ନାମ ହେଉଛି ଅଲିମ୍ପିକ ଜିମ୍ନାଷ୍ଟିକ ଚାମ୍ପିଅନ ୩୯ ବର୍ଷ ବୟସ୍କା ଆଲିନା କାବାଭା। ସେ ଦୀର୍ଘ ବର୍ଷ ଧରି ପୁଟିନଙ୍କ ସହ ଜଡିତ ଅଛନ୍ତି। ଭାଲଦାଇ ହ୍ରଦଠାରେ ପୁଟିନଙ୍କ ଇଷ୍ଟେଟରେ ଥିବା ଏକ ଭିଲ୍ଲାରେ ସେ ରୁହନ୍ତି। ନ୍ୟୁଜ ସାଇଟ ପ୍ରୋଜେକ୍ଟର ଏକ ରିପୋର୍ଟ ଅନୁଯାୟୀ ଏହା ମସ୍କୋର ପ୍ରାୟ ୪୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ।

ପ୍ରୋଜେକ୍ଟ ଅନୁଯାୟୀ, ଏହି ମହଲରେ ନିର୍ମାଣ ୨୦୨୦ ରେ ଆରମ୍ଭ ହୋଇଥିଲା ଏବଂ ଦୁଇ ବର୍ଷ ପରେ ୨୦୨୨ ରେ ଶେଷ ହୋଇଥିଲା।

୧୩ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ହୋଇଥିବା ଏହି ମହଲଟି ରୁଷିଆ ଶୈଳୀରେ ସମ୍ପୁର୍ଣ୍ଣ କାଠରେ ନିର୍ମିତ। ଏହି ମହଲଟି ରୁଷିଆର ବ୍ୟବସାୟୀ ୟୁରି କୋଭଲଚୁକଙ୍କ ମାଲିକାନାରେ ଥିବା ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିଲା ଯାହାକୁ ପୁଟିନଙ୍କ ବ୍ୟାଙ୍କର ମଧ୍ୟ କୁହାଯାଇଥାଏ। ଏହାର ବହୁ ମହଙ୍ଗା ବୈଶିଷ୍ଟ୍ୟ ମଧ୍ୟରେ ମହଲରେ ବହୁମୂଲ୍ୟ ପଥରରେ ସଜାଯାଇଥିବା ଏକ ଝୁମର ମଧ୍ୟ ରହିଛି।

ଅଜ୍ଞାତ ଗୁପ୍ତଚର ଅଧିକାରୀମାନେ ଏହି ପ୍ରକଳ୍ପକୁ ନେଇ କହିଥିଲେ ଯେ ସେମାନେ କମ୍ପାଉଣ୍ଡରେ ପିଲାମାନଙ୍କୁ ଦେଖିଥିଲେ ଏବଂ ୨୦୧୬ ରୁ ୨୦୨୦ ମଧ୍ୟରେ ଉଠାଯାଇଥିବା ସାଟେଲାଇଟ ଫଟୋରେ ଜଙ୍ଗଲରେ ଏକ ଖେଳ ପଡିଆ ଦେଖାଯାଇଥିଲା ଯାହା ପରିବାର ପାଇଁ ନିର୍ମିତ ହୋଇଛି ବୋଲି ବିଶ୍ୱାସ କରାଯାଉଛି।

ଯେଉଁ ଘରେ ଆଲିନା କାବାଭା ବାସ କରନ୍ତି, ତାହା ପୁଟିନଙ୍କ ସବୁଠାରୁ ସୁରକ୍ଷିତ ତଥା ଅଧିକାଂଶ ବ୍ୟକ୍ତିଗତ ବାସଭବନ ଭାଲଦାଇଠାରୁ ୮୦୦ ମିଟର ଦୂରରେ ଅବସ୍ଥିତ ବୋଲି କୁହାଯାଏ। ଯେଉଁଠାରେ ପୁଟିନ ପ୍ରାୟ ସାଧାରଣ ସଭା କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri