ସହରରେ ଚୋରି ବଢ଼ୁଛି, ଟେର୍‌ ପାଉନି ପୋଲିସ

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧।୩:  ରାୟଗଡ଼ା ଜିଲା ସଦର ମହକୁମାରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ପୋଲିସ କାର୍ଯ୍ୟାଳୟ ସମେତ ବହୁ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିବା ବେଳେ ଏହାକୁ ରୋକିବା ନେଇ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଅଧିକାଂଶ ଚୋରି ଘଟଣାର ଟେର ପାଉନି ପୋଲିସ। ଗତ ଦିନରେ ସହରରେ ସିରିଜ ଚୋରି ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ତଥା ଏସ୍‌ପି ଅଫିସଠାରୁ ୧୦୦ ମିଟର ଦୂରରେ ଥିବା ଏକ ଘରୁ ଚୋରି ହୋଇଛି ା
ପ୍ରକାଶ ଯେ, ସୋମବାର ରାତିରେ ସୌରଭ ଫୁନ୍ଦନାନି ଓ ତାଙ୍କ ମା’ ସୀମା ଫୁନ୍ଦନାନି ଶୋଇଥିବା ବେଳେ କେହି ଦୁର୍ବୃତ ଝରକା ତାଡ଼ି ଘରେ ପଶି ଟଙ୍କା, ସୁନାରୁପା ଅଳଙ୍କାର ଚୋରି କରିଛନ୍ତି। ଘରୁ ପ୍ରାୟ ୫୦୦ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଏବଂ ୩୯ ହଜାର ଟଙ୍କା ଚୋରି ହୋଇଥିବା ନେଇ ସୌରଭ ମଙ୍ଗଳବାର ସକାଳେ ଜାଣିବା ପରେ ପୋଲିସକୁ ସ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଏସ୍‌ଡିପିଓ ଦେବଜ୍ୟୋତି ଦାସ, ଥାନା ଆଇଆଇସି କେକେବିକେ କହଁର ଟିମ୍‌ ସହିତ ସେଠାରେ ପହଞ୍ଚି ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରିଥିଲେ ା ସନ୍ଧାନୀ କୁକୁର ଘରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଗେଟ୍‌ ଭିତରକୁ ପଶି ଅନ୍ୟପଟେ ରହିଥିବା ଗେଟ୍‌ ଦେଇ ବାହାରକୁ ବାହାରିଥିଲା। ପରେ ସନ୍ଧାନୀ କୁକୁର ରାଜ୍ୟ ବାହାରୁ ଆସିଥିବା ବୁଲା ବିକାଳି ବସିଥିବା ସ୍ଥାନ ପାଖକୁ ଯାଇ ଅଟକିଥିଲା ା ଉକ୍ତ ସ୍ଥାନଟି ଚୋରି ହୋଇଥିବା ଘରର ପଛପାର୍ଶ୍ୱ ା ପୋଲିସ ଉକ୍ତ ବୁଲା ବିକାଳିଙ୍କ ଉପରେ ସନ୍ଦେହ କରି ସେମାନଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ ା ତେବେ ଜିଲାପାଳ ଓ ପୋଲିସ କାର୍ଯ୍ୟାଳୟ ନିକଟବର୍ତ୍ତି ଅଞ୍ଚଳ ଯଦି ସୁରକ୍ଷିତ ନୁହେଁ, ତେବେ ଜିଲାବାସୀ କେତେ ସୁରକ୍ଷିତ ତାହା ଏଥିରୁ ଜଣାପଡ଼ୁଛି ା ସହରରେ ଚୋରି ରୋକିବାରେ ପୋଲିସ ପ୍ରଶାସନ ବିଫଳ ା ଜିଲା ସଦର ମହକୁମାରେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୨୦ଟି ସ୍ଥାନରେ ସିସି କ୍ୟାମେରା ଲାଗିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଗୋଟିଏ ବି ଲାଗିନାହିଁ ା ଉକ୍ତ କାର୍ଯ୍ୟ ପୌର ବିଭାଗ ଦାୟିତ୍ୱରେ ଥିବା ବେଳେ ପୌର ନିର୍ବାହୀ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ସିସି କ୍ୟାମେରା ଲାଗିପାରୁନାହିଁ ା ଜିଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ: ସହାୟତାକୁ ଚାହିଁ ରହିଛନ୍ତି ୧.୩୭ ଲକ୍ଷ ନିର୍ମାଣ ଶ୍ରମିକ

ଯାଜପୁର ଅଫିସ, ୬ା୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଯୋଗୁ ଅନେକଙ୍କୁ ଖାଦ୍ୟ ଚିନ୍ତା ଘାରିଛି। ବହୁ...

ଭିଜିଲାନ୍ସ ଜାଲରେ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ

ପୁରୀ ଅଫିସ,୧୮।୮: ପୁରୀ ଜିଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି...

ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କଲେ ସ୍ବେଚ୍ଛାସେବୀ, ବିଭିନ୍ନ ମହଲରେ ପ୍ରଶଂସା

ବରଗଡ଼ ଅଫିସ,୧୧।୨: ବରଗଡ଼ ଜୀରାନଦୀ କୂଳେ ରହିଥିବା ସ୍ବର୍ଗଦ୍ୱାରରେ ମଙ୍ଗଳବାର ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠାର ସଦସ୍ୟମାନେ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ସତ୍କାର କରିଛନ୍ତି।...

ଫନୀ ଉଜାଡ଼ିଦେଲା କଦଳୀ କ୍ଷେତ

ପଦ୍ମପୁର, ୧୧।୫ (ଡି.ଏନ.ଏ.) – ବାତ୍ୟା ‘ଫନୀ’ ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗ୍ରାମର ଶଶିଭୂଷଣ ଦାଶଙ୍କର କଦଳୀ କ୍ଷେତ ଉଜୁଡ଼ି ଯାଇଛି।...

ଓଲଟିଲା ବସ୍‌, ୪୦ ଯାତ୍ରୀ ଆହତ

ବଡ଼ସାହି,୨୭।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ମାଣତ୍ରୀରୁ ବାରିପଦା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆରପଟ୍ଟା ନିକଟରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତାପାର୍ଶକୁ ଓଲଟି ପଡ଼ିଛି ।...

ଜୁନ୍‌ ୧ରୁ କାର୍ଯ୍ୟକ୍ଷମ ହେବ ଏମ୍‌ସିସି

ଅନୁଗୋଳ ଅଫିସ, ୨୦।୫: ବହୁ ବିରୋଧ ପରେ ଅନୁଗୋଳ ସହରରେ ମାଇକ୍ରୋ କମ୍ପୋଷ୍ଟିଂ ସିଷ୍ଟମ(ଏମ୍‌ସିସି) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ଗୋଟିଏ ସ୍ଥାନରେ...

ଅନୁଗୋଳରେ ଓସିଏ ଉପସଭାପତିଙ୍କୁ ସମ୍ବର୍ଦ୍ଧନା: ‘ଏକାଡେମୀ ଭିତ୍ତିଭୂମି ବିକାଶ ମୁଖ୍ୟ ଦାୟିତ୍ୱ’

ଅନୁଗୋଳ ଅଫିସ, ୩୦।୯: ଅନୁଗୋଳ ଟ୍ରକ ଆସୋସିଏଶନ୍‌ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ନବନିର୍ବାଚିତ ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ରବିବାର ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରକ...

୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚୋରାଚାଲାଣ : ଦୁଇ ଗାଡ଼ି, ୧ ଲକ୍ଷ ଟଙ୍କା ଜବତ, ୪ ଗିରଫ

ମାଲକାନଗିରି,୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଭିନ୍ନ ଭିନ୍ନ ଥାନା ଅଧୀନରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବାବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫୮ କିଲୋଗ୍ରାମ ଗଞ୍ଜେଇ,...

Advertisement
Archives

Model This Week