ସହରରେ ଚୋରି ବଢ଼ୁଛି, ଟେର୍‌ ପାଉନି ପୋଲିସ

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧।୩:  ରାୟଗଡ଼ା ଜିଲା ସଦର ମହକୁମାରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ପୋଲିସ କାର୍ଯ୍ୟାଳୟ ସମେତ ବହୁ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିବା ବେଳେ ଏହାକୁ ରୋକିବା ନେଇ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଅଧିକାଂଶ ଚୋରି ଘଟଣାର ଟେର ପାଉନି ପୋଲିସ। ଗତ ଦିନରେ ସହରରେ ସିରିଜ ଚୋରି ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ତଥା ଏସ୍‌ପି ଅଫିସଠାରୁ ୧୦୦ ମିଟର ଦୂରରେ ଥିବା ଏକ ଘରୁ ଚୋରି ହୋଇଛି ା
ପ୍ରକାଶ ଯେ, ସୋମବାର ରାତିରେ ସୌରଭ ଫୁନ୍ଦନାନି ଓ ତାଙ୍କ ମା’ ସୀମା ଫୁନ୍ଦନାନି ଶୋଇଥିବା ବେଳେ କେହି ଦୁର୍ବୃତ ଝରକା ତାଡ଼ି ଘରେ ପଶି ଟଙ୍କା, ସୁନାରୁପା ଅଳଙ୍କାର ଚୋରି କରିଛନ୍ତି। ଘରୁ ପ୍ରାୟ ୫୦୦ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ଏବଂ ୩୯ ହଜାର ଟଙ୍କା ଚୋରି ହୋଇଥିବା ନେଇ ସୌରଭ ମଙ୍ଗଳବାର ସକାଳେ ଜାଣିବା ପରେ ପୋଲିସକୁ ସ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଏସ୍‌ଡିପିଓ ଦେବଜ୍ୟୋତି ଦାସ, ଥାନା ଆଇଆଇସି କେକେବିକେ କହଁର ଟିମ୍‌ ସହିତ ସେଠାରେ ପହଞ୍ଚି ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରିଥିଲେ ା ସନ୍ଧାନୀ କୁକୁର ଘରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଗେଟ୍‌ ଭିତରକୁ ପଶି ଅନ୍ୟପଟେ ରହିଥିବା ଗେଟ୍‌ ଦେଇ ବାହାରକୁ ବାହାରିଥିଲା। ପରେ ସନ୍ଧାନୀ କୁକୁର ରାଜ୍ୟ ବାହାରୁ ଆସିଥିବା ବୁଲା ବିକାଳି ବସିଥିବା ସ୍ଥାନ ପାଖକୁ ଯାଇ ଅଟକିଥିଲା ା ଉକ୍ତ ସ୍ଥାନଟି ଚୋରି ହୋଇଥିବା ଘରର ପଛପାର୍ଶ୍ୱ ା ପୋଲିସ ଉକ୍ତ ବୁଲା ବିକାଳିଙ୍କ ଉପରେ ସନ୍ଦେହ କରି ସେମାନଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ ା ତେବେ ଜିଲାପାଳ ଓ ପୋଲିସ କାର୍ଯ୍ୟାଳୟ ନିକଟବର୍ତ୍ତି ଅଞ୍ଚଳ ଯଦି ସୁରକ୍ଷିତ ନୁହେଁ, ତେବେ ଜିଲାବାସୀ କେତେ ସୁରକ୍ଷିତ ତାହା ଏଥିରୁ ଜଣାପଡ଼ୁଛି ା ସହରରେ ଚୋରି ରୋକିବାରେ ପୋଲିସ ପ୍ରଶାସନ ବିଫଳ ା ଜିଲା ସଦର ମହକୁମାରେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୨୦ଟି ସ୍ଥାନରେ ସିସି କ୍ୟାମେରା ଲାଗିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଗୋଟିଏ ବି ଲାଗିନାହିଁ ା ଉକ୍ତ କାର୍ଯ୍ୟ ପୌର ବିଭାଗ ଦାୟିତ୍ୱରେ ଥିବା ବେଳେ ପୌର ନିର୍ବାହୀ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ସିସି କ୍ୟାମେରା ଲାଗିପାରୁନାହିଁ ା ଜିଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?